ଆଜିଠୁ ବନ୍ଦ ହେଲା ଭାରତ ପଟୁ ଦିଲ୍ଲୀ-ଲାହୋର ବସ୍ ସେବା । ପାକିସ୍ତାନ ପଟୁ ସେବା ବନ୍ଦ ହେବା ପରେ ଭାରତ ଏହି ନିଷ୍ପତ୍ତି ନେଇଛି । ୧୯୯୯ ମସିହା ଫେବୃଆରୀ ୧୯ରେ ତତ୍କାଳୀନ ଭାରତର ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦ୍ବାରା ଏହି ବସ୍ ସେବା ଉଦ୍ଘାଟନ କରାଯାଇଥିଲା । ଦୁଇ ଦେଶ ମଧ୍ୟରେ ଶାନ୍ତି ତଥା ସୌହାର୍ଦ୍ଦ୍ୟ ପ୍ରତିଷ୍ଠା କରିବା ଲକ୍ଷ୍ୟରେ ଏହି ସେବା ଆରମ୍ଭ କରାଯାଇଥିଲା । ଜମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପାକିସ୍ତାନ ଭାରତ ସହ ସମ୍ପର୍କ ଛିନ୍ନ କରିଛି । ପ୍ରଥମେ ସମସ୍ତ ବ୍ୟବସାୟିକ ସମ୍ପର୍କ ତୁଟାଇଥିବାବେଳେ ଆକାଶପଥ, ସମଝୌତା ଏକ୍ସପ୍ରେସ୍, ଥର୍ ଏକ୍ସପ୍ରେସ୍ ଓ ବସ୍ ସେବା ଓଙ ଭାରତୀୟ ସିନେମା ଆଦିକୁ ବନ୍ଦ କରିଥିଲା । ତେବେ ଭାରତ ତରଫରୁ ଆଜିଠୁ ପାକିସ୍ତାନକୁ ବସ୍ ସେବା ବନ୍ଦ କରିଛି ଭାରତ । ଆଜିଠୁ ଭାରତ ପଟୁ ଦିଲ୍ଲୀ-ଲାହୋର୍ ବସ୍ ସେବାକୁ ବନ୍ଦ କରିଛି । ସୂଚନାଯୋଗ୍ୟ, ଫୁଲ୍ଓ୍ବାମା ଆକ୍ରମଣ ପରେ ଭାରତ ପାକିସ୍ତାନ ମଧ୍ୟରେ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥିଲା । ତେବେ ଜମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ନେଇ ପାକିସ୍ତାନ ବେଶ୍ ବିବ୍ରତ ହୋଇ ଏପରି ସବୁ ନିଷ୍ପତ୍ତି ନେଇଛି ।