ଭୁବନେଶ୍ୱର: ରୋଟାରୀ କ୍ଲବ୍ ଅଫ୍ ଭୁବନେଶ୍ୱର ରୟାଲ୍ ଆନୁକୂଲ୍ୟରେ ସ୍ଥାନୀୟ ହାଇଟେକ୍ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ କ୍ରିକେଟ୍ ପଡ଼ିଆଠାରେ ‘ରୋଟାରୀ ରୟାଲ୍ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ୨୦୨୬’ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଗତ ରବିବାର (୨୨ ଫେବୃଆରୀ) ଅନୁଷ୍ଠିତ ଏହି ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାରେ ରୋଟାରିଆନମାନଙ୍କ ମଧ୍ୟରେ ଅଦ୍ଭୁତପୂର୍ବ ଉତ୍ସାହ, ବନ୍ଧୁତ୍ୱ ଓ କ୍ରୀଡ଼ା ନୈପୁଣ୍ୟ ଦେଖିବାକୁ ମିଳିଥିଲା।
ଏହି ଟୁର୍ଣ୍ଣାମେଣ୍ଟକୁ ରୋଟାରୀ ଜିଲ୍ଲା ଗଭର୍ଣ୍ଣର ରୋଟାରିଆନ୍ ମନୋଜ ତ୍ରିପାଠୀ ଉଦଘାଟନ କରିଥିଲେ। ଏହି ଅବସରରେ ଡି.ଜି.ଇ ରୋଟାରିଆନ୍ ଅନିଲ ସାମଲ, ପି.ଡି.ଜି ରୋଟାରିଆନ୍ ରବିନାରାୟଣ ନନ୍ଦ ଏବଂ ପି.ଡି.ଜି ରୋଟାରିଆନ୍ ଦେବାଶିଷ ମିଶ୍ର ଅତିଥି ଭାବେ ଉପସ୍ଥିତ ଥିଲେ। ରୋଟାରୀ ଆନ୍ତର୍ଜାତୀୟ ଜିଲ୍ଲା ୩୨୬୨ର ମୋଟ ଚାରୋଟି ଦଳ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଫାଇନାଲ୍ ମ୍ୟାଚ୍ ‘ରୋଟାରୀ କ୍ଲବ୍ ଅଫ୍ ମେଡୋଜ୍’ ଏବଂ ‘ରୋଟାରୀ କ୍ଲବ୍ ଅଫ୍ କଟକ’ ମଧ୍ୟରେ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ରୋଟାରୀ କ୍ଲବ୍ ଅଫ୍ କଟକ ବିଜୟୀ ହୋଇ ସମ୍ମାନଜନକ ‘ରୟାଲ୍ କପ୍’ ଟ୍ରଫି ହାସଲ କରିଛି।
ପୁରସ୍କାର ବିତରଣୀ ସମାରୋହରେ ଅନେକ ବିଶିଷ୍ଟ ରୋଟାରିଆନ୍ ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରେ ପି.ଡି.ଜି ରୋଟାରିଆନ୍ ଅଶ୍ୱିନୀ କର, ଡି.ଜି.ଇ.ଏନ୍ ରୋଟାରିଆନ୍ ଇନ୍ଦ୍ରଜିତ ସାହୁ, ପି.ଡି.ଜି ରୋଟାରିଆନ୍ ଶିବବ୍ରତ ଦାସ, ଡି.ଜି.ଇ ରୋଟାରିଆନ୍ ଅନିଲ ସାମଲ, ପି.ଡି.ଜି ରୋଟାରିଆନ୍ ରବିନାରାୟଣ ନନ୍ଦ, ରୟାଲ୍ କ୍ଲବ୍ ସଭାପତି ରୋଟାରିଆନ୍ ଅର୍ଜୁନ କୁମାର ସାହୁ, ସମ୍ପାଦକ ରୋଟାରିଆନ୍ ଦୀପକ ସେହଗଲ୍ ଏବଂ ଟୁର୍ଣ୍ଣାମେଣ୍ଟ ଅଧ୍ୟକ୍ଷ ରୋଟାରିଆନ୍ ବିଶ୍ୱଜିତ ମିଶ୍ର ପ୍ରମୁଖ ସାମିଲ ଥିଲେ।
ଏହା ବ୍ୟତୀତ ଆଇ.ପି.ପି ବିଭୂତି ଭୂଷଣ କର, ପି.ପି ପ୍ରସନ୍ନ କୁମାର ଲେଙ୍କା, ପି.ପି ବାଦଲ ପରିଜା, କାର୍ଯ୍ୟନିର୍ବାହୀ ସମ୍ପାଦକ ଦେବାବ୍ରତ ମହାନ୍ତି, ବିଜୟ ଅଗ୍ରୱାଲ, ପି.ପି ସଞ୍ଜୟ ଚୌଧୁରୀ, ପ୍ରଭଞ୍ଜନ ମଲ୍ଲିକ, ପ୍ରଶାନ୍ତ ସାହୁ, ଶ୍ରୀନିବାସ ସାହୁ, ଦେବା ପାତ୍ର, ପି.ପି ତୁଷାର ମହାନ୍ତି, ପି.ପି ଅଜୟ ପଟ୍ଟନାୟକ ଏବଂ ପି.ପି ପ୍ରଦୀପ ଦାସ ପ୍ରମୁଖ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ।
ସଭାପତି ରୋଟାରିଆନ୍ ଅର୍ଜୁନ କୁମାର ସାହୁ ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତ ସଦସ୍ୟଙ୍କ ନିରନ୍ତର ସହଯୋଗ ଓ ସକ୍ରିୟ ଅଂଶଗ୍ରହଣ ନିମନ୍ତେ କୃତଜ୍ଞତା ଜ୍ଞାପନ କରିଛନ୍ତି। ରୋଟାରୀ ଜିଲ୍ଲାର ସମସ୍ତ ସଦସ୍ୟଙ୍କ ମଧ୍ୟରେ ଏକତା ଓ ସଂହତି ବୃଦ୍ଧି କରିବା ପାଇଁ ପ୍ରତିବର୍ଷ ଏହି ରୟାଲ୍ କପ୍ ଆୟୋଜନ କରାଯାଉଛି ବୋଲି ସେ ପ୍ରକାଶ କରିଛନ୍ତି।


