(କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ଦିଗପହଣ୍ଡି ଥାନା ଅନ୍ତର୍ଗତ ବି ତୁରୁବୁଡି ପଞ୍ଚାୟତ ଦସିପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପୁଅର ଠେଙ୍ଗା ମାଡ଼ରେ ପିତା ଗୁରୁତର ହୋଇଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ପିତା ବୁଲୁ ରେଡ଼ିଙ୍କୁ ପୁଅ ଧନୁ ରେଡ଼ି ଅତର୍କିତ ଭାବେ କାତିରେ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଧନୁ ବାହାର ରାଜ୍ୟରେ କାମ କରୁଛନ୍ତି ଓ ବେଳେ ବେଳେ ଗାଁ କୁ ଆସି ମଦ ପିଇ ଘରେ ଗଣ୍ଡଗୋଳ କରିବା ସହ ନିଜ ସ୍ତ୍ରୀ, ବାପା ମା ସମସ୍ତଙ୍କୁ ମାରଧର କରିଥାଏ।
ଗତ ଶନିବାର ରାତିରେ ହଠାତ୍ ଘରକୁ ଆସି ମଦ ପିଇବା ପାଇଁ ବାପାକୁ ଟଙ୍କା ମାଗିଲା। ବାପା ମନା କରିବାରୁ ଉତ୍ୟକ୍ତ ହୋଇ ଆତର୍କିତ ଭାବେ ବାପାକୁ ମାରଣାସ୍ତ୍ରରେ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ପରିବାର ଲୋକେ ଗୁରୁତର ବୁଲୁଙ୍କୁ ଚିକିତ୍ସା ପାଇଁ ଦିଗପହଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଧନୁଙ୍କୁ ଗ୍ରାମରୁ କାବୁ କରିବା ସହ ରକ୍ତ ଭିଜା ମାରଣାସ୍ତ୍ର ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।


