କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାକୁ ଓଡ଼ିଶାରେ ଲାଗୁ କରିବାକୁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି ବିଜେପି ସାଂସଦମାନେ । ସୋମବାର ବିଜେପିର ସମସ୍ତ ସାଂସଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖି ଅନୁରୋଧ କରିଛନ୍ତି । ଏହି ଯୋଜନାରେ ସାମିଲ ହେଲେ ଓଡ଼ିଶାର ୬୦ ଲକ୍ଷ ହିତାଧିକାରୀ ଉପକୃତ ହେବେ । ଆୟୁଷ୍ମାନ ଯୋଜନାରେ ମାଗଣାରେ ପରିବାର ପିଛା ୫ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ସେବା ମିଳିବ । ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିବା ଚିଠିରେ ଓଡ଼ିଶାରୁ ଯାଇଥିବା ମୋଟ ୧୨ଜଣ ସାଂସଦଙ୍କ ସ୍ୱାକ୍ଷର ରହିଛି ।