Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କ୍ରୀଡାର ଉନ୍ନତି ପାଇଁ ଆଦିତ୍ୟ ଆଲୁମିନିୟମର ଉଚ୍ଚକୋଟୀର ପ୍ରୟାସ
ଆଜିର ଖବର

କ୍ରୀଡାର ଉନ୍ନତି ପାଇଁ ଆଦିତ୍ୟ ଆଲୁମିନିୟମର ଉଚ୍ଚକୋଟୀର ପ୍ରୟାସ

February 18, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
କ୍ରୀଡାର ଉନ୍ନତି ପାଇଁ
କ୍ରୀଡାର ଉନ୍ନତି ପାଇଁ ଆଦିତ୍ୟ ଆଲୁମିନିୟମର ଉଚ୍ଚକୋଟୀର ପ୍ରୟାସ

ରେଙ୍ଗାଲି: ଆଦିତ୍ୟ ଆଲୁମିନିୟମ ଲପଙ୍ଗା ଦ୍ବାରା ସ୍ଥାନୀୟ କ୍ରୀଡାବିତ୍ ମାନଙ୍କୁ ନେଇ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମଟି ଆଦିତ୍ୟ ଗୋଷ୍ଠୀ ଉନ୍ନୟନ କାର୍ଯକ୍ରମର ପ୍ରକଳ୍ପ ଲକ୍ଷ୍ୟର ଅନ୍ତର୍ଗତ ଅଟେ। ଗ୍ରାମ ପ୍ରତିଭାକୁ ଲୋକ ଲୋଚନକୁ ଆଣିବାପାଇଁ ଏକ ପ୍ରଶିକ୍ଷକ ନିଯୁକ୍ତ କରାଯାଇଛି।

ଉକ୍ତ କାର୍ଯ୍ୟରେ ୫ ଗୋଟି ପଞ୍ଚାୟତ ( ଲପଙ୍ଗା, ବୋମାଲୋଇ, କତରବଗା, ଜଙ୍ଗଲା, ଘିଚାମୁରା) ର ୧୮ ଟି କ୍ଲବର କ୍ରିକେଟ୍ ଓ ଫୁଟବଲ୍ ର ଖେଳାଳୀମାନେ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗ୍ରାମାଞ୍ଚଳ ରେ ଥିବା ଖେଳାଳୀ ମାନଙ୍କର ପ୍ରତିଭାକୁ ଲୋକ ଲୋଚନକୁ ଆଣିବା। ଇତି ଅବସରରେ ଖେଳାଳୀ ମାନଙ୍କୁ ଉତ୍ସାହ କରିବା ପାଇଁ କ୍ରିକେଟ୍ ଓ ଫୁଟବଲ୍ ର କ୍ରୀଡା ସାମଗ୍ରୀ ବିତରଣ କରାଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ବୋମାଲୋଇ ପଞ୍ଚାୟତର ପୂର୍ବତନ ସରପଞ୍ଚ ଶେଷଦେବ ପ୍ରଧାନ, ଲପଙ୍ଗା ପଞ୍ଚାୟତର ସମିତିସଭ୍ୟ କିରଣ ବେହେରା, ସମାଜ ସେବୀ ସୁଶାନ୍ତ ବାରିକ, ସୁଧୀର ଗୁପ୍ତା ଉପସ୍ଥିତ ରହି ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ ଓ ଆଦିତ୍ୟ ଆଲୁମିନିୟମ କାରଖାନାର ମାନବ ସମ୍ବଳ କ୍ଲଷ୍ଟ୍ର ର ମୁଖ୍ୟ ଡକ୍ଟର କ୍ରିଷ୍ଣା ପାଢ଼ୀ, କାରଖାନାର ମୁଖ୍ୟ ପରିଚାଳକ ଜଗନ୍ନାଥ ପ୍ରସାଦ ନାୟକ, ମାନବ ସମ୍ବଳ ମୁଖ୍ୟ ବିନୋଦା ନନ୍ଦ ଠାକୁର, ବାଣିଜ୍ୟର ମୁଖ୍ୟ  ଅମିତ୍ ପଣ୍ଡା, ଉପସ୍ଥିତ ରହି ଖେଳାଳୀ ମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ।

ସିଏସଆର୍ କ୍ଲଷ୍ଟର ମୁଖ୍ୟ ଶିବ ମହାପାତ୍ର ଉପସ୍ଥିତ ଖେଳାଳୀ ମାନଙ୍କୁ ଆଜିର କାର୍ଯ୍ୟକ୍ରମ ଉପରେ ଅବଗତ କରାଇଥିଲେ। ଉପ ପ୍ରବନ୍ଧକ ମନୋରଂଜନ ବେହେରା ମଞ୍ଚ ପରିଚାଳନା କରିଥିଲେ ଓ କାର୍ଯ୍ୟକ୍ରମଟି ସିଏସଆର୍ ମୁଖ୍ୟ ରବି ନିୱାସ ଙ୍କ ତତ୍ଵାବଧନରେ ପରିଚାଳିତ ହୋଇଥିଲା। ଆଦିତ୍ୟ ଆଲୁମିନିୟମର ଖେଳାଳୀ ମାନଙ୍କ ପାଇଁ ଏଭଳି ଉନ୍ନତି ମୂଳକ କାର୍ଯ୍ୟକ୍ରମ ପାଇଁ ପାରିପାର୍ଶ୍ବିକ ଅଞ୍ଚଳ କ୍ରୀଡାବିତ୍ ମାନେ ପ୍ରଶଂସା କରିଥିଲେ।

Aditya Almunium ଆଦିତ୍ୟ ଆଲୁମିନିୟମ କ୍ରୀଡାର ଉନ୍ନତି
Share. Facebook Twitter LinkedIn Email WhatsApp Copy Link

Related Posts

ଏପ୍ରିଲ ତିନି ତାରିଖ ଶୁକ୍ରବାରରେ ଏହି ସାତୋଟି ରାଶିର ଲୋକ ପାଇବେ ଖୁସି ଖବର

April 3, 2026

ରାଜ୍ୟସଭାର ଉପନେତା ପଦରୁ ହଟାଇବା ପରେ ରାଘବ ଚଢାଙ୍କ ପ୍ରଥମ ପୋଷ୍ଟ: ସେୟାର କଲେ ଭିଡିଓ

April 2, 2026

ରଣପୁରର ବିଭିନ୍ନ ସ୍ଥାନରେ ଗ୍ୟାସ କଳାବଜାରୀ ଉପରେ ଚଢ଼ାଉ

April 2, 2026

ବଢୁଥିବା ଗ୍ରୀଷ୍ମ ପ୍ରବାହକୁ ଦେଖି ସ୍କୁଲ ସମୟ ସକାଳୁଆ କରିବାକୁ ଓଷ୍ଟାର ଦାବି

April 2, 2026
Latest News

ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

April 3, 2026

ପ୍ରତିରକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପଶ୍ଚିମ ଏସିଆ ଉପରେ ଗଠିତ ମନ୍ତ୍ରୀଗୋଷ୍ଠୀର ଦ୍ୱିତୀୟ ବୈଠକ

April 3, 2026

ଏପ୍ରିଲ ତିନି ତାରିଖ ଶୁକ୍ରବାରରେ ଏହି ସାତୋଟି ରାଶିର ଲୋକ ପାଇବେ ଖୁସି ଖବର

April 3, 2026

ବିଶ୍ୱର ସର୍ବବୃହତ କ୍ଷମତା ବିକାଶ କାର୍ଯ୍ୟକ୍ରମ ଆୟୋଜନ କଲା ଭାରତ

April 2, 2026

ରାଜ୍ୟସଭାର ଉପନେତା ପଦରୁ ହଟାଇବା ପରେ ରାଘବ ଚଢାଙ୍କ ପ୍ରଥମ ପୋଷ୍ଟ: ସେୟାର କଲେ ଭିଡିଓ

April 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.