ରେଢ଼ାଖୋଲ (କନ୍ଦର୍ପ ବେହେରା): ରେଢ଼ାଖୋଲ ଥାନା ହାତିବାହାଲ ଛକ ନିକଟରେ ଦୁଇଟି ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଟ୍ରକ ଡ୍ରାଇଭର ଚାପି ହୋଇ ରହିଯାଇଥିଲେ। ରେଢାଖୋଲ ଅଗ୍ନିଶମ ବିଭାଗ ଦ୍ୱାରା ଉଦ୍ଧାର କରି ରେଢାଖୋଲ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି।
ସୂଚନାରୁ ପ୍ରକାଶ ଯେ, ରେଢାଖୋଲ -ବୌଦ୍ଧ ରାସ୍ତାର ହାତୀବାହାଳ ଛକ ନିକଟରେ ରେଢାଖୋଲ ପଟୁ ଯାଉଥିବା ଏକ ଲୁହା ବଟକରା ବୋଝେଇ ଟ୍ରକ ସହ ବୌଦ୍ଧରୁ ଆସୁଥିବା ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଗୋଟିଏ ଗାଡିର ଡ୍ରାଇଭର ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ଟ୍ରକଟି ଭାରସାମ୍ୟ ହରାଇ ରାସ୍ତା କଡ ଜଙ୍ଗଲ ଭିତରକୁ ପଶିଯାଇ ଥିଲା। ଗାଡିର ଡ୍ରାଇଭର ଗାଡି ଛାଡି ଫେରାର୍ ହୋଇଯାଇଥିବା ଜଣାପଡିଛି। ରେଢାଖୋଲ ପୋଲିସ ପହଁଞ୍ଚି ଅଧିକ ତଦନ୍ତ କରୁଥିବା ଜଣାପଡିଛି।


