ଭୁବନେଶ୍ଵର: ବୁଧବାର ସୁନା ଏବଂ ରୂପା ମୂଲ୍ୟ ହ୍ରାସ ପାଇବା ପରେ, ଆଜି ପୁଣି ଥରେ ମୂଲ୍ୟ ବୃଦ୍ଧି ପାଉଛି। ଗତକାଲି ଭୁବନେଶ୍ଵରରେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୧,୫୪,୨୦୦ ଥିଲା। ଆଜି ଏହା ୨,୨୯୦ ଟଙ୍କା ବୃଦ୍ଧି ପାଇ ୧,୫୬,୪୯୦ ଟଙ୍କାରେ ପହଞ୍ଚିଛି। ସେହିପରି, ୨୨ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ମୂଲ୍ୟ ୨,୧୦୦ ଟଙ୍କା ବୃଦ୍ଧି ପାଇ ୧,୪୩,୪୫୦ ଟଙ୍କା ହୋଇଛି, ଏବଂ ୧୮ କ୍ୟାରେଟ୍ ସୁନାର ମୂଲ୍ୟ ୧,୧୭,୩୭୦ ଟଙ୍କା ହୋଇଛି, ଯାହା ବୁଧବାର ତୁଳନାରେ ୧,୭୨୦ ଟଙ୍କା ବୃଦ୍ଧି ପାଇଛି।
ବୃଦ୍ଧି ପାଇଲା ରୂପା ମୂଲ୍ୟ:
ଆଜି ଭୁବନେଶ୍ଵରରେ ୧ କିଲୋଗ୍ରାମ ରୂପାର ମୂଲ୍ୟ ପ୍ରତି କିଲୋଗ୍ରାମ ୨,୭୦,୦୦୦, ଯାହା ଗତକାଲି ପ୍ରତି କିଲୋଗ୍ରାମ ୨,୬୦,୦୦୦ ଟଙ୍କା ଥିଲା। ର୍ହିପରି ଆଜି ରୂପା ମୂଲ୍ୟରେ ସିଧାସଳଖ ୧୦,୦୦୦ ଟଙ୍କା ବୃଦ୍ଧି ପାଇଛି।


