ନୂଆଦିଲ୍ଲୀ: ଖାମେନେଇଙ୍କ ମୃତ୍ୟୁ ପରେ ପାକିସ୍ତାନରେ ମଧ୍ୟ ଅସନ୍ତୋଷ ଦେଖାଦେଇଛି। ସିଆ ସମାଜର ଲୋକମାନେ ଆମେରିକୀୟ ଦୂତାବାସ ଉପରେ ଆକ୍ରମଣ କରିଥିବା ସୂଚନା ରହିଛି। ଖବର ମୁତାବକ, ଏହି ଆକ୍ରମଣରେ ଆଠ ଜଣଙ୍କର ମୃତ୍ୟୁ ହୋଇଛି।
ସୂଚନା ଅନୁଯାୟୀ, ବହୁ ସଂଖ୍ୟକ ପ୍ରଦର୍ଶନକାରୀ ଆମେରିକୀୟ ବାଣିଜ୍ୟ ଦୂତାବାସ ବାହାରେ ଏକାଠି ହୋଇ ଆମେରିକୀୟ ବିରୋଧୀ ସ୍ଲୋଗାନ ଦେଇଥିଲେ। ପ୍ରଦର୍ଶନ ସମୟରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଯାଇଥିଲା। ମାଇ କୋଲାଚିରୁ ସୁଲତାନାବାଦ ଯିବା ଏବଂ ଆସିବା ଉଭୟ ରାସ୍ତାକୁ ଅବରୋଧ କରାଯାଇଥିଲା। କିଛି ପ୍ରଦର୍ଶନକାରୀ ଆମେରିକୀୟ ଦୂତାବାସ ପରିସରରେ ପ୍ରବେଶ କରି ଭଙ୍ଗାରୁଜା କରିଥିବା ଜଣାପଡ଼ିଛି।


