Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତ ଏଆଇ ସମ୍ମିଳନୀରେ ଓଡ଼ିଶାର ଉଦ୍ୟମକୁ ପ୍ରଶଂସା କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
ଆଜିର ଖବର

ଭାରତ ଏଆଇ ସମ୍ମିଳନୀରେ ଓଡ଼ିଶାର ଉଦ୍ୟମକୁ ପ୍ରଶଂସା କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

February 18, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଅଶ୍ଵିନୀ ବୈଷ୍ଣବ
ଭାରତ ଏଆଇ ସମ୍ମିଳନୀରେ ଓଡ଼ିଶାର ଉଦ୍ୟମକୁ ପ୍ରଶଂସା କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: ଭାରତ ମଣ୍ଡପମଠାରେ ଅନୁଷ୍ଠିତ ଭାରତ ଏଆଇ ସମ୍ମିଳନୀରେ ଓଡ଼ିଶା ପାଭିଲିୟନକୁ ପ୍ରଶଂସା କରିଛନ୍ତି ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଗଣମାଧ୍ୟମକୁ ଏକ ସଂକ୍ଷିପ୍ତ ସାକ୍ଷାତକାର ଦେଇ ସେ କହିଛନ୍ତି, ପ୍ରଦର୍ଶନୀରେ ଓଡ଼ିଶାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପ୍ରଦର୍ଶନ କରାଯାଇଥିବା ଭିନ୍ନ ଭିନ୍ନ ଏଆଇ ସମାଧାନ ଉପାୟ ସାଧାରଣ ଜନତାଙ୍କୁ ସକାରାତ୍ମକ ଭାବେ ପ୍ରଭାବିତ କରିବ। ଓଡ଼ିଶା ଆଇଟି ଓ ସେମିକଣ୍ଡକ୍ଟର କ୍ଷେତ୍ରରେ ଏକ ହବ୍‍ ହେବାକୁ ଯାଉଛି ବୋଲି ସେ ଏହି ଅବସରରେ ସୂଚନା ଦେଇଛନ୍ତି।

ସେ କହିଛନ୍ତି, “ଏଆଇ ଇମ୍ପାକ୍ଟ ସମିଟ୍‌ରେ ଓଡ଼ିଶାର ବହୁତ ଭଲ ଉପସ୍ଥିତି ରହିଛି। ଏଠି ଯାହା ସମାଧାନ  ରାଜ୍ୟ ପକ୍ଷରୁ ଆଣାଯାଇଛି ,  ତାହା ସାଧାରଣ ଜନତାଙ୍କ ଜୀବନରେ ଏକ ସକାରାତ୍ମକ ରୂପାନ୍ତରଣ ଆଣିବ। ଏହାସହିତ ଓଡ଼ିଶା ଆଇଟି, ସେମିକଣ୍ଡକ୍ଟର ଆଉ ଇଲେକ୍ଟ୍ରୋନିକ୍ସରେ ଏକ ବୃହତ ହବ୍  ଭାବେ ଉଦୀୟମାନ ହେଉଛି’’।

ଏବେ  ରାଜ୍ୟରେ ଦୁଇଟି ସେମିକଣ୍ଡକ୍ଟର ୟୁନିଟ୍ ପ୍ରତିଷ୍ଠା  ପାଇଁ ଅନୁମୋଦନ ମିଳିଛି। ଏହାସହ ଭୁବନେଶ୍ୱର ସ୍ଥିତ ଆଇଆଇଟିଠାରେ ମଧ୍ୟ ନମୋ ସେମିକଣ୍ଡକ୍ଟର ଲ୍ୟାବ୍ ଆରମ୍ଭ ହେଉଛି, ଯାହା ସେମିକଣ୍ଡକ୍ଟର କ୍ଷେତ୍ରରେ  ବଡ଼ ଗବେଷଣା ପାଇଁ ଉନ୍ମୁକ୍ତ ହେବ। ଏଆଇର ଉପଯୋଗ କେମିତି ଚାଷୀମାନଙ୍କ ପାଇଁ କିମ୍ବା ସହରରେ ଜଳ ଯୋଗାଣ ବ୍ୟବସ୍ଥା ଭଳି ସବୁ ପ୍ରକାର ବ୍ୟବସ୍ଥାରେ ଉପଯୋଗ କରାଯାଇପାରିବ ତାହାକୁ ଏଠାରେ ପ୍ରଦର୍ଶନ କରାଯାଇଛି।  ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଅନେକ ସମାଧାନର ରାସ୍ତା ଏଆଇ ମାଧ୍ୟମରେ ସମ୍ପନ୍ନ କରାଯିବାର ବାଟ ଦେଖାଯାଇଛି।

ରାଜ୍ୟ ସରକାର ତଥା ମୂଖ୍ୟମନ୍ତ୍ରୀଙ୍କ ନେତୃତ୍ୱଙ୍କୁ ଏଥିଲାଗି ଶ୍ରେୟ ପ୍ରଦାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ବୈଷ୍ଣବ। ତାଙ୍କ ସୌଜନ୍ୟ ଓ ନେତୃତ୍ୱ ହେତୁ ଏକ ସୁନ୍ଦର  ଷ୍ଟଲ ହୋଇପାରିଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।

ଅଶ୍ୱିନୀ ବୈଷ୍ଣବ ଭାରତ ଏଆଇ ସମ୍ମିଳନୀ ଭାରତ ମଣ୍ଡପମ
Share. Facebook Twitter LinkedIn Email WhatsApp Copy Link

Related Posts

ଏହି ତାରିଖରେ ପ୍ରକାଶ ପାଇବ ୨୦୨୬ ଆଇପିଏଲ କାର୍ଯ୍ୟସୂଚୀ: BCCI ରୁ ମିଳିଲା ଅପଡେଟ୍

March 10, 2026

ପ୍ରମୁଖ କୃଷି ଫସଲ ଉତ୍ପାଦନର ଦ୍ୱିତୀୟ ଅଗ୍ରୀମ ଆକଳନ ପ୍ରକାଶ କଲା କୃଷି ମନ୍ତ୍ରଣାଳୟ

March 10, 2026

ପିଆଇବି ଏଡିଜିଙ୍କ ଆକାଶବାଣୀ ପୁରୀ କେନ୍ଦ୍ର ଗସ୍ତ

March 10, 2026

ଜଳ ଜୀବନ ମିଶନର ଅବଧି ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ

March 10, 2026
Latest News

ଏହି ତାରିଖରେ ପ୍ରକାଶ ପାଇବ ୨୦୨୬ ଆଇପିଏଲ କାର୍ଯ୍ୟସୂଚୀ: BCCI ରୁ ମିଳିଲା ଅପଡେଟ୍

March 10, 2026

ପ୍ରମୁଖ କୃଷି ଫସଲ ଉତ୍ପାଦନର ଦ୍ୱିତୀୟ ଅଗ୍ରୀମ ଆକଳନ ପ୍ରକାଶ କଲା କୃଷି ମନ୍ତ୍ରଣାଳୟ

March 10, 2026

ପିଆଇବି ଏଡିଜିଙ୍କ ଆକାଶବାଣୀ ପୁରୀ କେନ୍ଦ୍ର ଗସ୍ତ

March 10, 2026

ଜଳ ଜୀବନ ମିଶନର ଅବଧି ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ

March 10, 2026

‘ଭାରତ ସରକାର ଦାୟୀ ନୁହନ୍ତି’: ଗ୍ୟାସ ଯୋଗାଣ ଅଭାବ ଉପରେ କଂଗ୍ରେସ ସାଂସଦଙ୍କ ବିବୃତ୍ତି

March 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.