ରେଢ଼ାଖୋଲ (କନ୍ଦର୍ପ ବେହେରା): ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ଠାରେ ଛାତ୍ରୀ ମାନଙ୍କ ନିମନ୍ତେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଘାଟିତ ହୋଇଛି । ଅନୁଷ୍ଠାନ ର ଅଧ୍ୟକ୍ଷ ସୁଧୀର କୁମାର ସାହୁ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉଦଘାଟନୀ ସଭା ରେ ମୁଖ୍ୟ ଅତିଥି ଭାବେ ପୁର୍ବତନ ବୀର ଯବାନ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଗୋବର୍ଦ୍ଧନ ସାହୁ ଆତ୍ମ ସୁରକ୍ଷା ତାଲିମ ର ଆବଶ୍ୟକତା ସମ୍ପର୍କ ରେ ଆଲୋକପାତ କରିବା ସହିତ ନିଜ ଅନୁଭୁତି ଓ ଅଭିଜ୍ଞତା ବର୍ଣ୍ଣନା କରିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ଏନ୍ଏସ୍ଏସ୍ ପ୍ରୋଗ୍ରାମ ଅଫିସର ଭଜ ମୋହନ ପ୍ରଧାନ, ଅଧ୍ୟାପିକା ଗିରିଶ ବାଳା ନାୟକ, ପ୍ରଶିକ୍ଷିକା ଭାବରେ ଯୋଗ ଦେଇଥିବା ତେଜସ୍ମିତା ସାହୁ ଓ ସୁଦାମ ଚରଣ ସାହୁ ଛାତ୍ରୀ ମାନଙ୍କର ସୁରକ୍ଷା ସମସ୍ୟା ବିଷୟ ରେ ଆଲୋଚନା କରିଥିଲେ । ଏସ୍ ଡି ଟି ପି ଦାୟୀତ୍ୱ ରେ ଥିବା ଅଧ୍ୟାପିକା ଡ଼ଃ ପୁଷ୍ପାଞ୍ଜଳି ରବନା ଙ୍କ ପରିଚାଳନା ରେ ଆରମ୍ଭ ହୋଇଥିବା ଏହି ଶିବିର ରେ ୯୯ ଜଣ ଛାତ୍ରୀ ଭାଗ ନେଇଛନ୍ତି | ଏହା ସାତ ଦିନ ଧରି ଚାଲିବ।


