Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ୭୫ତମ ରାଜ୍ୟ ପୋଲିସ ହକି ଚାମ୍ପିୟନସିପ୍ – ୨୦୨୬ ର ଶୁଭାରମ୍ଭ
ଆଜିର ଖବର

ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ୭୫ତମ ରାଜ୍ୟ ପୋଲିସ ହକି ଚାମ୍ପିୟନସିପ୍ – ୨୦୨୬ ର ଶୁଭାରମ୍ଭ

February 23, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
75th State Police Hockey Championship 2026 in Rourkela
75th State Police Hockey Championship 2026 in Rourkela

ଭୁବନେଶ୍ଵର: ରାଉରକେଲାସ୍ଥିତ ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ୭୫ତମ ରାଜ୍ୟ ପୋଲିସ ହକି ଚାମ୍ପିୟନସିପ୍ – ୨୦୨୬ ଶୁଭାରମ୍ଭ ହୋଇଯାଇଛି। ବ୍ରିଜେଶ ରାୟ, ଡିଆଇଜି (ପଶ୍ଚିମାଞ୍ଚଳ)ଏହି ଚାମ୍ପିୟାନସିପରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ବକ୍ତବ୍ୟ ରଖି ମୁଖ୍ୟ ଅତିଥି ଶ୍ରୀ ରାୟ କହିଥିଲେ ଯେ, ଏପରି ଚାମ୍ପିୟନସିପ୍ ଆୟୋଜନ ଯୋଗୁଁ ପୋଲିସ ବିଭାଗରେ କାର୍ଯ୍ୟରତ କ୍ରୀଡ଼ାବିତଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି ହେବା ସହ ଅନୁଶାସନ ତଥା କର୍ତ୍ତବ୍ୟ ପ୍ରତି ଉତ୍ସର୍ଗୀକୃତ ମନୋଭାବକୁ ଆହୁରି ସୁଦୃଢ଼ କରେ। ରାଜ୍ୟର ବିଭିନ୍ନ ଜିଲ୍ଲା, ରେଞ୍ଜ ଓ ବାଟାଲିୟନରୁ ଖେଳାଳିମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବାରୁ ପୋଲିସ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ସୃଷ୍ଟି ହେବ ବୋଲି ସେ ମତବ୍ୟକ୍ତ କରିଥିଲେ। ଏହି ଚାମ୍ପିୟାନସିପରେ ସାରା ରାଜ୍ୟରେ ବିଭିନ୍ନ ରେଞ୍ଜ ଏବଂ ବାଟାଲିୟନରୁ ୧୪ ଟି ପୋଲିସ ଟିମ ଅଂଶ ଗ୍ରହଣ କରିଥିବା ବେଳେ ସମୁଦାୟ ୩୨୦ ଜଣ ଖେଳାଳି ସାମିଲ ହୋଇଛନ୍ତି। ଏହି ପ୍ରତିଯୋଗିତା ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ।

ଆଜି ପ୍ରଥମ ଦିନରେ ମୋଟ ୧୪ଟି ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ପୁଲ୍–ଏ ରେ ଚତୁର୍ଥ ଓଏସଏପି, ରାଉରକେଲା ଓ କମିଶନରେଟ ‘ବି’ ମଧ୍ୟରେ ଖେଳ ୨–୨ ଗୋଲରେ ଡ୍ର ରହିଥିବା ବେଳେ ସୁନ୍ଦରଗଡ଼ ସମ୍ବଲପୁରକୁ ୪–୦ ଗୋଲରେ ଏବଂ ଚତୁର୍ଥ ଓଏସଏପି, ରାଉରକେଲା ସମ୍ବଲପୁରକୁ ୭–୦ ଗୋଲରେ ପରାଜିତ କରିଥିଲା। ସେହିପରି ସୁନ୍ଦରଗଡ଼ କମିଶନରେଟ ‘ବି’କୁ ୨–୧ ଗୋଲରେ ପରାଜିତ କରିଥିଲା। ପୁଲ୍–ବି ରେ ଷଷ୍ଠ ଓଏସଏପି, କଟକ ଓଆଇଏସଏଫ୍, ଭୁବନେଶ୍ୱରକୁ ୪–୦ ଗୋଲରେ ଏବଂ ଅଷ୍ଟମ ବାଟାଲିୟନ, ଛତ୍ରପୁରକୁ ୯–୦ ଗୋଲରେ ପରାଜିତ କରିଥିଲା। ଅନ୍ୟ ମ୍ୟାଚ୍ରେ ଚତୁର୍ଥ ଆଇଆରବିଏନ୍, ଦେଓଗଡ଼ ଅଷ୍ଟମ ବାଟାଲିୟନ, ଛତ୍ରପୁରକୁ ୩–୦ ଗୋଲରେ ହରାଇଥିବା ବେଳେ ଓଆଇଏସଏଫ୍, ଭୁବନେଶ୍ୱର ସହିତ ଖେଳ ୨–୨ ଗୋଲରେ ଡ୍ର ରହିଥିଲା। ପୁଲ୍–ସି ରେ ପୁରୀ ଦଳ ଦ୍ଵିତୀୟ ଆଇଆରବିଏନ୍, ରାୟଗଡ଼ାକୁ ୨–୦ ଗୋଲରେ ପରାଜିତ କରିଥିଲା। ରାଉରକେଲା ଦଳ ଦ୍ଵିତୀୟ ଆଇଆରବିଏନ୍, ରାୟଗଡ଼ାକୁ ୭–୦ ଗୋଲରେ ଏବଂ ପୁରୀକୁ ମଧ୍ୟ ୭–୦ ଗୋଲରେ ପରାଜିତ କରି ଦୃଢ଼ ପ୍ରଦର୍ଶନ କରିଥିଲା। ପୁଲ୍–ଡି ରେ କମିଶନରେଟ ‘ଏ’ ଦଳ ତୃତୀୟ ବାଟାଲିୟନ, କୋରାପୁଟକୁ ୪–୧ ଗୋଲରେ ଏବଂ କୋରାପୁଟ ଜିଲ୍ଲାକୁ ୭–୧ ଗୋଲରେ ପରାଜିତ କରିଥିବା ବେଳେ ତୃତୀୟ ବାଟାଲିୟନ, କୋରାପୁଟ, କୋରାପୁଟ ଜିଲ୍ଲା ପୋଲିସ କୁ ୩–୦ ଗୋଲରେ ହରାଇଥିଲା।

ଏହି ଚାମ୍ପିୟାନସିପର ଉଦଘାଟନୀ ସମାରୋହରେ ରତନ କୁମାର, ଡିଆଇଜି, ସିଆଇଏସଏଫ୍, ନିତେଶ ୱାଧୱାନୀ , ଏସ୍ପି, ରାଉରକେଲା, ଅମୃତପାଲ କୌର, ଏସ୍ପି, ସୁନ୍ଦରଗଡ଼, ରାଜ୍ୟ ପୋଲିସ ମୁଖ୍ୟାଳୟର କ୍ରୀଡା ଅଧିକାରୀ ନୀଳ ମାଧବ ସ୍ୱାଇଁଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।

ବିର୍ସାମୁଣ୍ଡା ହକି ଷ୍ଟାଡିୟମ ରାଉରକେଲା ରାଜ୍ୟ ପୋଲିସ ହକି ଚାମ୍ପିୟନସିପ୍
Share. Facebook Twitter LinkedIn Email WhatsApp Copy Link

Related Posts

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026

କେନ୍ଦ୍ର ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଓ ସମିତିସଭ୍ୟ 

March 15, 2026

ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପ୍ରଭାବ: ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ କଲା CBSE

March 15, 2026
Latest News

ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା

March 15, 2026

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.