କଟକ: ପ୍ରଖ୍ୟାତ ଘୋଡାନାଚ ଶିଳ୍ପୀ ପଦ୍ମଶ୍ରୀ ଉତ୍ସବ ଚରଣ ଦାସଙ୍କ ଆଜି ସକାଳେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା। ସେ ଗତକାଲି ରାତିରେ ଛାତିରେ ଯନ୍ତଣା ଅନୁଭବ କରିଥିଲେ। ଫଳରେ ତାଙ୍କୁ କଟକର ଏକ ହସପିଟାଲରେ ଭର୍ତ୍ତି କରାଯାଇଥିଲା।। ସେଠାରେ ଚିକିତ୍ସା ଚାଲିଥିବା ବେଳେ ଆଜି ଭୋରରେ ସେ ଶେଷ ନିଃସ୍ବାସ ତ୍ୟାଗ କରିଥିଲେ।
ଉତ୍ସବ ଚରଣ ଦାସ ଓଡିଶାର ଏହି ପ୍ରାଚୀନ ଲୋକନୃତ୍ୟକୁ ସାରା ବିଶ୍ବରେ ପରିଚିତ କରାଇଥିଲେ। ସେଥିପାଇଁ ତାଙ୍କୁ ୨୦୨୦ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏଥିସହିତ ସେ ୧୯୯୭ ରେ ଓଡିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର ହାସଲ କରିଥିଲେ। ସେହିପରି ୨୦୧୫ ମସିହାରେ ତାଙ୍କୁ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ ଡକ୍ଟରେଟ ସମ୍ମାନ ପ୍ରଦାନ କରିଥିଲା।


