Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚଳିତ ଧାନ କ୍ରୟ ଋତୁରେ ଉଲ୍ଲେଖନୀୟ ସଫଳତା ହାସଲ କଲା ଗଞ୍ଜାମ: ୮୮ ପ୍ରତିଶତ ଲକ୍ଷ୍ୟ ହାସଲ
ଆଜିର ଖବର

ଚଳିତ ଧାନ କ୍ରୟ ଋତୁରେ ଉଲ୍ଲେଖନୀୟ ସଫଳତା ହାସଲ କଲା ଗଞ୍ଜାମ: ୮୮ ପ୍ରତିଶତ ଲକ୍ଷ୍ୟ ହାସଲ

February 17, 2026No Comments4 Mins Read
Share Facebook Twitter LinkedIn Email WhatsApp Copy Link
Paddy
88% of Paddy Procured in Ganjam District

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ରାଜ୍ୟର ସବୁଠାରୁ ବଡ଼ କୃଷିପ୍ରଧାନ ଜିଲ୍ଲାମାନଙ୍କ ମଧ୍ୟରୁ ଅନ୍ୟତମ । ଏଠାରୁ ପ୍ରତିବର୍ଷ ଲକ୍ଷାଧିକ ଚାଷୀଙ୍କ ଠାରୁ ବିପୁଳ ପରିମାଣରେ ଧାନ କ୍ରୟ କରାଯାଇଥାଏ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମତେ ଗଞ୍ଜାମ ଜିଲ୍ଲା ପ୍ରଶାସନ, ଉପଖଣ୍ଡ ପ୍ରଶାସନ ଓ ବ୍ଲକ ପ୍ରଶାସନମାନଙ୍କ ପକ୍ଷରୁ ମଣ୍ଡିଗୁଡିକର ସୁପରିଚାଳନା, ସୁବିଧାରେ ପଞ୍ଜିକରଣ, ତାସହ ତ୍ୱରିତ ଓ ସମୟୋଚିତ ଭାବେ ଚାଷୀମାନଙ୍କ ଖାତାକୁ ଆର୍ଥିକ ପ୍ରାବଧାନ ପହଞ୍ଚାଇବାକୁ ବିଭିନ୍ନ ସମୟଉପଯୋଗୀ ବ୍ୟବସ୍ଥା କରାଯାଇଛି।

ଫଳ ସ୍ୱରୂପ, ଗଞ୍ଜାମ ଜିଲ୍ଲା ଚଳିତ ଧାନ କ୍ରୟ ଋତୁରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଜ଼ିଲ୍ଲାରେ ମୋଟ ୫୪,୪୬,୨୦୧ କ୍ୱିଣ୍ଟାଲ ଧାର୍ଯ୍ୟ ଲକ୍ଷ୍ୟ ମଧ୍ୟରୁ ୪୭,୯୮,୫୮୮ କ୍ୱିଣ୍ଟାଲ ଧାନ କ୍ରୟ କରାଯାଇ ପ୍ରାୟ ୮୮ ପ୍ରତିଶତ ଲକ୍ଷ୍ୟ ଆଜି ତାରିଖ ସୁଦ୍ଧା ହାସଲ କରାଯାଇପାରିଛି । ଏହାଠାରୁ ଅଧିକ ସ୍ୱାଗତଯୋଗ୍ୟ କଥା ଏହିକି ଯେ, ୧,୨୧,୮୧୬ ଜଣ ଚାଷୀଭାଇଭଉଣୀମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଡିବିଟି ମାଧ୍ୟମରେ ୧୦୫୫ କୋଟିରୁ ଅଧିକ ଟଙ୍କା ପହଂଚିସାରିଛି। ବିଗତ ବର୍ଷ ଗୁଡିକ ତୁଳନାରେ ଅଧିକ କ୍ଷିପ୍ର ଗତିରେ ଏ ବର୍ଷ ଧାନ କ୍ରୟ ପ୍ରକ୍ରିୟା ଆଗେଇ ଚାଲିଛି। ତେଣୁ, ଚାଷୀଭାଇଭଉଣୀମାନଙ୍କ ମଧ୍ୟରେ ମୋଟାମୋଟି ଭାବରେ ଆନନ୍ଦ ପରିଲିକ୍ଷିତ ହେଉଛି। ଏହି ଏକ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ବ ଆର୍ଥିକ ପ୍ରାବଧାନ ଜିଲ୍ଲାର ଗ୍ରାମୀଣ ଅର୍ଥନୀତିକୁ ସଶକ୍ତ କରିବା ସହିତ ଅନ୍ନଦାତା ଚାଷୀଭାଇଭଉଣୀମାନଙ୍କୁ ଆର୍ଥିକ ସ୍ଥିରତା ପ୍ରଦାନ କରିପାରିଛି। ସୁଚିନ୍ତିତ ପରିକଳ୍ପନା, ନିରନ୍ତର ନିରୀକ୍ଷଣ, ଗଣମାଧ୍ୟମରେ ପ୍ରକାଶିତ ଖବର ଉପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଏବଂ ସମନ୍ୱୟମୂଳକ ପଦକ୍ଷେପ ଫଳରେ ଏହି ଆଖିଦୃଶିଆ ସଫଳତା ମିଳିପାରିଛି।

ଅନ୍ନଦାତା ଚାଷୀଭାଇଭଉଣୀମାନଙ୍କର ଯେ କୌଣସି ସମସ୍ୟାକୁ ଜିଲ୍ଲା ପ୍ରଶାସନ ସବୁବେଳେ ଗୁରୁତ୍ୱର ସହିତ ଗ୍ରହଣ କରିଛି। ଜିଲ୍ଲାପାଳଙ୍କ ନେତୃତ୍ୱରେ ବିଭାଗୀୟ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରି ଧାନ କ୍ରୟ ସମ୍ବନ୍ଧିତ ବିଭିନ୍ନ ସମସ୍ୟାର ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଗଞ୍ଜାମ ଏକ ବିଶାଳ ଜିଲ୍ଲା ହୋଇଥିବା ସତ୍ତ୍ୱେ,

ନିୟମିତ ସମୀକ୍ଷା ବୈଠକ, ଗଣମାଧ୍ୟମରେ ପ୍ରକାଶିତ ଖବର ଉପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ, ମଣ୍ଡି ପର୍ଯ୍ୟବେକ୍ଷଣ ଏବଂ ପ୍ୟାକ୍ସ ଓ ସମ୍ବନ୍ଧିତ ସଂସ୍ଥାମାନଙ୍କ ସହ ସମନ୍ୱୟ ମାଧ୍ୟମରେ ବିଭିନ୍ନ ବାଧାବିଘ୍ନକୁ ଦୂର କରାଯାଇଆସିଛି ଯାହା ଫଳରେ ୮୮ ପ୍ରତିଶତ ଧାନ କ୍ରୟ ହୋଇସାରିଛି। ଆଉ ବଳକା ଧାନ ଖୁବ ଶୀଘ୍ର କ୍ରୟ କରାଯିବ ବୋଲି ଜ଼ିଲ୍ଲପାଳ ଶ୍ରୀ ଓ୍ବି କୀର୍ତ୍ତି ଓ୍ବାସନ୍ ପ୍ରକାଶ କରିଛନ୍ତି।

ଜିଲ୍ଲା ପ୍ରଶାସନ ଜିଲ୍ଲାର ପ୍ରତ୍ୟେକ ଯୋଗ୍ୟ ଚାଷୀଙ୍କୁ ପ୍ରୋତ୍ସାହିତ ଓ ଲାଭାନ୍ବିତ କରିବା ସହିତ ସୁଚାରୁ ଭାବରେ ଧାନ କ୍ରୟ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବା ପାଇଁ ସମସ୍ତ ପ୍ରୟାସ ଜାରି ରଖିଛି, ବୋଲି ସେ ଉଲ୍ଲେଖ କରିଛନ୍ତି।

ବ୍ଲକ ଅନୁଯାୟୀ ଧାନ କ୍ରୟ ତଥ୍ୟ-

ଦିଗପହାଣ୍ଡି ବ୍ଲକରେ ୩,୬୬,୧୨୦.୦୦ କ୍ୱିଣ୍ଟାଲ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲାବେଳେ ୩,୪୮,୦୪୭.୭୩ କ୍ୱିଣ୍ଟାଲ ଧାନ କ୍ରୟ ହୋଇଛି । ଦିଗପହାଣ୍ଡି ବ୍ଲକରେ ଜ଼ିଲ୍ଲାର ସର୍ବାଧିକ ୯୫.୦୬ ପ୍ରତିଶତ ଧାନ କ୍ରୟ ହୋଇଛି।

ପାତ୍ରପୁର ବ୍ଲକରେ ୩,୨୯,୨୭୦.୦୦ କ୍ୱିଣ୍ଟାଲ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲାବେଳେ ୩,୧୨,୫୬୦.୦୬ କ୍ୱିଣ୍ଟାଲ କ୍ରୟ ହୋଇଛି । ଅର୍ଥାତ ଜିଲ୍ଲାର ଦ୍ଵିତୀୟ ସର୍ବାଧିକ ୯୪.୯୩ ପ୍ରତିଶତ ଧାନ କ୍ରୟ ହୋଇସାରିଛି।

ଧରାକୋଟ ବ୍ଲକରେ ୨,୫୭,୨୦୯.୦୦ କ୍ୱିଣ୍ଟାଲ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲାବେଳେ ୨,୩୮,୭୦୮.୦୩ କ୍ୱିଣ୍ଟାଲ କ୍ରୟ ସରିଛି । ଜିଲ୍ଲାର ତୃତୀୟ ସର୍ବାଧିକ ୯୨.୮୧ ପ୍ରତିଶତ ଧାନ କ୍ରୟ ହୋଇଛି ।

ବୁଗୁଡା ବ୍ଲକରେ ୧,୯୮,୦୩୬.୦୦ କ୍ୱିଣ୍ଟାଲ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲାବେଳେ ୧,୮୨,୧୮୬.୭୫ କ୍ୱିଣ୍ଟାଲ କ୍ରୟ ହୋଇସାରିଛି । ୯୨.୦୦ ପ୍ରତିଶତ ଧାନ କ୍ରୟ ହୋଇସାରିଛି ।

ଶେରଗଡା ବ୍ଲକରେ ୨,୧୬,୭୩୨.୦୦ କ୍ୱିଣ୍ଟାଲ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲାବେଳେ ୧,୯୯,୩୭୯.୮୮ କ୍ୱିଣ୍ଟାଲ କ୍ରୟ ହୋଇଛି । ମୋଟ୍ ୯୧.୯୯ ପ୍ରତିଶତ ଧାନ କ୍ରୟ ହୋଇସାରିଛି ।

କୁକୁଡାଖଣ୍ଡି ବ୍ଲକରେ ୩,୨୨,୯୨୬.୦୦ କ୍ୱିଣ୍ଟାଲ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲାବେଳେ ୨,୯୫,୨୩୯.୫୨ କ୍ୱିଣ୍ଟାଲ କ୍ରୟ ହୋଇଛି । ମୋଟ୍ ୯୧.୪୩ ପ୍ରତିଶତ ଧାନ କ୍ରୟ ହୋଇସାରିଛି ।

ବେଲାଗୁଣ୍ଠା ୧,୪୯,୫୦୯.୦୦ କ୍ୱିଣ୍ଟାଲ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲାବେଳେ ୧,୩୬,୩୫୫.୪୪ କ୍ୱିଣ୍ଟାଲ କ୍ରୟ ହୋଇଛି । ମୋ୍ଟ୍ ୯୧.୨୦ ପ୍ରତିଶତ ଧାନ କ୍ରୟ ହୋଇସାରିଛି ।

ସୁରଡା ବ୍ଲକରେ ୨,୪୫,୨୦୧.୫୪ କ୍ୱିଣ୍ଟାଲ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲାବେଳେ ୨,୨୩,୩୬୦.୯୯ କ୍ୱିଣ୍ଟାଲ କ୍ରୟ ହୋଇଛି । ମୋଟ୍ ୯୧.୦୯ ପ୍ରତିଶତ ଧାନ କ୍ରୟ ହୋଇସାରିଛି ।

ଚିକିଟି ବ୍ଲକରେ ୨,୧୩,୬୭୮.୦୦ କ୍ୱିଣ୍ଟାଲ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲାବେଳେ ୧,୯୪,୦୫୮.୧୩ କ୍ୱିଣ୍ଟାଲ କ୍ରୟ ହୋଇଛି । ଅର୍ଥାତ ୯୦.୮୨ ପ୍ରତିଶତ ଧାନ କ୍ରୟ ହୋଇସାରିଛି ।

ସାନଖେମୁଣ୍ଡି ବ୍ଲକରେ ୩,୩୮,୮୦୪.୦୦ କ୍ୱିଣ୍ଟାଲ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲାବେଳେ ୩,୦୬,୫୧୧.୨୨ କ୍ୱିଣ୍ଟାଲ କ୍ରୟ ହୋଇଛି । ଅର୍ଥାତ ୯୦.୪୭ ପ୍ରତିଶତ ଧାନ କ୍ରୟ ହୋଇସାରିଛି ।

ଜଗନ୍ନାଥପ୍ରସାଦ ବ୍ଲକରେ ୧,୯୮,୨୨୦.୦୦ କ୍ୱିଣ୍ଟାଲ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲାବେଳେ ୧,୭୮,୭୬୦.୮୦ କ୍ୱିଣ୍ଟାଲ କ୍ରୟ ହୋଇସାରିଛି । ଅର୍ଥାତ ୯୦.୧୮ ପ୍ରତିଶତ ଧାନ କ୍ରୟ ହୋଇସାରିଛି ।

ଭଞ୍ଜନଗର ବ୍ଲକରେ ୨,୦୩,୫୮୬.୦୦ କ୍ୱିଣ୍ଟାଲ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲାବେଳେ ୧,୮୦,୦୭୩.୪୩ କ୍ୱିଣ୍ଟାଲ କ୍ରୟ ହୋଇଛି, ଅର୍ଥାତ ୮୮.୪୫ ପ୍ରତିଶତ ଧାନ କ୍ରୟ ହୋଇସାରିଛି ।

ହିଞ୍ଜିଲିକଟ୍ ବ୍ଲକରେ ୨,୭୮,୩୯୦.୦୦ କ୍ୱିଣ୍ଟାଲ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲାବେଳେ ୨,୪୫,୮୭୭.୫୦ କ୍ୱିଣ୍ଟାଲ କ୍ରୟ ହୋଇଛି, ଅର୍ଥାତ ୮୮.୩୨ ପ୍ରତିଶତ ଧାନ କ୍ରୟ ହୋଇସାରିଛି ।

ଛତ୍ରପୁର ବ୍ଲକରେ ୨,୨୧,୩୮୮.୦୦ କ୍ୱିଣ୍ଟାଲ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲାବେଳେ ୧,୯୧,୧୯୪.୬୫ କ୍ୱିଣ୍ଟାଲ କ୍ରୟ ହୋଇଛି, ଅର୍ଥାତ ୮୬.୩୬ ପ୍ରତିଶତ ଧାନ କ୍ରୟ ହୋଇସାରିଛି ।

ଆସ୍କା ବ୍ଲକରେ ୨,୬୮,୫୦୮.୦୦ କ୍ୱିଣ୍ଟାଲ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲାବେଳେ ୨,୩୦,୯୩୦.୦୨ କ୍ୱିଣ୍ଟାଲ କ୍ରୟ ହୋଇଛି, ଅର୍ଥାତ ୮୬.୦୦ ପ୍ରତିଶତ ଧାନ କ୍ରୟ ହୋଇସାରିଛି ।

ପୋଲସରା ବ୍ଲକରେ ୧,୭୬,୯୫୮.୦୦ କ୍ୱିଣ୍ଟାଲ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲାବେଳେ ୧,୫୧,୯୫୬.୨୮ କ୍ୱିଣ୍ଟାଲ କ୍ରୟ ହୋଇଛି, ଅର୍ଥାତ ୮୫.୮୭ ପ୍ରତିଶତ ଧାନ କ୍ରୟ ହୋଇସାରିଛି ।

ରଙ୍ଗେଇଲୁଣ୍ଡା ବ୍ଲକରେ ୧,୯୩,୯୦୦.୦୦ କ୍ୱିଣ୍ଟାଲ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲାବେଳେ ୧,୬୪,୭୪୦.୩୩ କ୍ୱିଣ୍ଟାଲ କ୍ରୟ ହୋଇଛି, ଅର୍ଥାତ ୮୪.୯୬ ପ୍ରତିଶତ ଧାନ କ୍ରୟ ହୋଇସାରିଛି ।

ଗଞ୍ଜାମ ବ୍ଲକରେ ୨,୦୭,୨୪୫.୦୦ କ୍ୱିଣ୍ଟାଲ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲାବେଳେ ୧,୭୩,୨୯୭.୭୭ କ୍ୱିଣ୍ଟାଲ କ୍ରୟ ହୋଇଛି, ଅର୍ଥାତ୮୩.୬୨ ପ୍ରତିଶତ ଧାନ କ୍ରୟ ହୋଇସାରିଛି ।

ଖଲ୍ଲିକୋଟେ ବ୍ଲକରେ ୨,୬୫,୮୨୮.୦୦ କ୍ୱିଣ୍ଟାଲ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲାବେଳେ ୨,୨୧,୧୫୬.୪୧ କ୍ୱିଣ୍ଟାଲ କ୍ରୟ ହୋଇଛି, ଅର୍ଥାତ ୮୩.୨୦ ପ୍ରତିଶତ ଧାନ କ୍ରୟ ହୋଇସାରିଛି ।

କବିସୂର୍ଯ୍ୟନଗର ୨,୦୧,୦୮୪.୦୦ କ୍ୱିଣ୍ଟାଲ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲାବେଳେ ୧,୫୭,୩୯୧.୭୬ କ୍ୱିଣ୍ଟାଲ କ୍ରୟ ହୋଇଛି, ଅର୍ଥାତ ୭୮.୨୭ ପ୍ରତିଶତ ଧାନ କ୍ରୟ ହୋଇସାରିଛି ।

ବେଗୁନିଆପଡା ବ୍ଲକରେ ୨,୩୦,୭୨୬.୦୦ କ୍ୱିଣ୍ଟାଲ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲାବେଳେ୧,୭୫,୩୩୯.୧୪ କ୍ୱିଣ୍ଟାଲ କ୍ରୟ ହୋଇଛି, ଅର୍ଥାତ ୭୫.୯୯ ପ୍ରତିଶତ ଧାନ କ୍ରୟ ହୋଇସାରିଛି ।

ପୁରୁଷୋତ୍ତମପୁର ୩,୬୧,୩୩୩.୦୦ କ୍ୱିଣ୍ଟାଲ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲାବେଳେ ୨,୬୭,୦୮୪.୮୪ କ୍ୱିଣ୍ଟାଲ କ୍ରୟ ହୋଇଛି, ଅର୍ଥାତ ୭୩.୯୨ ପ୍ରତିଶତ ଧାନ କ୍ରୟ ହୋଇସାରିଛି ।

ବିଭାଗୀୟ ସୂଚନା ଅନୁଯାୟୀ, ଗଂଜାମ ଜିଲ୍ଲାରେ ୧,୫୬,୭୧୩ ଜଣ ପଂଜିକୃତ ଚାଷୀଙ୍କ ମଧ୍ୟରୁ ୧,୩୦,୧୪୦ ଜଣ ଧାନ ବିକ୍ରୟ କରିସାରିଛନ୍ତି । ସର୍ବମୋଟ ୫୪,୪୪,୬୫୧.୫୪ କ୍ୱିଣ୍ଟାଲ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲାବେଳେ ୪୭,୭୪,୨୧୦.୬୮ କ୍ୱିଣ୍ଟାଲ କ୍ରୟ ହୋଇସାରିଛି ଯାହା ମୋଟ ଶତାଂଶର ୮୭.୬୯ ପ୍ରତିଶତ।

Ganjam District Paddy Procured
Share. Facebook Twitter LinkedIn Email WhatsApp Copy Link

Related Posts

କଟନୀ-ଛଟନୀ ନେଇ ବିଧାନସଭାରେ ସରକାରଙ୍କୁ ଘେରିବ ବିଜେଡି, ବିଧାୟକ ଦଳ ବୈଠକରେ ନିଷ୍ପତି

February 17, 2026

ଟି-୨୦ ବିଶ୍ୱକପରୁ ଅଷ୍ଟ୍ରେଲିଆର ସ୍ଵପ୍ନ ଧୂଳିସାତ୍!: ସୁପର ୮ରେ ଶ୍ରୀଲଙ୍କା, ଜିମ୍ବାୱେ ପାଇଁ ବଡ ସୁଯୋଗ

February 17, 2026

କୃଷି ସାମଗ୍ରୀ ବଣ୍ଟନ ଏବଂ ବନାଗ୍ନି ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଲେ ଉପମୁଖ୍ୟମନ୍ତ୍ରୀ

February 17, 2026

ରାଶିଫଳ: ଆଜି ଫେବୃୟାରୀ ୧୭ ମଙ୍ଗଳବାରରେ ଚାରୋଟି ରାଶି ପାଇଁ ରହିଛି ବେଶ୍ ଖୁସି ଖବର

February 17, 2026
Latest News

ଚଳିତ ଧାନ କ୍ରୟ ଋତୁରେ ଉଲ୍ଲେଖନୀୟ ସଫଳତା ହାସଲ କଲା ଗଞ୍ଜାମ: ୮୮ ପ୍ରତିଶତ ଲକ୍ଷ୍ୟ ହାସଲ

February 17, 2026

କଟନୀ-ଛଟନୀ ନେଇ ବିଧାନସଭାରେ ସରକାରଙ୍କୁ ଘେରିବ ବିଜେଡି, ବିଧାୟକ ଦଳ ବୈଠକରେ ନିଷ୍ପତି

February 17, 2026

ଟି-୨୦ ବିଶ୍ୱକପରୁ ଅଷ୍ଟ୍ରେଲିଆର ସ୍ଵପ୍ନ ଧୂଳିସାତ୍!: ସୁପର ୮ରେ ଶ୍ରୀଲଙ୍କା, ଜିମ୍ବାୱେ ପାଇଁ ବଡ ସୁଯୋଗ

February 17, 2026

ଆଜିଠାରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା: ଫେକ୍ ନ୍ୟୁଜ୍ ଠାରୁ ଦୂରେଇ ରହିବାକୁ CBSE ର ପରାମର୍ଶ

February 17, 2026

କୃଷି ସାମଗ୍ରୀ ବଣ୍ଟନ ଏବଂ ବନାଗ୍ନି ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଲେ ଉପମୁଖ୍ୟମନ୍ତ୍ରୀ

February 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.