ଭୁବନେଶ୍ଵର: ଗୁରୁତ୍ୱପୂର୍ଣ୍ଣ ଯାନ୍ତ୍ରିକ ଉନ୍ନତିକରଣ, ମରାମତି ଓ ବୈଦ୍ୟୁତିକ ରକ୍ଷଣାବେକ୍ଷଣ ପାଇଁ ଆଜି ଭୁବନେଶ୍ୱର ଅନେକ ସ୍ଥାନରେ ବିଦ୍ୟୁତ୍ ଯୋଗାଣ ବନ୍ଦ ରହିବ। ଧଉଳି ହାଇଟେକ୍ ଅଞ୍ଚଳରେ ସକାଳ ୯ଟା ରୁ ଅପରାହ୍ନ ୪ଟା ଯାଏଁ, କଲ୍ୟାଣୀ ପ୍ଲାଜା ଅଞ୍ଚଳରେ ସକାଳ ୯ ଟା ୩୦ ରୁ ଅପରାହ୍ନ ୪ଟା ଯାଏଁ, ବାରଙ୍ଗ ଇଞ୍ଜଣା ଅଞ୍ଚଳରେ ସକାଳ ୧୦ଟା ରୁ ଅପରାହ୍ନ ୩ଟା ଯାଏଁ, ରସୁଲଗଡ଼ ପାଣ୍ଡରା ଗାଁ ଅଞ୍ଚଳରେ ସକାଳ ୮ ଟା ରୁ ଦିନ ୧ଟା ଯାଏଁ, ସହିଦ୍ ନଗର ଅଞ୍ଚଳରେ ସକାଳ ୮ଟା ରୁ ଦିନ ୧୨ଟା ଯାଏଁ, ବଡ଼ଗଡ଼ ଲିଙ୍ଗରାଜ ଅଞ୍ଚଳରେ ସକାଳ ୮ ଟା ୩୦ ରୁ ଦିନ ୧୨ଟା ୩୦ ଯାଏଁ, ଓଲ୍ଡ ଟାଉନ ଭୁଆଶୁଣୀ ଅଞ୍ଚଳରେ ସକାଳ ୯ଟା ୩୦ ରୁ ଦିନ ୧ଟା ଯାଏଁ, ଚନ୍ଦ୍ରଶେଖରପୁର ରାଜବାଟିକା ଅଞ୍ଚଳରେ ସକାଳ ୯ ଟା ରୁ ଦିନ ୧୨ଟା ଯାଏଁ, କଳିଙ୍ଗନଗର ଡୁମଡୁମା ଅଞ୍ଚଳ, ଉତ୍ତରା କୌଶଲ୍ୟା ଅଞ୍ଚଳ ଓ ରସୁଲଗଡ଼ ପ୍ରେସ୍ ଅଞ୍ଚଳରେ ସକାଳ ୮ଟା ରୁ ସକାଳ ୧୦ଟା ଯାଏଁ, ବଡ଼ଗଡ଼ ଗୌତମ ନଗର ସକାଳ ୭ଟା ରୁ ସକାଳ ୯ଟା ଯାଏଁ ଏବଂ ବଡ଼ଗଡ଼ ସାମନ୍ତରାପୁର ଅଞ୍ଚଳରେ ସକାଳ ୧୦ଟା ରୁ ଦିନ ୧୨ଟା ଯାଏଁ, ବିଦ୍ୟୁତ୍ ଯୋଗାଣ ବନ୍ଦ ରହିବ।
ସେହିପରି କଟକ ସ୍ଥିତ ବିଡାନାଶି ଅଞ୍ଚଳରେ ସକାଳ ୯ ଟା ୩୦ ରୁ ଦିନ ୧୨ଟା ୩୦ ଯାଏଁ, ରାଣୀହାଟ ମଙ୍ଗଳାବାଗ ଅଞ୍ଚଳରେ ସକାଳ ୮ଟା ରୁ ସକାଳ ୧୦ଟା ଯାଏଁ, ବିଦ୍ୟୁତ୍ ଯୋଗାଣ ବନ୍ଦ ରହିବ।


