Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସ୍ୱପ୍ନା ପତି ଫାଉଣ୍ଡେସନ ଆୟୋଜିତ ୧୫ତମ ‘ହର୍ବାଲ ହୋଲି’ ଉତ୍ସବରେ ଉର୍ଫି ଜାଭେଦ
ଆଜିର ଖବର

ସ୍ୱପ୍ନା ପତି ଫାଉଣ୍ଡେସନ ଆୟୋଜିତ ୧୫ତମ ‘ହର୍ବାଲ ହୋଲି’ ଉତ୍ସବରେ ଉର୍ଫି ଜାଭେଦ

March 3, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସ୍ୱପ୍ନା ପତି ଫାଉଣ୍ଡେସନ ଆୟୋଜିତ ୧୫ତମ 'ହର୍ବାଲ ହୋଲି' ଉତ୍ସବରେ ଉର୍ଫି ଜାଭେଦ
ସ୍ୱପ୍ନା ପତି ଫାଉଣ୍ଡେସନ ଆୟୋଜିତ ୧୫ତମ 'ହର୍ବାଲ ହୋଲି' ଉତ୍ସବରେ ଉର୍ଫି ଜାଭେଦ

ଭୁବନେଶ୍ଵର: ଲୋକପ୍ରିୟ ଭାରତୀୟ ଟେଲିଭିଜନ ଅଭିନେତ୍ରୀ ଉର୍ଫି ଜାଭେଦ ଭୁବନେଶ୍ୱରରେ ପହଞ୍ଚି ସ୍ୱପ୍ନା ପତି ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ‘ହର୍ବାଲ ହୋଲି ୨୦୨୬’ କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ଭାବେ ଯୋଗ ଦେଇଛନ୍ତି। ଭୁବନେଶ୍ୱର ଆନ୍ତର୍ଜାତୀୟ ବିମାନବନ୍ଦରରେ ଅଭିନେତ୍ରୀଙ୍କୁ ସ୍ୱପ୍ନା ପତି ଫାଉଣ୍ଡେସନର ସଦସ୍ୟ, ଆୟୋଜକ ଏବଂ ପ୍ରଶଂସକମାନେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।

ଚଳିତ ବର୍ଷ ସ୍ୱପ୍ନା ପତି ଫାଉଣ୍ଡେସନ ନିଜର ‘ହର୍ବାଲ ହୋଲି’ ଅଭିଯାନର ୧୫ତମ ସଂସ୍କରଣ ପାଳନ କରୁଛି। ‘ଲାଭିନ୍ସଉଡ୍ ଇଣ୍ଟରନ୍ୟାସନାଲ ପ୍ରାଇଭେଟ ଲିମିଟେଡ’ର ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରାସାୟନିକ ରଙ୍ଗ ମୁକ୍ତ ଏବଂ ପରିବେଶ ଅନୁକୂଳ ହୋଲି ପାଇଁ ଜନସାଧାରଣଙ୍କୁ ସଚେତନ କରିବା। “ନିଜ ଚର୍ମକୁ କେମିକାଲ ରଙ୍ଗରୁ ରକ୍ଷା କରନ୍ତୁ” ଏହି ବାର୍ତ୍ତା ନେଇ ୨୦୧୧ ମସିହାରୁ ଏହି ଅଭିଯାନ ଜାରି ରହିଛି।

କାର୍ଯ୍ୟକ୍ରମ ମାର୍ଚ୍ଚ ୨, ୨୦୨୬ ସନ୍ଧ୍ୟା ୪:୦୦ ରୁ ରାତି ୧୦:୦୦ ପର୍ୟଂତ ରାଜଧାନୀର ତରକା ହୋଟେଲ ସ୍ୟାଣ୍ଡିଜ୍ ଟାୱାରରେ ଆୟୋଜିତ ହୋଇଛି । ଏହି କାର୍ଯକ୍ରମରେ ସମସ୍ତ ପ୍ରାକୃତିକ ରଙ୍ଗର ବ୍ୟବହାର ହୋଇଛି ଯେପରିକି ହଳଦୀ, ଚନ୍ଦନ, ମୁଲତାନି ମାଟି, ନିମ ଏବଂ ବିଟରୁ ପ୍ରସ୍ତୁତ ହର୍ବାଲ ରଙ୍ଗରେ ହୋଲି ଖେଳାଯାଇଛି।

ଏହି ଉତ୍ସବରେ ଉର୍ଫି ଜାଭେଦଙ୍କ ସମେତ ବଲିଉଡର ଜଣାଶୁଣା କଣ୍ଠଶିଳ୍ପୀ ଶେହଜାଦ ଅଲି, ଶବାବ ସାବ୍ରି ଏବଂ ଅଭିନେତା ଏଜାଜ ଖାନ ଯୋଗ ଦେଇ ଦର୍ଶକଙ୍କ ମନୋରଞ୍ଜନ କରିଛନ୍ତି। ଏଥିସହ ଓଲିଉଡର ଲୋକପ୍ରିୟ କଳାକାର ସୁଭାଶିଷ ଶର୍ମା (ମଣ୍ଟୁ), ସୂର୍ଯ୍ୟମୟୀ ମହାପାତ୍ର, ପ୍ରିୟଙ୍କା ଏବଂ ଋଷି ପଟ୍ଟନାୟକ ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଛନ୍ତି ଓ ଡିଜେ ଆୟୁଷଙ୍କ ସଙ୍ଗୀତ ତାଳେ ତାଳେ ସମସ୍ତେ ହୋଲିର ମଜା ନେଇଥିଲେ।

ଚଳିତ ବର୍ଷ ପ୍ରାୟ ୨,୦୦୦ ରୁ ଅଧିକ ଅତିଥି ଓ ବିଶିଷ୍ଟ ଶିଳ୍ପପତି ମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ଆୟୋଜକଙ୍କ ମତରେ, ହର୍ବାଲ ହୋଲି କେବଳ ଏକ ପର୍ବ ନୁହେଁ, ବରଂ ଏହା ସ୍ୱାସ୍ଥ୍ୟ, ସଂସ୍କୃତି ଏବଂ ସୁରକ୍ଷିତ ପରିବେଶ ପାଇଁ ଏକ ସାମାଜିକ ଆନ୍ଦୋଳନ।

ଉର୍ଫି ଜାଭେଦ ସ୍ୱପ୍ନା ପତି ଫାଉଣ୍ଡେସନ ହର୍ବାଲ ହୋଲି
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଏପ୍ରିଲ ୧୨ ତାରିଖ ରବିବାରରେ ସାତୋଟି ରାଶି ପାଇଁ ରହିଛି ଧନ ବର୍ଷା

April 12, 2026

ଲୋକପ୍ରିୟ ଗାୟିକା ଆଶା ଭୋସ୍‌ଲେ ଅସୁସ୍ଥ

April 11, 2026

ବାହାର ରତ୍ନଭଣ୍ଡାର ଗଣତି ମଣତି ଶେଷ

April 11, 2026

ସବୁ କଲେଜରେ ଗଠନ ହେବ ଆଇସିସି କମିଟି

April 11, 2026
Latest News

ଆଜି ଏପ୍ରିଲ ୧୨ ତାରିଖ ରବିବାରରେ ସାତୋଟି ରାଶି ପାଇଁ ରହିଛି ଧନ ବର୍ଷା

April 12, 2026

ଲୋକପ୍ରିୟ ଗାୟିକା ଆଶା ଭୋସ୍‌ଲେ ଅସୁସ୍ଥ

April 11, 2026

ବାହାର ରତ୍ନଭଣ୍ଡାର ଗଣତି ମଣତି ଶେଷ

April 11, 2026

ସବୁ କଲେଜରେ ଗଠନ ହେବ ଆଇସିସି କମିଟି

April 11, 2026

ବଦଳୁଛି ପଶ୍ଚିମ ଏସିଆ ପରିସ୍ଥିତି: ଭାରତକୁ ଆସୁଛି ଆହୁରି ୨୦ ହଜାର ମେଟ୍ରିକ ଟନ୍‍ ଏଲ୍‍ପିଜି

April 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.