Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୁପ୍ରିୟା ପଣ୍ଡାଙ୍କୁ ଦ୍ୱାଦଶ ‘ଜଗଦୀଶ କଥା ସମ୍ମାନ’: ‘ଜଗଦୀଶ ଯୁବ ସମ୍ମାନ’ ପାଇଲେ ଶାନ୍ତନୁ କୁମାର ନାୟକ
ଆଜିର ଖବର

ସୁପ୍ରିୟା ପଣ୍ଡାଙ୍କୁ ଦ୍ୱାଦଶ ‘ଜଗଦୀଶ କଥା ସମ୍ମାନ’: ‘ଜଗଦୀଶ ଯୁବ ସମ୍ମାନ’ ପାଇଲେ ଶାନ୍ତନୁ କୁମାର ନାୟକ

February 17, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ସୁପ୍ରିୟା ପଣ୍ଡା
ସୁପ୍ରିୟା ପଣ୍ଡାଙ୍କୁ ଦ୍ୱାଦଶ ‘ଜଗଦୀଶ କଥା ସମ୍ମାନ’: ‘ଜଗଦୀଶ ଯୁବ ସମ୍ମାନ’ ପାଇଲେ ଶାନ୍ତନୁ କୁମାର ନାୟକ

ଭୁବନେଶ୍ୱର: ଜଗଦୀଶ ମହାନ୍ତିଙ୍କ ଗପ ପଢ଼ିବା ବେଳେ ଲାଗେନାହିଁ ଯେ ଆମେ ଗପ ପଢ଼ୁଛୁ, ବରଂ ଲାଗେ ଯେମିତି ଆମେ ଅତିପରିଚିତ କେଉଁ ଲୋକ ସହ କଥାବାର୍ତ୍ତା କରୁଛୁ। କାରଣ ସାଧାରଣ କଥୋପକଥନ ଭଙ୍ଗୀରେ ତାଙ୍କର ସାହିତ୍ୟ ରଚିତ।

‘ଜଗଦୀଶ ମହାନ୍ତି ଟ୍ରଷ୍ଟ୍‍’ ତରଫରୁ ଆୟୋଜିତ ‘ଜଗଦୀଶ ଜୟନ୍ତୀ’ ଅବସରରେ ଯୋଗଦେଇ ଅତିଥିଗଣ ଏପରି ମତ ଦେଇଛନ୍ତି। ଓଡ଼ିଆ କଥାସାହିତ୍ୟର ଜଣେ ଅପ୍ରତିଦ୍ୱନ୍ଦ୍ୱୀ କଥାକାର ଭାବେ ପରିଚିତ ଜଗଦୀଶ ମହାନ୍ତିଙ୍କ ସ୍ମୃତିରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କଥାକାର ସତ୍ୟ ମିଶ୍ର ଯୋଗଦେଇ ଜଗଦୀଶ ମହାନ୍ତିଙ୍କ ସୃଜନକୃତି ଓ ଜୀବନଚର୍ଯ୍ୟା ଉପରେ ସବିଶେଷ ଆଲୋଚନା କରିଥିଲେ।

ଏହି ଅବସରରେ ବିଶିଷ୍ଟ ଗାଳ୍ପିକା ସୁପ୍ରିୟା ପଣ୍ଡାଙ୍କୁ ଚଳିତ ବର୍ଷର ମର୍ଯ୍ୟାଦାଜନକ ‘ଜଗଦୀଶ କଥା ସମ୍ମାନ’ ପ୍ରଦାନ କରାଯାଇଥିଲା। ପୁରସ୍କାର ବାବଦରେ ୧୦ ହଜାର ଟଙ୍କା ଓ ସମ୍ମାନ ଫଳକ ପ୍ରଦାନ କରାଯାଇଥିଲା। ସେହିପରି ଯୁବଲେଖକଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଦିଆଯାଉଥିବା ୫ ହଜାର ଟଙ୍କା ଅର୍ଥରାଶି ସମ୍ବଳିତ ‘ଜଗଦୀଶ ଯୁବ ସମ୍ମାନ’ ଏଥର ଗାଳ୍ପିକ ଶାନ୍ତନୁ କୁମାର ନାୟକଙ୍କୁ ପ୍ରଦାନ କରାଯାଇଥିଲା। ଉଭୟ ପୁରସ୍କୃତ ଲେଖକ ସେମାନଙ୍କ ଲେଖକୀୟ ବକ୍ତବ୍ୟରେ ଜଗଦୀଶ ମହାନ୍ତିଙ୍କ ଗଳ୍ପର ପ୍ରଭାବ ଉପରେ ଆଲୋକପାତ କରିଥିଲେ।

ଉତ୍ସବରେ ସଭାପତିତ୍ୱ କରିଥିଲେ କଥାକାର ଡକ୍ଟର ସରୋଜିନୀ ସାହୁ। ‘ଟ୍ରଷ୍ଟ୍‍’ର ସଂପାଦକ ତଥା ଲେଖକ ସରୋଜ ବଳ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିବା ସହ ଉତ୍ସବ ସଂଚାଳନ କରିଥିଲେ। ଉତ୍ସବ ଆରମ୍ଭରେ ଯୁବକବି ଶିବଚରଣ ମହାପାତ୍ର ଜଗଦୀଶ ମହାନ୍ତିଙ୍କର ଏକ ଗଳ୍ପ ଉପସ୍ଥାପନ କରିଥିଲେ।

ଉତ୍ସବ ପରିଚାଳନାରେ ତିଳୋତ୍ତମା ଦାସ, ପ୍ରଜ୍ଞା ପାରମିତା ରଥ, ଅନ୍ତର୍ଯ୍ୟାମୀ ମିଶ୍ର, ଜଗନ ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିବାବେଳେ ବହୁ ଜଗଦୀଶପ୍ରେମୀ ପାଠକପାଠିକା, ଲେଖକ, ସଂପାଦକ, ପ୍ରକାଶକ ଓ ସାହିତ୍ୟାନୁରାଗୀ ଏଥିରେ ଯୋଗ ଦେଇଥିଲେ।

ଜଗଦୀଶ କଥା ସମ୍ମାନ ଜଗଦୀଶ ଯୁବ ସମ୍ମାନ ଶାନ୍ତନୁ କୁମାର ନାୟକ ସୁପ୍ରିୟା ପଣ୍ଡା
Share. Facebook Twitter LinkedIn Email WhatsApp Copy Link

Related Posts

ଏପ୍ରିଲ ତିନି ତାରିଖ ଶୁକ୍ରବାରରେ ଏହି ସାତୋଟି ରାଶିର ଲୋକ ପାଇବେ ଖୁସି ଖବର

April 3, 2026

ରାଜ୍ୟସଭାର ଉପନେତା ପଦରୁ ହଟାଇବା ପରେ ରାଘବ ଚଢାଙ୍କ ପ୍ରଥମ ପୋଷ୍ଟ: ସେୟାର କଲେ ଭିଡିଓ

April 2, 2026

ରଣପୁରର ବିଭିନ୍ନ ସ୍ଥାନରେ ଗ୍ୟାସ କଳାବଜାରୀ ଉପରେ ଚଢ଼ାଉ

April 2, 2026

ବଢୁଥିବା ଗ୍ରୀଷ୍ମ ପ୍ରବାହକୁ ଦେଖି ସ୍କୁଲ ସମୟ ସକାଳୁଆ କରିବାକୁ ଓଷ୍ଟାର ଦାବି

April 2, 2026
Latest News

ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

April 3, 2026

ପ୍ରତିରକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପଶ୍ଚିମ ଏସିଆ ଉପରେ ଗଠିତ ମନ୍ତ୍ରୀଗୋଷ୍ଠୀର ଦ୍ୱିତୀୟ ବୈଠକ

April 3, 2026

ଏପ୍ରିଲ ତିନି ତାରିଖ ଶୁକ୍ରବାରରେ ଏହି ସାତୋଟି ରାଶିର ଲୋକ ପାଇବେ ଖୁସି ଖବର

April 3, 2026

ବିଶ୍ୱର ସର୍ବବୃହତ କ୍ଷମତା ବିକାଶ କାର୍ଯ୍ୟକ୍ରମ ଆୟୋଜନ କଲା ଭାରତ

April 2, 2026

ରାଜ୍ୟସଭାର ଉପନେତା ପଦରୁ ହଟାଇବା ପରେ ରାଘବ ଚଢାଙ୍କ ପ୍ରଥମ ପୋଷ୍ଟ: ସେୟାର କଲେ ଭିଡିଓ

April 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.