Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅମିତ ଶାହଙ୍କ ଦ୍ୱାରା ଓମ୍ଫେଡର ୩୦ ହଜାର ଲିଟର ବିଶିଷ୍ଟ ଦୁଗ୍ଧ କାରଖାନା ଉଦଘାଟିତ
ଆଜିର ଖବର

ଅମିତ ଶାହଙ୍କ ଦ୍ୱାରା ଓମ୍ଫେଡର ୩୦ ହଜାର ଲିଟର ବିଶିଷ୍ଟ ଦୁଗ୍ଧ କାରଖାନା ଉଦଘାଟିତ

March 6, 2026No Comments4 Mins Read
Share Facebook Twitter LinkedIn Email WhatsApp Copy Link
ଅମିତ ଶାହଙ୍କ ଦ୍ୱାରା ଓମ୍ଫେଡର ୩୦ ହଜାର ଲିଟର ବିଶିଷ୍ଟ ଦୁଗ୍ଧ କାରଖାନା ଉଦଘାଟିତ
ଅମିତ ଶାହଙ୍କ ଦ୍ୱାରା ଓମ୍ଫେଡର ୩୦ ହଜାର ଲିଟର ବିଶିଷ୍ଟ ଦୁଗ୍ଧ କାରଖାନା ଉଦଘାଟିତ
ଭୁବନେଶ୍ୱର: ୮୦ ଦଶକରୁ ଜନ୍ମ ନେଇଥିବା ଓଡିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘ ଲିମିଟେଡ୍  ବା ଓମ୍ଫେଡ୍ ଆଜି ସମଗ୍ର ରାଜ୍ୟରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ସହାୟତାରେ ଓମ୍ଫେଡ୍ ଏବେ ୧୨ଟି ଜିଲ୍ଲାରେ ୨.୩୭,୫୦୦ ଜଣ ପଞ୍ଜିକୃତ ସଦସ୍ୟଙ୍କୁ ନେଇ ୪୪୨୧ଟି ଦୁଗ୍ଧ ସମବାୟ ସମିତି ଗଠନ କରିଅଛି।
୧୯୮୦ ମସିହାରୁ ଅପରେସନ୍ ଫ୍ଲଡ୍ ଫେଜ୍-୨ ସମୟରେ ଓମ୍ଫେଡ୍ ନିରବଚ୍ଛିନ୍ନ ଭାବରେ ଦୁଗ୍ଧ ଏବଂ ଦୁଗ୍ଧ ଜାତୀୟ ଉତ୍ପାଦ ପ୍ରକ୍ରିୟାକରଣ ଏବଂ ବିପଣନ କରୁଅଛି। ସମଗ୍ର ରାଜ୍ୟରେ ଲକ୍ଷ ଲକ୍ଷ ଗ୍ରାମୀଣ ଦୁଗ୍ଧ ଚାଷୀଙ୍କ ଆର୍ଥିକ ବିକାଶରେ ପ୍ରମୁଖ ଭୁମିକା ଗ୍ରହଣ କରିଛି ଓମ୍ଫେଡ୍। ବର୍ତ୍ତମାନ, ଓମ୍ଫେଡ୍ ପ୍ରତିଦିନ ପ୍ରାୟ ୬.୦ ଲକ୍ଷ ଲିଟର କ୍ଷୀର ସଂଗ୍ରହ କରୁଛି। ୨୦୨୫-୨୬ ଆର୍ଥିକ ବର୍ଷରେ, ଓମ୍ଫେଡ୍ ପ୍ରାୟ ୧୦୫୦ କୋଟି ଟଙ୍କାର କାରବାର କରିଛି ଏବଂ ଚାଷୀଙ୍କଠାରୁ କ୍ଷୀର କ୍ରୟ କ୍ଷେତ୍ରରେ ଏହାର ୮୦ପ୍ରତିଶତ ଦୁଗ୍ଧ ଚାଷୀଙ୍କୁ ପ୍ରଦାନ କରୁଅଛି।
ଓମ୍ଫେଡ୍ ସମଗ୍ର ରାଜ୍ୟରେ ୧୨ଟି ଦୁଗ୍ଧ କାରଖାନା ପ୍ରତିଷ୍ଠା କରିଛି, ଯାହାର ଦୈନିକ ଦୁଗ୍ଧ ପ୍ରକ୍ରିୟାକରଣ କ୍ଷମତା ୯.୭୦ ଲକ୍ଷ ଲିଟର। ଏଥିରେ କଟକର ଅରିଲୋଠାରେ ଦୈନିକ ୫ ଲକ୍ଷ ଲିଟର ଦୁଗ୍ଧ ପ୍ରକ୍ରିୟାକରଣ କାରଖାନା ଏବଂ RIDF ଅଧିନରେ ଦୈନିକ ୨୦ ମେଟ୍ରିକ ଟନ୍ ଦୁଗ୍ଧ ପାଉଡର କାରଖାନା NDDB ପ୍ରକଳ୍ପ ଦ୍ୱାରା କାର୍ଯ୍ୟାନ୍ୱୟନ ହେଉଅଛି। ଓମ୍ଫେଡ୍ ପାଖରେ ଦୁଗ୍ଧ ପ୍ୟାକେଟ୍, UHT କ୍ଷୀର, ପନିର, ଦହି, ଖୁଆ, ରାବିଡି, ମିଠା ଦହି, ଦୁଗ୍ଧ ଗୁଣ୍ଡ, ଏ୨ କ୍ଷୀର, ଏ୨ ଘିଅ, ବଟର, ଆଇସ୍କ୍ରିମ୍, UHT ଲସି, ବଟର ମିଲ୍କ, ଚକୋଲେଟ୍ ଶେକ୍ ସମେତ ବିଭିନ୍ନ ପ୍ରକାରର ଦୁଗ୍ଧ ଏବଂ ଦୁଗ୍ଧଜାତ ଉତ୍ପାଦ ଅଛି। ଏହା ସହ କନ୍ଧମାଳ ହଳଦୀ ପାଉଡର ଭଳି କୃଷି ଉତ୍ପାଦ ମଧ୍ୟ ରହିଅଛି।
୨୦୨୫-୨୬ ରେ ହୋଇଥିବା ଶ୍ୱେତ ବିପ୍ଳବ ୨.୦ ଅଧୀନରେ, ଭାରତ ସରକାରଙ୍କ DAHD ପକ୍ଷରୁ ଓମ୍ଫେଡକୁ ୧୨୦୫ ଗୋଟି ନୂତନ ଦୁଗ୍ଧ ସମବାୟ ସମିତି ଗଠନ କରିବା ପାଇଁ ୨୨.୪୧ କୋଟି ଟଙ୍କାର ପାଣ୍ଠି ପ୍ରଦାନ କରାଯାଇଅଛି। ଏହି ପ୍ରକଳ୍ପ ଅଧୀନରେ ୪୭,୦୦୦ ନୂତନ ଦୁଗ୍ଧ ଚାଷୀଙ୍କୁ ପଞ୍ଜୀକୃତ କରାଯିବ ଏବଂ ଗ୍ରାମ ସ୍ତରରେ ନୂତନ ଦୁଗ୍ଧ ସମବାୟ ସମିତି ଗଠନ ମାଧ୍ୟମରେ ସେହି ନୂତନ ଚାଷୀଙ୍କଠାରୁ  ଦୈନିକ ୫୬,୦୦୦ ଲିଟର ଅତିରିକ୍ତ ଦୁଗ୍ଧ ସଂଗ୍ରହ କରାଯିବ। ୨୦୨୫-୨୬ ମଧ୍ୟରେ ୧୦୦୦ ନୂତନ ଦୁଗ୍ଧ ସମବାୟ ସମିତି ଓମ୍ଫେଡ୍ ଦ୍ୱାରା ଗଠନ କରାଯାଇଅଛି। ୫୬୫.୧୦ ଲକ୍ଷ ଟଙ୍କା ବ୍ୟୟରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଅନ୍ତର୍ଗତ ଚଣ୍ଡେଶ୍ୱରଠାରେ ଦୈନିକ ୩୦,୦୦୦ ଲିଟର ଦୁଗ୍ଧ ପ୍ରକ୍ରିୟାକରଣ କାରଖାନା RKVY ଅଧୀନରେ ପ୍ରତିଷ୍ଠା କରାଯାଇଛି।
ଏହି କାରଖାନା କ୍ଷୀର ଏବଂ ଦହି, ପନିର, ଘିଅ, ମିଠା ଦହି, ରାବିଡି ଇତ୍ୟାଦି ପରି ବିଭିନ୍ନ ଦୁଗ୍ଧଜାତ ଉତ୍ପାଦ ପ୍ରକ୍ରିୟାକରଣ କରିପାରିବ। ଏହି କାରଖାନା ଟାଙ୍ଗୀ, ରଣପୁର, ବାଲୁଗାଁ, ଚିଲିକା, ବାଣପୁର ବ୍ଲକର ହଜାର ହଜାର ଚାଷୀଙ୍କ ଦ୍ୱାରା ଉତ୍ପାଦିତ ଦୁଗ୍ଧର ବଜାର ସହାୟତା ଯୋଗାଇବାରେ ସହାୟକ ହୋଇପାରିବ।
ଶ୍ୱେତ ବିପ୍ଳବ ୨.୦ ର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ହାସଲ ପାଇଁ ଚାଷୀମାନଙ୍କୁ ବିଭିନ୍ନ ତାଲିମ ପ୍ରଦାନ କରିବାକୁ NDDB ସହାୟତାରେ ଓମ୍ଫେଡ୍ ତାଲିମ କେନ୍ଦ୍ରକୁ ଉନ୍ନତିକରଣ କରାଯିବ। ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା (MKY) ଅଧୀନରେ, ଦୁଗ୍ଧ ପରିବହନ ପାଇଁ ଓମ୍ଫେଡ୍ କୁ ୨୨ଗୋଟି ମିଲ୍କ ଟ୍ୟାଙ୍କର୍ ଏବଂ ଦୁଗ୍ଧ ଶୀତଳିକରଣ ପାଇଁ ୧୭ଗୋଟି ବଲ୍କ ମିଲ୍କ କୁଲର୍ ଯୋଗାଇ ଦିଆଯାଇଛି। ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଅଧିନରେ, ମାଈ ବାଛୁରୀ ପାଳନ ଯୋଜନାରେ କୃତ୍ରିମ ଗର୍ଭଧାରଣରୁ ଜନ୍ମ ହୋଇଥିବା ୩୦,୦୦୦ ରୁ ଅଧିକ ମାଈ ବାଛୁରୀଙ୍କୁ ଚୟନ କରାଯାଇଛି ଏବଂ ୪୭୩୭.୫୫ ମେଟ୍ରିକ୍ ଟନ୍ ମାଈ ବାଛୁରୀ ଖାଦ୍ୟ ବଣ୍ଟନ କରାଯାଇଛି। ସେହି ବାଛୁରୀମାନେ ଦୁଇ ବର୍ଷ ମଧ୍ୟରେ ଭଲ ଗୁଣବତ୍ତାର ଗାଈ ହେବେ ଏବଂ ରାଜ୍ୟର ଦୁଗ୍ଧ ଉତ୍ପାଦନ ବୃଦ୍ଧି କରିପାରିବେ। ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଅଧୀନରେ, ଗୋପାଳନ ଏବଂ ମଇଁଷି ଉଦ୍ୟୋଗ ବିକାଶ ଯୋଜନା ଅଧୀନରେ ଦୁଧିଆଳି ଗାଈ ଏବଂ ମଇଁଷି କିଣିବା ପାଇଁ ଚାଷୀମାନଙ୍କୁ ୭୦ ପ୍ରତିଶତ ରିହାତି ପ୍ରଦାନ କରାଯାଉଅଛି। ଗୋପାଳନ ଯୋଜନା ଅଧୀନରେ ଏପର୍ଯ୍ୟନ୍ତ ୯୫୪୯ ଜଣ ହିତାଧିକାରୀ ୧୫୭୯୯ ଗାଈ କିଣିବା ପାଇଁ ୧୦୮.୪୭ କୋଟି ଟଙ୍କାର ସବସିଡି ପାଇଛନ୍ତି।
ଏପର୍ଯ୍ୟନ୍ତ ୧୩୮୧ ଜଣ ହିତାଧିକାରୀ ୨୫୪୭ ଜଣ ମଇଁଷି କିଣିବା ପାଇଁ ୧୮.୨୪ କୋଟି ଟଙ୍କାର ସବସିଡି ପାଇଛନ୍ତି। ଚାରା ଉଦ୍ୟୋଗ ବିକାଶ ଯୋଜନା ଅଧୀନରେ, ବହୁବର୍ଷୀୟ ଚାରା ଉତ୍ପାଦନ ପାଇଁ ତିନି ବର୍ଷରେ ଚାଷୀମାନଙ୍କୁ ୩୫୦୦୦/- ଟଙ୍କାର ସବସିଡ୍ ଯୋଗାଇ ଦିଆଯାଇଛି । ଏପର୍ଯ୍ୟନ୍ତ ୧୬୧୮ ଜଣ ହିତାଧିକାରୀ ୧୯୬୦.୦୫ ଏକର ଦୀର୍ଘ ମିଆଦି ଚାରା ଚାଷ ପାଇଁ ୨.୮୩ କୋଟି ଟଙ୍କାର ସବସିଡି ପାଇଛନ୍ତି। MKY ଅଧୀନରେ ପ୍ରାଣୀଧନ ବୀମା ଯୋଜନାରେ ୮୫ ପ୍ରତିଶତ ସବସିଡ୍ ସହିତ ପଶୁପାଳନ ବୀମା କରାଯାଉଅଛି।
ଏହି ଅବସରରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମାନ୍ୟବର କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହଙ୍କ କରକମଳରେ  ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଅନ୍ତର୍ଗତ ଚଣ୍ଡେଶ୍ୱରଠାରେ ୩୦ ହଜାର ଲିଟର ବିଶିଷ୍ଠ ଦୁଗ୍ଧ ପ୍ରକ୍ରିୟାକରଣ କାରଖାନାର ଉଦଘାଟନ କରାଯାଇଛି। ଆଗାମୀ ଦିନରେ ଖୋର୍ଦ୍ଧା ଜିଲ୍ଲାବାସୀଙ୍କ ଆର୍ଥିକ ବିକାଶରେ ଏହି କାରଖାନା ବେଶ ସହାୟକ ହୋଇପାରିବ। ନୂତନ ଭାବେ ଅନୁବନ୍ଧିତ କିଛି ସମବାୟ ସମିତିକୁ ଅନ୍ତର୍ଭୁକ୍ତିକରଣ ପ୍ରମାଣପତ୍ର ପ୍ରଦାନ କରାଯିବା ସହ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା (MKY), ମଇଁଷି ଉଦ୍ୟୋଗୀ ବିକାଶ ଯୋଜନା (BEDS) ଓ ଘାସ ଉଦ୍ୟୋଗୀ ଵିକାଶ ଯୋଜନା (FEDS)ରେ ଚାଷୀମାନଙ୍କୁ ସବସିଡି ଅର୍ଥ ମଧ୍ୟ ମାନ୍ୟବର କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସହ ବହୁ ବରିଷ୍ଠ ଅଧିକାରୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
Share. Facebook Twitter LinkedIn Email WhatsApp Copy Link

Related Posts

ଇଗ୍ନୋ ଆଞ୍ଚଳିକ କେନ୍ଦ୍ରରେ ସି୨ସି ଏବଂ ଆଇ୨ଓ ୨.୦ କାର୍ଯ୍ୟକ୍ରମର ଉଦ୍ଘାଟନ 

March 6, 2026

ପୂର୍ବତଟ ରେଳପଥ ଓ ଇକୋର ମହିଳା କଲ୍ୟାଣ ସଂଗଠନ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ

March 6, 2026

୩୨୭୫ କୋଟିରୁ ଅଧିକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଅମିତ ଶାହ

March 6, 2026

ମୁଣ୍ଡଳିଠାରେ ସିଆଇଏସଏଫର ପ୍ରତିଷ୍ଠା ଦିବସ ସମାରୋହକୁ ସମ୍ବୋଧିତ କଲେ ଗୃହ ମନ୍ତ୍ରୀ ଅମିତ ଶାହ

March 6, 2026
Latest News

ଅମିତ ଶାହଙ୍କ ଦ୍ୱାରା ଓମ୍ଫେଡର ୩୦ ହଜାର ଲିଟର ବିଶିଷ୍ଟ ଦୁଗ୍ଧ କାରଖାନା ଉଦଘାଟିତ

March 6, 2026

ଇଗ୍ନୋ ଆଞ୍ଚଳିକ କେନ୍ଦ୍ରରେ ସି୨ସି ଏବଂ ଆଇ୨ଓ ୨.୦ କାର୍ଯ୍ୟକ୍ରମର ଉଦ୍ଘାଟନ 

March 6, 2026

ପୂର୍ବତଟ ରେଳପଥ ଓ ଇକୋର ମହିଳା କଲ୍ୟାଣ ସଂଗଠନ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ

March 6, 2026

୩୨୭୫ କୋଟିରୁ ଅଧିକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଅମିତ ଶାହ

March 6, 2026

ମୁଣ୍ଡଳିଠାରେ ସିଆଇଏସଏଫର ପ୍ରତିଷ୍ଠା ଦିବସ ସମାରୋହକୁ ସମ୍ବୋଧିତ କଲେ ଗୃହ ମନ୍ତ୍ରୀ ଅମିତ ଶାହ

March 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.