ମୁମ୍ବାଇ: ୨୦୨୬ ଟି୨୦ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲ ଆଜି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଛି। ପ୍ରଥମେ ବ୍ୟାଟିଂ କରି ଟିମ ଇଣ୍ଡିଆ ଇଂଲଣ୍ଡ ବିରୋଧରେ ବିଶାଳ ସ୍କୋର ଛିଡା କରିଛି। ଭାରତୀୟ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୨୫୩ ରନ କରିଛି। ତେବେ ଇଂଲଣ୍ଡକୁ ଟି-୨୦ ବିଶ୍ଵକପର ଫାଇନାଲରେ ପ୍ରବେଶ କରିବା ପାଇଁ ୨୦ ଓଭରରେ ୨୫୪ ରନ କରିବାକୁ ପଡିବ।
ଭାରତ ପକ୍ଷରୁ ଆଜି ପୁଣି ସାଞ୍ଜୁ ସାମସନ ବିସ୍ଫୋରକ ଇନିଂସ ଖେଳିଥିଲେ। ସେ ଆଜି ୭ ଟି ଛକା ଏବଂ ୮ ଟି ଚୌକା ସହାୟତାରେ ମୋଟ ୪୨ ବଲରେ ୮୯ ରନ କରିଥିଲେ। ସେହିଭଳି ଇଶାନ କିଷନ ୧୮ ବଲରେ ୩୯ ରନ, ଶିବମ ଦୁବେ ୨୫ ବଲରେ ୪ ଟି ଛକା ସହାୟତାରେ ୪୩ ରନ, ହାର୍ଦ୍ଦିକ ପାଣ୍ଡ୍ୟା ୧୨ ବଲରେ ୨୭ ରନ, ତିଲକ ବର୍ମା ୭ ବଲରେ ୨୧ ରନ କରିଥିଲେ।


