ଦୁଇ ଦିନର ବ୍ୟବଧାନ ପରେ ପାଳନ ହେବ 73 ତମ ସ୍ୱାଧୀନତା ଦିବସ । ଚଳିତ ବର୍ଷ ଓଡ଼ିଶାରେ ରାଜ୍ୟ ସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବ ସ୍ଥାନରେ ପରିବର୍ତ୍ତନ କରାଯାଇଛି । ଗାନ୍ଧୀ ମାର୍ଗ ବଦଳରେ ପ୍ରଥମଥର ପାଇଁ ପ୍ରଦର୍ଶନୀ ପଡ଼ିଆରେ ଆୟୋଜନ କରାଯାଉଛି । ଏଥିପାଇଁ ଜୋରଦାରରେ ଚାଲିଛି ପ୍ରସ୍ତୁତି । ଏହା ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ତେଲେଙ୍ଗାନା ପୁଲିସ, ଟେରିଟୋରିଆଲ ଆର୍ମୀ, ସିଏଏଫ ଏବଂ ଓଡିଶା ପୁଲିସ ପରେଡ୍ରେ ଭାଗ ନେବେ । ପରେଡ ଦେଖିବା ପାଇଁ ପ୍ରାୟ 8-10 ହଜାର ଦର୍ଶକଙ୍କ ସମାଗମ ହେବ ବୋଲି ବୋଲି ଆକଳନ କରାଯାଉଛି । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପ୍ରାୟ 20 ପ୍ଲାଟୁନ୍ ଫୋର୍ସଙ୍କୁ ମୁତୟନ କରାଯିବ ।