ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ରେ ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନରେ ରହିଆସୁଥିବା ଶିଶୁମାନଙ୍କ ମଧ୍ୟରୁ ଯେଉଁ ମାନେ ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି ରେ ଅଧ୍ୟୟନ କରୁଛନ୍ତି ତତ୍ ସହିତ ଅଣ ଆନୁଷ୍ଠାନିକ ଯତ୍ନର ସେବା ଯଥା ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଓଡ଼ିଶା ସରକାରଙ୍କ ଅଧୀନରେ ଥିବା ପୃଷ୍ଟପୋଷକିୟ ସହାୟତା, ଆଶିର୍ବାଦ ଏବଂ ଗ୍ରୀନ ପ୍ୟାସେଜ୍ ରୁ ସହାୟତା ପାଉଥିବା ପିଲାମାନେ ସେମାନଙ୍କର ଭବିଷ୍ୟତ ପାଇଁ ଆଜି ଜିଲ୍ଲାପାଳ ଖୋର୍ଦ୍ଧା ଙ୍କ ନିର୍ଦ୍ଧେଶ କ୍ରମେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଖୋର୍ଦ୍ଧା ଆନୁକୁଲ୍ୟରେ ଭୁବନେଶ୍ୱର ସ୍ଥିତ ଆଇ ଏଚ ଏମ ଏବଂ ଜଟଣୀ ସ୍ଥିତ ସାଇ ଏକ୍ସପର୍ତ୍ ପରିଦର୍ଶନ କରିବା ସହିତ ବିଭିନ୍ନ ବିଭାଗ ପରିଦର୍ଶନ କରିଛନ୍ତି।
ଆଇ ଏଚ ଏମ ର ଅଧ୍ୟକ୍ଷା ସାରଦା ଘୋଷ ଏହି ପିଲାମାନଙ୍କୁ ସ୍ବାଗତ କରିବା ସହିତ ଏହି ବୟସରେ ସାଧାରଣତଃ ପିଲାମାନଙ୍କ ଦିଗହରା ହୋଇଯାଆନ୍ତି ଯାହାଫଳରେ ସେମାନେ ତାଙ୍କ ଲକ୍ଷ୍ୟରେ ପହଞ୍ଚି ପାରନ୍ତି ନାହିଁ ଏବଂ ପିତା ମାତା ଓ ସମାଜ ଉପରେ ବୋଝ ହୋଇ ରହି ଯାଆନ୍ତି। ହୋଟେଲ ମ୍ୟାନେଜମେଣ୍ଟ କୋର୍ସ କରି କିପରି ସ୍ବାବଲମ୍ବୀ ହୋଇପାରିବ ଆଇ ଏଚ୍ ଏମ ର ପରାମର୍ଶଦାତା ଅବିନାଶ ଦାଶ ଏବଂ ପରାମର୍ଶଦାତ୍ରି ଜ୍ୟୋତିର୍ମୟୀ ପଣ୍ଡା ସଚେତନ କରାଇଥିଲେ।
ଏହି ପରିଦର୍ଶନ ରେ ଅତିରିକ୍ତ ଶିଶୁ ମଙ୍ଗଳ ସମିତି ର ଅଧ୍ୟକ୍ଷା ବାଗ୍ମୀଶ୍ରୀ ଦାଶ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଖୋର୍ଦ୍ଧା ର ସାମାଜିକ କର୍ମୀ ରଞ୍ଜନ କୁମାର ଗୋଛାୟତ, ପରାମର୍ଶଦାତ୍ରୀ ମନସ୍ବିନୀ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଅପରାହ୍ନ ରେ ପିଲାମାନ ଜଟଣୀ ସ୍ଥିତ ସାଇ ଏକ୍ସପର୍ଟ୍ ପରିଦର୍ଶନ କରିଥିଲେ। ଏଠାରେ ଉଲ୍ଲେଖ ଥାଉ କି ଏହି ପରିଦର୍ଶନ କାର୍ଯ୍ୟକ୍ରମ ରେ ମୋଟ୍ ୨୨ ଜଣ ପିଲା ଯୋଗ ଦେଇଥିଲେ।


