Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ବରରେ ସଂଗ୍ରାମୀ ଗୌରାଙ୍ଗ ଚରଣ ଓ ସଂଗ୍ରାମୀ ଶଶୀଭୂଷଣଙ୍କ ଶ୍ରଦ୍ଧାଞ୍ଜଳି ସଭା
ଆଜିର ଖବର

ଭୁବନେଶ୍ବରରେ ସଂଗ୍ରାମୀ ଗୌରାଙ୍ଗ ଚରଣ ଓ ସଂଗ୍ରାମୀ ଶଶୀଭୂଷଣଙ୍କ ଶ୍ରଦ୍ଧାଞ୍ଜଳି ସଭା

February 20, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ବରରେ ସଂଗ୍ରାମୀ ଗୌରାଙ୍ଗ
ଭୁବନେଶ୍ବରରେ ସଂଗ୍ରାମୀ ଗୌରାଙ୍ଗ ଚରଣ ଓ ସଂଗ୍ରାମୀ ଶଶୀଭୂଷଣଙ୍କ ଶ୍ରଦ୍ଧାଞ୍ଜଳି ସଭା

ଭୁବନେଶ୍ୱର: ଓଡ଼ିଶା ସ୍ୱାଧୀନତା ସଂଗ୍ରାମର ମହାନ ସଂଗ୍ରାମୀ, ଚାଷୀ ମୂଲିଆଙ୍କ ବନ୍ଧୁ ବିପ୍ଳବୀ ସ୍ୱାଧୀନତା ସଂଗ୍ରାମୀ ଗୌରଙ୍ଗ ଚରଣ ଦାସଙ୍କ ୫୪ ତମ ଓ ସଂଗ୍ରାମୀ ଗୌରଙ୍ଗ ଚରଣଙ୍କ ସୁପୁତ୍ର ସଂଗ୍ରାମୀ ଶଶୀଭୂଷଣ ଦାସଙ୍କ ୧୫ ତମ ଶ୍ରଦ୍ଧାଞ୍ଜଳି ସଭା ଆଜି ସନ୍ଧ୍ୟାରେ ମହାତ୍ମା ଗାନ୍ଧୀ ଅହିଂସା ଐତିହ୍ୟ ନ୍ୟାସ ପକ୍ଷରୁ ସଭାପତି ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ବୁଦ୍ଧ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି ।

ବିଶିଷ୍ଟ ସନ୍ଥ ପରମହଂସ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ମହାରାଜ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ସଂଗ୍ରାମୀ ଗୌରାଙ୍ଗ ଚରଣ ଓ ସଂଗ୍ରାମୀ ଶଶୀଭୂଷଣଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ପ୍ରଦାନ କରିବାପରେ ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ଯେ, ଏହି ଭଳି ମହାନ ବିପ୍ଳବୀ ପୁରୁଷ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବବେଳେ ମନ ଭିତରେ ଗର୍ବ ଆସେ, ସେହିମାନଙ୍କ ତ୍ୟାଗ ଓ ବଳିଦାନ ଉପରେ ଆମେମାନେ ଆଜି ସ୍ୱାଧୀନତା ଭୋଗ କରୁଛେ । କିନ୍ତୁ ଜାତିପ୍ରତି ସେହି ମହାନପୁରୁଷ ମାନଙ୍କ ପ୍ରତି ଆମମାନଙ୍କ କର୍ତ୍ତବ୍ୟ ବିଷୟରେ ଆମେ ସଚେତନ ନାହୁଁ ।
ବିଶେଷ ଭାବରେ ଓଡ଼ିଶାର ଛାତ୍ର ସମାଜକୁ ଏହିଭଳି ମହାନ ସଂଗ୍ରାମୀ ମାନଙ୍କ ଜୀବନୀ ପଢ଼ା ଯିବାର ଆବଶ୍ୟକତା ରହିଛି ବୋଲି ସ୍ୱାମୀଜି କହିଥିଲେ ।

ଏହି ଅବସରରେ ଯୁବ ସାମ୍ବାଦିକ ତଥା ଯୁବ ସମାଜସେବୀ, ଗାନ୍ଧୀ ବାର୍ତ୍ତାର ବାର୍ତ୍ତାବହ ଶ୍ରୀମାନ ଅରବିନ୍ଦ ତ୍ରିପାଠୀଙ୍କୁ ମୁଖ୍ୟଅତିଥି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଅଙ୍ଗ ବସ୍ତ୍ର ଓ ସମ୍ମାନ ଫଳକ ଦେଇ ପ୍ରଥମ ସଂଗ୍ରାମୀ ଗୌରାଙ୍ଗ ଚରଣ ଓ ସଂଗ୍ରାମୀ ଶଶୀଭୂଷଣ ସ୍ମୃତି ସମ୍ମାନ ପ୍ରଦାନ କରିବାପରେ ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ଯେ ଅବିଭକ୍ତ କଟକ ଜିଲ୍ଲାର ଏକମାତ୍ର ଗ୍ରାମ ବାଗଲପୁର ଯେଉଁ ଗ୍ରାମରେ ୧୯ ଜଣ ବ୍ରିଟିସ ସରକାର ବିରୁଦ୍ଧରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଡାକରାରେ ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇ ବର୍ଷ ବର୍ଷ ଜେଲରେ କଟାଇଥିଲେ । ଯାହାର ନେତୃତ୍ୱ ନେଇଥିଲେ ଅବିଭକ୍ତ କଟକ ଜିଲ୍ଳାର ପ୍ରଥମ ଜିଲ୍ଲା ବୋର୍ଡ ସଭାପତି ସ୍ୱର୍ଗତ ଗୌରାଙ୍ଗ ଚରଣ ଦାସ, ସ୍ୱର୍ଗତ ଦାସଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ସୁପୁତ୍ର ଶଶୀଭୂଷଣ ମଧ୍ୟ ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇ କାରାବରଣ କରିଥିଲେ ଏହା ଓଡ଼ିଶାରେ ଏକ ବିରଳ ଦୃଷ୍ଟାନ୍ତ ।

ମୁଖ୍ୟବକ୍ତା ପ୍ରଗତିବାଦୀର କାର୍ଯ୍ୟକାରୀ ସଂପାଦକ ବିରୁପାକ୍ଷ ତ୍ରିପାଠୀ ସଂଗ୍ରାମୀ ଗୌରାଙ୍ଗ ଚରଣଙ୍କ ଅଦମ୍ୟ ସାହସିକତା, ଅନ୍ୟ ସହକର୍ମୀ ମାନଙ୍କୁ ପ୍ରେରଣା ଦେଉଥିଲା । ସେ ନିଜେ ଦିବ୍ୟାଙ୍ଗ ଥିଲେ ତାଙ୍କ ଡାହାଣ ହାତଟି ।

ଜନ୍ମରୁ ଛୋଟ ଥିଲା । କିନ୍ତୁ ସେହି ଗୋଟିଏ ବାମ ହାତରେ ରାତି ଅଧରେ ସେ ଦେବୀ ନଇ ପାର ହୋଇ ଆସିବାର ବିରଳ ଦୃଷ୍ଟାନ୍ତ ରହିଛି । ଛାତ୍ର ଜୀବନରୁ ସେ ସାହାସୀ ଥିଲେ ଓ ଅନ୍ୟମାନଙ୍କୁ ଏକାଠି କରିବାର କଳା ତାଙ୍କୁ ଜଣାଥିଲା । ସଂଗ୍ରାମୀ ତୀର୍ଥ ବାଗଲପୁରକୁ ରାଜ୍ୟ ସରକାର ଐତିହ୍ୟଗ୍ରାମ ତାଲିକାରେ ରଖିବାକୁ ସେ ଦାବି କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ପୂର୍ବ ପ୍ରଶାସକ ଶ୍ରୀ ଭାରତ ଭୂଷଣ ଜଗଦେବ, ପୂର୍ବ ପ୍ରଶାସକ ସହଦେବ ଜୟସିଂହ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ସମ୍ମାନୀତ ଅତିଥି ପ୍ରଫେସର ଡଃ ବୁଦ୍ଧଦେବ ମିଶ୍ର ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ଯେ ଆଜକୁ ୧୫୦ ବର୍ଷ ପୂର୍ବେ ଅଭିଭକ୍ତ କଟକ ଜିଲ୍ଲାର ବାଗଲପୁରକୁ ଯିବାପାଇଁ ନଈ ବନ୍ଧର ଚଲାରାସ୍ତା ଥିଲା ତାକୁ ସେ ଅତିକ୍ରମ କରି ଆସି ପଣ୍ଡିତ ଗୋପବନ୍ଧୁଙ୍କ ଡାକରାରେ ମହାତ୍ମା ଗାନ୍ଧୀଙ୍କ ପ୍ରଥମ କାଠଯୋଡ଼ି ବାଲିର ଐତିହାସିକ ସଭାରେ ସେ ଯୋଗଦେଇ ସେହିଦିନ ଠାରୁ ସ୍ୱାଧୀନତା ସଂଗ୍ରାମରେ ମାତିଯାଇଥିଲେ । ସେ ଲଢ଼ୁଆ ମନୋବୃତିରେ ମଣିଷ ଥିଲେ । ଆଜିର ଯୁବକ ଓ ଛାତ୍ରମାନେ ତାଙ୍କ ଜୀବନୀ ପଢ଼ିଲେ ବହୁତ କଥା ଜୀବନରେ ଶିକ୍ଷା କରିପାରିବେ । ଶେଷରେ ଟ୍ରିଷ୍ଟି ଶ୍ରୀ ପୁଷ୍ପରାଜ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ସଂଗ୍ରାମୀ ଗୌରଙ୍ଗ ଚରଣ ଦାସ ସଂଗ୍ରାମୀ ଶଶୀଭୂଷଣ ଦାସ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ମହାରାଜ
Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମ ଓଡ଼ିଶାର ରେଳ ସଂଯୋଗକୁ ନୂଆ ଗତି: ପୋତନୁର-ଧନବାଦ ଅମୃତ ଭାରତ ଏକ୍ସପ୍ରେସର ପ୍ରଚଳନ

March 12, 2026

ଜିଓ-ପିସି ରେ ଏବେ ଓଡ଼ିଆ ଭାଷାରେ ଉପଲବ୍ଧ ଜିଓ ଏଆଇ କ୍ଲାସରୁମ୍

March 12, 2026

IPL 2026 ପୂର୍ବରୁ ‘ଫିକ୍ସିଂ’ କ୍ରିକେଟ୍ ଜଗତରେ ହଇଚଇ: ପୂର୍ବତନ KKR ଖେଳାଳି ନିଲମ୍ବିତ

March 12, 2026

ଅଡୁଆରେ ହାର୍ଦ୍ଦିକ ପାଣ୍ଡ୍ୟା!: ଜାତୀୟ ପତାକାକୁ ଅପମାନ କରିଥିବା ଅଭିଯୋଗରେ ମାମଲା ରୁଜୁ

March 12, 2026
Latest News

ଲୋକସଭାରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀଙ୍କ ବକ୍ତବ୍ୟ

March 12, 2026

ପଶ୍ଚିମ ଓଡ଼ିଶାର ରେଳ ସଂଯୋଗକୁ ନୂଆ ଗତି: ପୋତନୁର-ଧନବାଦ ଅମୃତ ଭାରତ ଏକ୍ସପ୍ରେସର ପ୍ରଚଳନ

March 12, 2026

ଜିଓ-ପିସି ରେ ଏବେ ଓଡ଼ିଆ ଭାଷାରେ ଉପଲବ୍ଧ ଜିଓ ଏଆଇ କ୍ଲାସରୁମ୍

March 12, 2026

IPL 2026 ପୂର୍ବରୁ ‘ଫିକ୍ସିଂ’ କ୍ରିକେଟ୍ ଜଗତରେ ହଇଚଇ: ପୂର୍ବତନ KKR ଖେଳାଳି ନିଲମ୍ବିତ

March 12, 2026

ବାଲୁଗାଁ: ସାମ୍ବାଦିକଙ୍କ ମାତୃ ବିୟୋଗ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.