ଭୁବନେଶ୍ୱର: ଦି ୟୁନିଭରସିଟି ଅଫ୍ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ (ୟୁଡବ୍ଲ୍ୟୁଏ) ଏବଂ ସାଇନ୍ସ ଆଣ୍ଡ୍ ଟେକ୍ନୋଲୋଜି (ଏସ୍ ଆଣ୍ଡ ଟି) କ୍ଲଷ୍ଟର୍ସ (ଅଫିସ ଅଫ୍ ଦି ପ୍ରିନସିପାଲ ସାଇଣ୍ଟିଫିକ ଆଡଭାଇଜରଙ୍କର ଏକ ପ୍ରୟାସ) ଭାରତର ସମସ୍ତ ରାଷ୍ଟ୍ରୀୟ ବିଜ୍ଞାନ ଓ ପ୍ରଯୁକ୍ତି (ଏସ୍ ଆଣ୍ଡ ଟି) କ୍ଲଷ୍ଟର ବିଧିବ୍ୟବସ୍ଥାରେ ଏକ ସୁସଂହତ, ଦୀର୍ଘସୂତ୍ରୀ ସହଯୋଗୀତା ସ୍ଥାପନ କରିବାକୁ ଏକ ବୁଝାମଣା ପତ୍ର (ଏମ୍ଓୟୁ)ରେ ସ୍ୱାକ୍ଷର କରିଛନ୍ତି। ଏହି ସହଭାଗୀତା ୟୁଡବ୍ଲୁଏକୁ ଭାରତର ସଂଘୀୟ ବିଜ୍ଞାନ ଓ ନବସୃଜନ ବ୍ୟବସ୍ଥା ସହିତ ଏକତ୍ରିତ କରାଉଛି, ଯାହା ରାଷ୍ଟ୍ରୀୟ ବିକାଶ ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ବିବେଚିତ ହେଉଥିବା ସମସ୍ତ ଅଗ୍ରାଧିକାର କ୍ଷେତ୍ରଗୁଡିକରେ ଲକ୍ଷ୍ୟଭିତ୍ତିକ ସହଯୋଗୀତାକୁ ସମର୍ଥ କରାଇବ।
ଦି ଅଫିସ ଅଫ୍ ଦି ପ୍ରିନସିପାଲ ସାଇଣ୍ଟିଫିକ ଆଡଭାଇଜର ପ୍ରଧାନମନ୍ତ୍ରୀ ଏବଂ କ୍ୟାବିନେଟର ସର୍ବୋଚ୍ଚ ସ୍ତରୀୟ ବୈଜ୍ଞାନିକ ପରାମର୍ଶଦାତା ଭାବରେ କାର୍ଯ୍ୟ କରୁଛି ଏବଂ ଏହା ବିଜ୍ଞାନ, ପ୍ରଯୁକ୍ତି, ନବସୃଜନ ଏବଂ ଗବେଷଣା ନୀତିଗୁଡିକ ଉପରେ ରଣକୌଶଳାତ୍ମକ ଦିଗ୍ଦର୍ଶନ ଯୋଗାଇ ଦେଉଛି। ପିଏସ୍ଏ ଅଫିସ ଅଧୀନରେ ଭାରତ ବେଙ୍ଗାଲୁରୁ, ପୁନେ, ଚଣ୍ଡିଗଡ, ଭୁବନେଶ୍ବର, ବିଶାଖାପଟନମ୍ ଏବଂ ହାଇଦରାବାଦ ସମେତ ସମସ୍ତ ପ୍ରମୁଖ ନସବୃଜନ ସ୍ଥଳରେ ଆଠଟି ଏସ୍ ଆଣ୍ଡ ଟି କ୍ଲଷ୍ଟର ସ୍ଥାପନ କରିଛି। ଏହି କ୍ଲଷ୍ଟରଗୁଡିକ ସମନ୍ୱିତ, ଅନୁବାଦୀୟ ଗବେଷଣା ଏବଂ ନବସୃଜନ ଜରିଆରେ ଲକ୍ଷ୍ୟଭିତ୍ତିକ ଆହ୍ୱାନଗୁଡିକର ମୁକାବିଲା କରିବାକୁ ବିଶ୍ୱବିଦ୍ୟାଳୟସମୂହ, ରାଷ୍ଟ୍ରୀୟ ଲାବୋରେଟୋରୀ, ଷ୍ଟାର୍ଟଅପ୍ସମୂହ, ଏମଏସ୍ଏମଇଗୁଡିକ, ଶିଳ୍ପ ଅଂଶୀଦାର ଏବଂ ରାଜ୍ୟ ସରକାରମାନଙ୍କୁ ଏକତ୍ରିତ କରାଉଛି।
ଡ. ବିଶାଲ ଚୌଧାରୀ, ସାଇଣ୍ଟିଷ୍ଟ- ‘ଏଫ’, ଅଫିସ ଅଫ୍ ଦି ପ୍ରିନସିପାଲ ସାଇଣ୍ଟିଫିକ ଆଡଭାଇଜର, ଭାରତ ସରକାର କହିଥିଲେ: “ଭାରତର ଏସ୍ ଆଣ୍ଡ ଟି କ୍ଲଷ୍ଟରସମୂହ ମଜଭୁତ ଶିକ୍ଷାଗତ-ଶିଳ୍ପ-ସରକାରୀ ସହଭାଗୀତା ଜରିଆରେ ରାଷ୍ଟ୍ରର ଅଗ୍ରାଧିକାର ବିଷୟଗୁଡିକ ପ୍ରତି ଦୃଷ୍ଟି ଦେଉଥିବା ସମନ୍ୱିତ, ଲକ୍ଷ୍ୟଭିତ୍ତିକ ଗବେଷଣାକୁ ଆଗେଇନେବା ନିମନ୍ତେ ଡିଜାଇନ କରାଯାଇଛି । ୟୁନିଭରସିଟି ଅଫ୍ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ସହିତ ଏହି ସହଯୋଗୀତା ମୂଲ୍ୟବାନ ବୈଶ୍ୱିକ ବିଦ୍ୱତାକୁ ଆମର ନବସୃଜନ ପରିବ୍ୟବସ୍ଥା ମଧ୍ୟକୁ ଆଣୁଛି ଏବଂ ପରିମାଣାତ୍ମକ, ନୀତି ଉପଯୋଗୀ ଏବଂ ଆନ୍ତର୍ଜାତିକସ୍ତରରେ ସଂଯୁକ୍ତ ଗବେଷଣା ପ୍ଲାଟଫର୍ମଗୁଡିକ ନିର୍ମାଣ ନିମନ୍ତେ ଆମର ଲକ୍ଷ୍ୟକୁ ସମର୍ଥନ କରୁଛି ।”
ଏମ୍ଓୟୁ ଜରିଆରେ ୟୁଡବ୍ଲ୍ୟୁଏ ଏହି ସମସ୍ତ କ୍ଲଷ୍ଟର ନେତୃତ୍ୱରେ ପରିଚାଳିତ ପରିବ୍ୟବସ୍ଥା ସହିତ ସମନ୍ୱିତ ହେବ, ଯାହା କେବଳ କ୍ୱଚିତ ସଂସ୍ଥାନଗତ ସହଭାଗୀତା ଅପେକ୍ଷା ପରିମାଣାତ୍ମକ ଏବଂ ରାଷ୍ଟ୍ରୀୟ ସ୍ତରରେ ସଂଯୁକ୍ତ ସହଯୋଗୀତାକୁ ସମର୍ଥ କରାଇବ । ଏହି ନିୟୋଜନତା ସୁସଂହତ ଶିକ୍ଷାଗତ-ଶିଳ୍ପ-ସରକାର ସହଯୋଗୀତାକୁ ପ୍ରୋତ୍ସାହିତ କରିବା, ଲାବ୍-ଟୁ-ମାର୍କେଟ ପଥ ତ୍ୱରାନ୍ୱିତ କରିବା ଏବଂ ଭାରତର ବିକାଶ ଅଗ୍ରାଧିକାରତା ସହିତ ମେଳ ଖାଉଥିବା ଆନ୍ତର୍ଜାତିକ ଗବେଷଣା ମୋବିଲିଟିକୁ ସମର୍ଥ କରାଇବା ନିମନ୍ତେ ଡିଜାଇନ କରାଯାଇଛି ।
ପ୍ରଫେସର ଅମିତ ଚକ୍ମା, ଭାଇସ-ଚାନ୍ସେଲର, ୟୁଡବ୍ଲ୍ୟୁଏ କହିଥିଲେ: “ଏହି ଏମ୍ଓୟୁ ଅଷ୍ଟ୍ରେଲିଆ-ଭାରତ ବୈଜ୍ଞାନିକ ସହଭାଗୀତାକୁ ସର୍ବୋଚ୍ଚ ସ୍ତରରେ ନିବିଡ କରିବା ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପକୁ ପ୍ରତିନିଧିତ୍ୱ କରୁଛି । ଅଫିସ ଅଫ୍ ଦି ପ୍ରିନସିପାଲ ସାଇଣ୍ଟିଫିକ ଆଡଭାଇଜର ଏବଂ ଏହାର ଏସ୍ ଆଣ୍ଡ ଟି କ୍ଲଷ୍ଟରସମୂହ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରି ଆମେ ଶକ୍ତି ରୂପାନ୍ତରଣ ଓ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥରୁ ନେଇ ଜଳବାୟୁ ସହନଶୀଳତା ଏବଂ ଉନ୍ନତ ପ୍ରଯୁକ୍ତିସମୂହ ପର୍ଯ୍ୟନ୍ତ ଭାରତର ରାଷ୍ଟ୍ରୀୟ ପ୍ରାଥମିକତା ସହିତ ଆମର ଗବେଷଣା ସାମର୍ଥ୍ୟକୁ ମେଳ ଖୁଆଉଛୁ । ଏକତ୍ରିତ ଭାବରେ ଆମେ ଅନୁବାଦୀୟ ଗବେଷଣାକୁ ତ୍ୱରାନ୍ୱିତ କରିପାରିବୁ, ନବସୃଜନ ପରିବ୍ୟବସ୍ଥାକୁ ସୁଦୃଢ କରିବା ସହିତ ଉଭୟ ରାଷ୍ଟ୍ରୀୟ ସ୍ତରରେ ଉପେଯାଗୀ ଏବଂ ବିଶ୍ୱ ସ୍ତରରେ ପ୍ରଭାବଶାଳୀ ହେଉଥିବା ସମାଧାନଗୁଡିକ ଯୋଗାଇ ପାରିବୁ ।”
ଡ. ମୃତ୍ୟୁଞ୍ଜୟ ସୁଆର, ଚେୟାରମ୍ୟାନ, ବିସିକେଆଇସି କହିଥିଲେ: “ୟୁଡବ୍ଲ୍ୟୁଏ ଏବଂ ଭୁବନେଶ୍ୱର ସିଟି ନଲେଜ ଇନ୍ନୋଭେସନ କ୍ଲଷ୍ଟର (ବିସିକେଆଇସି) ମଧ୍ୟରେ ସହଭାଗୀତା ଏକ ବୃହତ୍ ଉଦ୍ଦେଶ୍ୟ ନିମନ୍ତେ ଉଦ୍ଦିଷ୍ଟ ଏବଂ ଏହା ଶିକ୍ଷାଗତ କାର୍ଯ୍ୟକଳାପର ଊର୍ଦ୍ଧ୍ୱରେ ରହିଛି । ରଣକୌଶଳାତ୍ମକ ଦୃଷ୍ଟିରୁ ଆମେ ନୀଳ ଅର୍ଥନୀତି କ୍ଷେତ୍ରରେ ଏକ ମିଶନ୍ ମୋଡରେ କାର୍ଯ୍ୟ କରିବୁ ଏବଂ ସୁଲଭ୍ୟ, ଗ୍ରହଣଯୋଗ୍ୟ ତଥା ପରିମାଣାତ୍ମକ ସମାଧାନଗୁଡିକ ଏହି କ୍ଷେତ୍ରରେ ଲାଗୁ କରିବାକୁ ସର୍ବୋତ୍ତମ କାର୍ଯ୍ୟାଭ୍ୟାସକୁ କାର୍ଯ୍ୟକାରୀ କରିବୁ ।”
ଏମ୍ଓୟୁ ବିଧିବ୍ୟବସ୍ଥା ମଧ୍ୟରେ, ୟୁଡବ୍ଲ୍ୟୁଏ ଏବଂ ଏସ୍ ଆଣ୍ଡ ଟି କ୍ଲଷ୍ଟରସମୂହ ନିମ୍ନଲିଖିତ କାର୍ଯ୍ୟକରିବେ:
– ଶକ୍ତି ରୂପାନ୍ତରଣ, ଜଳବାୟୁ ସହନଶୀଳତା, ଉନ୍ନତ ବିନିର୍ମାଣ, ଏଆଇ, ଡିପ୍ଟେକ୍, ଜଳ ବ୍ୟବସ୍ଥା ଏବଂ ସ୍ୱାସ୍ଥ୍ୟ ପ୍ରଯୁକ୍ତି ଭଳି ରାଷ୍ଟ୍ରୀୟ ପ୍ରାଥମିକତା ସହିତ ମେଳ ଖାଉଥିବା ଲକ୍ଷ୍ୟଭିତ୍ତିକ ଗବେଷଣାକୁ ଆଗେଇନେବ ।
– ଯୁଗ୍ମ ଗବେଷଣା କାର୍ଯ୍ୟକ୍ରମ ଏବଂ ରାଷ୍ଟ୍ରସ୍ତରରେ ପ୍ରଭାବ ଥିବା ମିଳିତ-ପାଣ୍ଠି ବିନିଯୋଗରେ ପ୍ରୟାସସମୂହକୁ ସମର୍ଥ କରାଇବ ।
– ଅନୁବାଦୀୟ ଗବେଷଣା, ବ୍ୟବସାୟକରଣ ଏବଂ ଷ୍ଟାର୍ଟଅପ୍ ସହଯୋଗୀତା ଜରିଆରେ ଲାବ୍-ଟୁ-ମାର୍କେଟ ପଥକୁ ସୁଦୃଢ କରିବ ।
– ଡକ୍ଟରାଲ, ପୋଷ୍ଟଡକ୍ଟରାଲ ଏବଂ ଅଧ୍ୟାପକମାନଙ୍କର ଗମନା ଗମନ, ଯୁଗ୍ମ ପିଏଚଡି ଓ ଭିଜିଟିଂ ସ୍କଲାର ବିନିମୟକୁ ସୁଗମ କରାଇବ ।
– ବୈଶ୍ୱିକ ଗବେଷଣା ସହଭାଗୀତା ଏବଂ ଆନ୍ତର୍ଜାତିକ ବୈଜ୍ଞାନିକ ବିନିମୟକୁ ପ୍ରୋତ୍ସାହିତ କରିବ ।
– ଭାରତ-ଅଷ୍ଟ୍ରେଲିଆ ସହଯୋଗ ସହିତ ମେଳ ଖାଉଥିବା ନୀତିଗତ ଆଲୋଚନା ଏବଂ ଦ୍ୱିପାକ୍ଷିକ ବିଜ୍ଞାନ ଫୋରମ୍କୁ ସମର୍ଥନ କରିବ ।
ଏହି ସହଯୋଗୀତା ଉଭୟ ରାଷ୍ଟ୍ରର ଅର୍ଥନୈତିକ ଦୃଢତା ଏବଂ ପରିବେଶଗତ ନେତୃତ୍ୱ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ବିବେଚିତ ହେଉଥିବା ଦୀର୍ଘସ୍ଥାୟୀ ଖଣିକାର୍ଯ୍ୟ, ନବୀକରଣଯୋଗ୍ୟ ଶକ୍ତି, ଜଳବାୟୁ ବିଜ୍ଞାନ ଓ ସାମୁଦ୍ରିକ ବ୍ୟବସ୍ଥା ଆଦି କ୍ଷେତ୍ରରେ ମିଳିତ ଗବେଷଣାକୁ ଆଗେଇନେବା ଦିଗରେ ୟୁଡବ୍ଲୁଞଏର ବୈଶ୍ୱିକସ୍ତରରେ ସ୍ୱୀକୃତ ସ୍କୁଲ୍ ଅଫ ଆର୍ଥ ଆଣ୍ଡ ଓସନ୍ସର ନୀତି ସହିତ ଘନିଷ୍ଠ ଭାବରେ ମେଳ ଖାଉଛି । କ୍ଲଷ୍ଟର ଢାଞ୍ଚା ତାହା ନିଜ ପାଇଁ କେବଳ ସହଯୋଗୀତା ଊର୍ଦ୍ଧ୍ୱରେ ଗବେଷଣା ପ୍ରୟାସଗୁଡିକୁ ସୁନିଶ୍ଚିତ କରୁଛି ଏବଂ ତଦ୍ଦ୍ୱାରା ନୀତି-ଉପଯୋଗୀ ଫଳାଫଳ, ପରିମାଣାତ୍ମକ ନବସୃଜନ ଏବଂ ବାସ୍ତବ-ଜଗତର ସମାଧାନଗୁଡିକରେ ପରିଣତ ହେଉଛି ।
ରଣକୌଶଳାତ୍ମକ ଦୃଷ୍ଟିରୁ ଏହି ଏମ୍ଓୟୁ ଭାରତର ବିଜ୍ଞାନ ଓ ନବସୃଜନ ଦୃଶ୍ୟପଟ୍ଟରେ ୟୁଡବ୍ଲ୍ୟୁଏର ସଂଘୀୟ ସ୍ତରରେ ପ୍ରବେଶ ସ୍ଥଳକୁ ପ୍ରତିନିଧିତ୍ୱ କରୁଛି ଏବଂ ଭାରତ-ଅଷ୍ଟ୍ରେଲିଆ ବିଜ୍ଞାନ କୂଟନୀତି ଓ ପ୍ରଶସ୍ତ ଭାରତ-ପ୍ରଶାନ୍ତ ମହାସାଗରୀ ରଣକୌଶଳାତ୍ମକ ବିଧିବ୍ୟବସ୍ଥା ମଧ୍ୟରେ ନିଜର ଭୂମିକାକୁ ପୁନଃସୁଦୃଢ କରୁଛି । ଏହି ସହଯୋଗୀତା ଦୁଇ ରାଷ୍ଟ୍ର ମଧ୍ୟରେ ଦୀର୍ଘସୂତ୍ରୀ ଗବେଷଣା ସହଯୋଗ, ନସବୃଜନ ବିନିମୟ, ପ୍ରତିଭାଙ୍କର ଆତଯାତ ଏବଂ ସଂସ୍ଥାନଗତ ସଂଯୋଗକୁ ପରିବର୍ଦ୍ଧିତ କରିବା ଆଶା କରାଯାଉଛି ।
ଏହି ନିୟୋଜନତା ଆନ୍ତର୍ଜାତିକ ସହଯୋଗୀତା ନିମନ୍ତେ ଏକ ଉଚ୍ଚ ଫଳପ୍ରସୂ, ସରକାରୀସ୍ତରରେ ମେଳ ଖାଉଥିବା ମଡେଲକୁ ପ୍ରତିଫଳିତ କରୁଛି- ଯାହା ଭାରତର ଗୁରୁତ୍ୱପୂର୍ଣ୍ଣ ଗବେଷଣା ସଂସ୍ଥାନସମୂହ ଓ ନବସୃଜନ ପରିବ୍ୟବସ୍ଥାର ଏକ ସୁସଂହତ ସୁଯୋଗ ନେବାକୁ ୟୁଡବ୍ଲ୍ୟୁଏକୁ ସମର୍ଥ କରାଉଛି ତଥା ସେହି ସମୟରେ ଭାରତର ରାଷ୍ଟ୍ରୀୟ ବିଜ୍ଞାନ ଓ ପ୍ରଯୁକ୍ତି ଲକ୍ଷ୍ୟସମୂହ ପ୍ରତି ଅର୍ଥପୂର୍ଣ୍ଣ ଅବଦାନ ରଖୁଛି ।
ଦି ୟୁନିଭରସିଟି ଅଫ୍ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ସମ୍ପର୍କରେ:
ୟୁଡବ୍ଲ୍ୟୁଏରେ ଆମର ଲକ୍ଷ୍ୟ ହେଉଛି ଆମେ ଯାହା କରୁଛୁ ତାହାର କେନ୍ଦ୍ର ସ୍ଥଳରେ ଜ୍ଞାନର ସନ୍ଧାନ କରିବା । ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆର ପ୍ରଥମ ଏବଂ ଅଗ୍ରଣୀ ୟୁନିଭରସିଟି ଭାବରେ ଆମେ ଉଲ୍ଲେଖନୀୟ, ଜୀବନ ପରିବର୍ତ୍ତନକାରୀ ଫଳାଫଳ ସୃଷ୍ଟି କରିପାରିଛୁ । ଆମ ଗବେଷଣା, ସହଭାଗୀତା ଏବଂ ନବୋନ୍ମେଷୀ ପାଠ୍ୟକ୍ରମଗୁଡିକର ବୈଶ୍ୱିକ ପ୍ରଭାବ ଆମକୁ ବିଶ୍ୱର ଶୀର୍ଷ ୧୦୦ ୟୁନିଭରସିଟି (କ୍ୟୁଏସ୍ ୨୦୨୫) ମଧ୍ୟରେ ସ୍ଥାନିତ କରିଛି।


