Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦୁଇଟି ଗୁରୁତ୍ୱପୂର୍ଣ୍ଣ ଏକ୍ସପ୍ରେସ୍ ଟ୍ରେନକୁ ଆଧୁନିକ ଏଲଏଚବି କୋଚ୍ ସହିତ ଅପଗ୍ରେଡ୍ କରିବ ପୂର୍ବତଟ ରେଳପଥ 
ଆଜିର ଖବର

ଦୁଇଟି ଗୁରୁତ୍ୱପୂର୍ଣ୍ଣ ଏକ୍ସପ୍ରେସ୍ ଟ୍ରେନକୁ ଆଧୁନିକ ଏଲଏଚବି କୋଚ୍ ସହିତ ଅପଗ୍ରେଡ୍ କରିବ ପୂର୍ବତଟ ରେଳପଥ 

February 24, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଦୁଇଟି ଗୁରୁତ୍ୱପୂର୍ଣ୍ଣ ଏକ୍ସପ୍ରେସ୍ ଟ୍ରେନକୁ ଆଧୁନିକ ଏଲଏଚବି କୋଚ୍ ସହିତ ଅପଗ୍ରେଡ୍ କରିବ ପୂର୍ବତଟ ରେଳପଥ 
ଦୁଇଟି ଗୁରୁତ୍ୱପୂର୍ଣ୍ଣ ଏକ୍ସପ୍ରେସ୍ ଟ୍ରେନକୁ ଆଧୁନିକ ଏଲଏଚବି କୋଚ୍ ସହିତ ଅପଗ୍ରେଡ୍ କରିବ ପୂର୍ବତଟ ରେଳପଥ 

ଭୁବନେଶ୍ୱର: ଯାତ୍ରୀ ସୁରକ୍ଷା, ଆରାମ ଏବଂ ସାମଗ୍ରିକ ଯାତ୍ରା ଅଭିଜ୍ଞତାକୁ ସୁଗମ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ପୂର୍ବ ତଟ ରେଳପଥ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଇଣ୍ଟରସିଟି ଏକ୍ସପ୍ରେସ୍ ଟ୍ରେନର କୋଚ୍‌ ଗୁଡ଼ିକୁ ଆଧୁନିକ ଏଲଏଚବି (ଲିଙ୍କେ ହଫମାନ ବୁଶ୍) କୋଚ୍‌ରେ ପରିବର୍ତ୍ତନ କରିବ।

୨୫ ଫେବୃଆରୀ ୨୦୨୬ ଠାରୁ ନିମ୍ନଲିଖିତ ଟ୍ରେନଗୁଡ଼ିକୁ ଏଲଏଚବି କୋଚ୍ ସହିତ ରୂପାନ୍ତରଣ କରାଯିବ:
* ୧୮୩୦୧/୧୮୩୦୨ ସମ୍ବଲପୁର-ରାୟଗଡା-ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସ୍
* ୧୮୩୦୩/୧୮୩୦୪ ସମ୍ବଲପୁର-ପୁରୀ-ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସ୍

କୋଚ୍ ସାରାଂଚନା :

୧୮୩୦୧/୧୮୩୦୨ ସମ୍ବଲପୁର-ରାୟଗଡା-ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସ୍ ରେ ଏହି ପ୍ରକାରର କୋଚ୍ ସାରାଂଚନା ରହିବ:
* ଗୋଟିଏ ସ୍ଲିପର୍ କ୍ଲାସ୍ (୩-ଟାୟାର, ନନ୍-ଏସି) କୋଚ୍
* ଗୋଟିଏ ଦ୍ୱିତୀୟ ଶ୍ରେଣୀ ସଂରକ୍ଷିତ ଆସନ କୋଚ୍
* ପାଞ୍ଚଟି ସାଧାରଣ ଦ୍ୱିତୀୟ ଶ୍ରେଣୀ କୋଚ୍
* ଗୋଟିଏ ଗାର୍ଡ-କମ୍-ପାୱାର କାର୍ କୋଚ୍
* ଗୋଟିଏ ଦିବ୍ୟାଙ୍ଗଜନ ଯାତ୍ରୀଙ୍କ ପାଇଁ ଗାର୍ଡ-କମ୍-ସେକେଣ୍ଡ କ୍ଲାସ୍ କୋଚ୍

ସେହିଭଳି ୧୮୩୦୩/୧୮୩୦୪ ସମ୍ବଲପୁର-ପୁରୀ-ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସ୍ ରେ ଏହି ପ୍ରକାରର କୋଚ୍ ସାରାଂଚନା ରହିବ:

* ଦୁଇଟି ଏସି ଚେୟାର କାର୍ କୋଚ୍
* ଦୁଇଟି ଦ୍ୱିତୀୟ ଶ୍ରେଣୀ ସଂରକ୍ଷିତ ସିଟିଂ କୋଚ୍
* ଆଠଟି ସାଧାରଣ ଦ୍ୱିତୀୟ ଶ୍ରେଣୀ କୋଚ୍
* ଗୋଟିଏ ଗାର୍ଡ-କମ୍-ପାୱାର କାର୍ କୋଚ୍
* ଗୋଟିଏ ଦିବ୍ୟାଙ୍ଗଜନ ଯାତ୍ରୀଙ୍କ ପାଇଁ ଗୋଟିଏ ଗାର୍ଡ-କମ୍-ଦ୍ଵିତୀୟ ଶ୍ରେଣୀ କୋଚ୍

ଏଲଏଚବି କୋଚ୍‌ଗୁଡ଼ିକ ଉନ୍ନତ ସୁରକ୍ଷା ବୈଶିଷ୍ଟ୍ୟ, ଉତ୍କୃଷ୍ଟ ଯାତ୍ରା ସୁବିଧା, ଉନ୍ନତ ସସପେନସନ୍ ସିଷ୍ଟମ୍ ଏବଂ ଆକର୍ଷଣୀୟ ଡିଜାଇନ୍ ସହିତ ନିର୍ମିତ କରାଯାଇଛି। ଏହି କୋଚ୍‌ଗୁଡ଼ିକ ଦ୍ରୁତ ଗତିରେ ଅଧିକ ସ୍ଥିରତା ପ୍ରଦାନ କରିବା ସହିତ ଯାତ୍ରୀଙ୍କୁ ଆଧୁନିକ ସୁବିଧା ସୁଯୋଗ ପ୍ରଦାନ କରିଥାଏ।

ଏହି ଅପଗ୍ରେଡେସନ୍ ପୂର୍ବ ତଟ ରେଳପଥର ଆଧୁନିକୀକରଣ ଏବଂ ସୁରକ୍ଷା ବୃଦ୍ଧି ପ୍ରତି ନିରନ୍ତର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ, ଯାହା ଭାରତୀୟ ରେଳବାଇର ବ୍ୟାପକ ଦୃଷ୍ଟିକୋଣ ଅନୁରୂପ, ସମଗ୍ର ନେଟୱାର୍କରେ କ୍ରମଶଃ ପାରମ୍ପରିକ କୋଚ୍‌ଗୁଡ଼ିକୁ ସୁରକ୍ଷିତ ଏବଂ ଅଧିକ ଆରାମଦାୟକ ଏଲଏଚବି କୋଚ୍‌ ସହିତ ପରିବର୍ତ୍ତନ କରିବାର ଲକ୍ଷ୍ୟକୁ ସମର୍ଥନ କରେ।

ଏହି ମାର୍ଗରେ ଯାତ୍ରା କରୁଥିବା ଯାତ୍ରୀମାନେ ଉନ୍ନତ ସୁବିଧା, ଉଚ୍ଚତର ସୁରକ୍ଷା ମାନଦଣ୍ଡ ଓ ସମଗ୍ର ଯାତ୍ରା ଅନୁଭବରେ ଉଲ୍ଲେଖନୀୟ ସୁଧାରର ଲାଭ ଉଠାଇପାରିବେ।

ଏଲଏଚବି କୋଚ୍ ପୂର୍ବତଟ ରେଳପଥ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି

March 17, 2026

କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର: ଗିରିଜା ବଳିୟାରସିଂହ ମନୋନିତ

March 17, 2026

ଆଜି ୧୭ ତାରିଖ ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିମାନେ ସବୁକ୍ଷେତ୍ରରେ ହେବେ ସଫଳତା, ଜାଣନ୍ତୁ ରାଶିଫଳ

March 17, 2026

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026
Latest News

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି

March 17, 2026

କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର: ଗିରିଜା ବଳିୟାରସିଂହ ମନୋନିତ

March 17, 2026

ଆଜି ୧୭ ତାରିଖ ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିମାନେ ସବୁକ୍ଷେତ୍ରରେ ହେବେ ସଫଳତା, ଜାଣନ୍ତୁ ରାଶିଫଳ

March 17, 2026

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.