Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ୱେଭ୍ସ କ୍ରିଏଟର୍‌’ କର୍ଣ୍ଣରକୁ ଉଦଘାଟନ କଲେ ଅଶ୍ୱିନୀ ବୈଷ୍ଣବ
ଆଜିର ଖବର

‘ୱେଭ୍ସ କ୍ରିଏଟର୍‌’ କର୍ଣ୍ଣରକୁ ଉଦଘାଟନ କଲେ ଅଶ୍ୱିନୀ ବୈଷ୍ଣବ

February 18, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
‘ୱେଭ୍ସ କ୍ରିଏଟର୍‌’ କର୍ଣ୍ଣରକୁ ଉଦଘାଟନ କଲେ ଅଶ୍ୱିନୀ ବୈଷ୍ଣବ
‘ୱେଭ୍ସ କ୍ରିଏଟର୍‌’ କର୍ଣ୍ଣରକୁ ଉଦଘାଟନ କଲେ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଇଣ୍ଡିଆ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ୨୦୨୬ ଅବସରରେ ୱେଭ୍ସ କ୍ରିଏଟର୍ସ କର୍ଣ୍ଣରକୁ ଉଦଘାଟନ କରିଛନ୍ତି। ଏହି ପାଭିଲିୟନକୁ ସମ୍ପୂର୍ଣ୍ଣ କ୍ରିୟାଶୀଳ ଏବଂ ବ୍ୟବହାରିକ ନବସୃଜନ କାର୍ଯ୍ୟକ୍ଷେତ୍ର ରୂପେ ପରିକଳ୍ପନା କରାଯାଇଛି। ଏହି ପାଭିଲିୟନକୁ ଏଭିଜିସି-ଏକ୍ସଆର (ଆନିମେସନ, ଭିଏଫଏକ୍ସ, ଗେମିଂ, କମିକ୍ସ ଏବଂ ଏକ୍ସଟେଣ୍ଡେଡ୍‌ ରିୟଲିଟି) ଇକୋସିଷ୍ଟମ ମଧ୍ୟରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇର ପରିବର୍ତ୍ତନକାରୀ ପ୍ରୟୋଗ ନିମନ୍ତେ ଡିଜାଇନ୍‌ କରାଯାଇଛି।

ୱେଭ୍ଏକ୍ସ, ୱେଭ୍ସ ବଜାର ଏବଂ କ୍ରିଏଟ୍ ଇନ୍ ଇଣ୍ଡିଆ ଚ୍ୟାଲେଞ୍ଜ ଭଳି ମନ୍ତ୍ରଣାଳୟର ପ୍ରମୁଖ ପଦକ୍ଷେପର ୱେଭ୍ସ କ୍ରିଏଟର୍ସ କର୍ଣ୍ଣର ରଣନୀତିକ ଭାବେ ପ୍ରସାର କରିବ। ଶ୍ରୀ ବୈଷ୍ଣବ ପାଭିଲିୟନକୁ ବିସ୍ତୃତ ଭାବେ ବୁଲି ଦେଖିଥିଲେ। ଏହି ଅବସରରେ ସେ ୱେଭ୍ଏକ୍ସ ଷ୍ଟାର୍ଟଅପ୍ ଗ୍ରୁପର ଉଦୀୟମାନ ଉଦ୍ୟୋଗୀଙ୍କ ସହିତ ଆଡୋବ୍, ନେଟଫ୍ଲିକ୍ସ, ସୋନି ଏବଂ ଆମାଜନ ଭଳି ବିଶ୍ୱସ୍ତରୀୟ ସଂଗଠନର ବରିଷ୍ଠ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ।

ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ରକୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୋତ୍ସାହନ ସ୍ୱରୂପ, ଓ୍ୱେଭେକ୍ସ ଦ୍ୱାରା ସମର୍ଥିତ ୫୧ଟି ପ୍ରତିଭା ସମ୍ପନ୍ନ ଏଭିଜିସି-ଏକ୍ସଆର ଏବଂ ମିଡିଆ ଟେକ୍ ଷ୍ଟାର୍ଟଅପ୍ ପାଭିଲିୟନ୍‌ରେ ଏଆଇ-ଚାଳିତ ସମାଧାନ ଏବଂ ଇମର୍ସିଭ୍ ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶନ କରୁଛନ୍ତି। ଶ୍ରୀ ବୈଷ୍ଣବ ଭାଷା ସେତୁ ଏବଂ କଳା ସେତୁ ଚ୍ୟାଲେଞ୍ଜର ବିଜେତାମାନଙ୍କ ସମେତ ଏହି ଉଦ୍ୟୋଗୀମାନଙ୍କ ସହିତ ଆଲୋଚନା କରିଥିଲେ।

ଶ୍ରୀ ବୈଷ୍ଣବ ମିଡିଆ ଲାଉଞ୍ଜରେ ୟୋର୍‌ ଷ୍ଟୋରୀର ଶ୍ରଦ୍ଧା ଶର୍ମାଙ୍କ ସହ ଏକ ଉଚ୍ଚସ୍ତରୀୟ ଆଲୋଚନାରେ ମଧ୍ୟ ଅଂଶଗ୍ରହଣ କରିଥିଲେ। ଏହି ଅଧିବେଶନରେ, ସେ ସମାଜ ଉପରେ ଏଆଇର ଗଭୀର ପ୍ରଭାବ ବିଷୟରେ ତାଙ୍କର ବିଚାର ବ୍ୟକ୍ତ କରିଥିଲେ। ପାଭିଲିୟନରେ ଅତ୍ୟାଧୁନିକ ଏଆଇ ଅଭିଜ୍ଞତା ପ୍ରଦର୍ଶିତ ହୋଇଛି। ଶିଳ୍ପର ପରିବର୍ତ୍ତିତ ଚାହିଦା ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରିବା ପାଇଁ ସୃଜନଶୀଳ ଶିକ୍ଷାରେ ଏଆଇକୁ ସାମିଲ କରିବା ପାଇଁ ଶ୍ରୀ ବୈଷ୍ଣବ ଆଇଆଇସିଟିକୁ ପ୍ରଶଂସା କରିଥିଲେ।

ଅଶ୍ୱିନୀ ବୈଷ୍ଣବ ଇଣ୍ଡିଆ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ମିଡିଆ ଟେକ୍ ଷ୍ଟାର୍ଟଅପ୍ ୱେଭ୍ସ କ୍ରିଏଟର୍‌’ କର୍ଣ୍ଣର
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଭୁବନେଶ୍ୱର ଅନେକ ସ୍ଥାନରେ ବନ୍ଦ ରହିବ ବିଦ୍ୟୁତ୍ ଯୋଗାଣ: ଜାଣନ୍ତୁ କେଉଁଠି ଓ କେତେବେଳେ?

March 10, 2026

ଆଜି ମାର୍ଚ୍ଚ ୧୦ ତାରିଖ ମଙ୍ଗଳବାର ଦିନ ଏହି ରାଶିଗୁଡିକ ହଠାତ ଧନ ପ୍ରାପ୍ତର ସୁଯୋଗ ପାଇବେ

March 10, 2026

ରିଲାଏନ୍ସ ରିଟେଲ୍ ଦ୍ୱାରା ହିମାଳୟର ପ୍ରାକୃତିକ ଉତ୍ପାଦ ଉପରେ ଆଧାରିତ ସ୍କିନକେୟାର ବ୍ରାଣ୍ଡ ଅଧିଗ୍ରହଣ

March 9, 2026

ବିଶାଖାପାଟଣା–ରାୟଗଡା ମଧ୍ୟରେ ସମ୍ପୂର୍ଣ୍ଣ ମହିଳା କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ଟ୍ରେନ୍‌ର ଶୁଭାରମ୍ଭ

March 9, 2026
Latest News

ଆଜି ଭୁବନେଶ୍ୱର ଅନେକ ସ୍ଥାନରେ ବନ୍ଦ ରହିବ ବିଦ୍ୟୁତ୍ ଯୋଗାଣ: ଜାଣନ୍ତୁ କେଉଁଠି ଓ କେତେବେଳେ?

March 10, 2026

ଆଜି ମାର୍ଚ୍ଚ ୧୦ ତାରିଖ ମଙ୍ଗଳବାର ଦିନ ଏହି ରାଶିଗୁଡିକ ହଠାତ ଧନ ପ୍ରାପ୍ତର ସୁଯୋଗ ପାଇବେ

March 10, 2026

ରିଲାଏନ୍ସ ରିଟେଲ୍ ଦ୍ୱାରା ହିମାଳୟର ପ୍ରାକୃତିକ ଉତ୍ପାଦ ଉପରେ ଆଧାରିତ ସ୍କିନକେୟାର ବ୍ରାଣ୍ଡ ଅଧିଗ୍ରହଣ

March 9, 2026

ବିଶାଖାପାଟଣା–ରାୟଗଡା ମଧ୍ୟରେ ସମ୍ପୂର୍ଣ୍ଣ ମହିଳା କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ଟ୍ରେନ୍‌ର ଶୁଭାରମ୍ଭ

March 9, 2026

ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରିଥିବା ଇଶାନ କିଶାନଙ୍କୁ କେତେ ପୁରସ୍କାର ରାଶି ମିଳିଥିଲା?: ଜାଣନ୍ତୁ….

March 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.