ଭୁବନେଶ୍ଵର: ରାଜ୍ୟରେ ସହରାଞ୍ଚଳ ପରିବହନକୁ ଆଧୁନିକ କରିବା ପାଇଁ ୨୦୨୬-୨୭ ବଜେଟରେ ୪୨୧ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ରାଜ୍ୟ ସରକାର ୬୦୦ ଇ-ବସ୍ କିଣିବାକୁ ଯୋଜନା କରୁଥିବାବେଳେ ପ୍ରଧାନମନ୍ତ୍ରୀ ଇ-ବସ୍ ସେବା ଯୋଜନାରେ ରାଜ୍ୟକୁ ଆଉ ୪୦୦ ଇ-ବସ୍ ଆସିବ ବୋଲି ଜଣାଯାଇଛି। କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ୍) ପରିଚାଳିତ ‘ଆମ ବସ୍’ ସେବା ବର୍ତ୍ତମାନ ଦୈନିକ ୩ ଲକ୍ଷରୁ ଅଧିକ ଯାତ୍ରୀଙ୍କୁ ସେବା ଦେଉଛି । ପ୍ରାୟ ୪୦% ଯାତ୍ରୀ ଡିଜିଟାଲ ଭାବେ ଦେୟ ପ୍ରଦାନ କରୁଛନ୍ତି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର କହିଛନ୍ତି, ଏହି ବଜେଟ୍ ଲୋକକେନ୍ଦ୍ରିକ ବିକାଶର ପ୍ରତିଫଳନ।


