Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ
ଆଜିର ଖବର

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ
ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ (ଆଇବିସିଏସ) ପକ୍ଷରୁ ବୁଧବାର କ୍ୟାମ୍ପସ୍ ୨ ପରିସରରେ ‘ମାର୍କ -ଆଇଟି: ମ୍ୟାର୍କେଟିଂ ଫେୟାର୍ ୧.୦ -୨୦୨୬’ ବିଜିନେସ୍ ମେଳା ଆୟୋଜିତ ହୋଇଯାଇଛି।

ଏହି ଅବସରରେ ସୋଆର ଉପସଭାପତି ଶାଶ୍ୱତୀ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲେ। ଉଦ୍‌ଘାଟନ କରିବା ଅବସରରେ ଶ୍ରୀମତି ଦାସ କହିଥିଲେ ଯେ କେବଳ ଅଧ୍ୟୟନ ନୁହେଁ ବରଂ ଏଥି ସହିତ ଛାତ୍ରଛାତ୍ରୀମାନେ କିଭଳି ନିଜ ଭିତରେ ଥିବା ଲୁକ୍କାୟିତ ପ୍ରତିଭାକୁ ପ୍ରସ୍ଫୁଟିତ କରିପାରିବେ ତାହାକୁ ପ୍ରୋତ୍ସାହନ ଦେବା ପାଇଁ ଏହି ମେଳା ଏକ ଭିନ୍ନଧରଣ ପ୍ରୟାସ। ଯାହାକି ପ୍ରଥମ ଥର ପାଇଁ ଆଇବିସିଏସ୍ ପକ୍ଷରୁ ଆୟୋଜନ କରାଇଛି ବୋଲି ଶ୍ରୀମତି ଦାସ କହିଥିଲେ। ଏଭଳି ପ୍ରୟାସ ଦ୍ୱାରା ଛାତଛାତ୍ରୀମାନେ ନିଜ ଭିତରେ ଥିବା ଅଭିନବ ଚିନ୍ତାଧାରା, କଳାକୌଶଳକୁ ପ୍ରସ୍ଫୁଟିତ କରିପାରିବେ ବୋଲି ସେ କହିଥିଲେ। ପ୍ରତିବର୍ଷ ଏଭଳି ବିଜିନେସ୍ ମେଳା ଆୟୋଜିତ ହେଲେ ଭବିଷ୍ୟତରେ ଛାତ୍ରଛାତ୍ରୀମାନେ ବହୁ ଉପକୃତ ହୋଇପାରିବେ ବୋଲି ଶ୍ରୀମତି ଦାସ କହିଥିଲେ।   

ଏହି ଅବସରରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଯୋଗ ଦେଇ ଏଭଳି ବିଜିନେସ ମେଳା ଦ୍ୱାରା ଛାତ୍ରଛାତ୍ରୀମାନେ ମାର୍କେଟିଂ ଦିଗ ପ୍ରତି ଆକୃଷ୍ଟ ହେବେ ବୋଲି କହିଥିଲେ। ଏହା ଦ୍ୱାରା ଛାତ୍ରଛାତ୍ରୀମାନେ ମାର୍କେଟିଂର ସମସ୍ତ ଜ୍ଞାନ କୌଶଳ ଆହରଣ କରିପାରିବେ ବୋଲି କୁଳପତି ଆଶାବ୍ୟକ୍ତ କରିଥିଲେ।

ସୋଆ ଉପକୁଳପତି ପ୍ରଫେସର ଅନୁପ କୁମାର ସାମନ୍ତରାୟ , ଆଇବିସିଏସ୍‌ର ଡିନ୍ ପ୍ରଫେସର (ଡ.) ଅୟସକାନ୍ତ  ମହାନ୍ତି ଓ ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ଓ ଆଇବିସିଏସ୍‌ର ଆସୋସିଏଟ୍ ଡିନ୍ ପ୍ରଫେସର ମନୋରଂଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ବିଜିନେସ୍ ମେଳାରେ ବିଭିନ୍ନ ପ୍ରକାର ଖାଦ୍ୟ, ମେଡିକାଲ, ହସ୍ତତନ୍ତ, ମହିଳା ପ୍ରସାଧାନ, ଅଟୋମୋବାଇଲ୍‌ସ ଭଳି ୬୩ଟି ଷ୍ଟଲର୍ ଆୟୋଜନ କରାଯାଇଥିବାବଳେ ଏହି ଷ୍ଟଲ୍‌ଗୁଡିକୁ  ଶ୍ରୀମତି ଦାସ ବୁଲି ଦେଖିବା ସହ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।

ଏହି ବିଜିନେସ ମେଳାକୁ ଆଇବିସିଏସ୍‌ର ଆସୋସିଏଟ୍ ପ୍ରଫେସର (ଡକ୍ଟର) ସରଜୁ ପ୍ରସାଦ ଓ ଆସିଷ୍ଟାଂଟ ପ୍ରଫେସର (ଡକ୍ଟର) ନେହା ଗୁପ୍ତା ପରିଚାଳନା କରିଥିଲେ।

ବିଜିନେସ୍ ମେଳା ମାର୍କ-ଆଇଟି ଶିକ୍ଷା ଓ ଅନୁସନ୍ଧାନ ସୋଆ ଆଇବିସିଏସ୍
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରକାଶ ପାଇଲା ୨୦୨୬ ଆଇପିଏଲ ର କାର୍ଯ୍ୟସୂଚୀ: ପ୍ରଥମ ଦିନରେ RCB ବିରୋଧରେ ଖେଳିବ ଏହି ଦଳ

March 11, 2026

ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ବଡ଼ ଘୋଷଣା: ୮୧ ଦିନ ପାଇଁ କରିବେ ଉତ୍ତର ପ୍ରଦେଶ ପରିକ୍ରମା

March 11, 2026

ପଦ୍ମ ଧରିଲେ ରବୀନ୍ଦ୍ର ଜେନା: ଗତକାଲି ବିଜେଡ଼ି ରୁ ଦେଇଥିଲେ ଇସ୍ତଫା

March 11, 2026

ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଖାରଜ: ବାଚନିକ ଭୋଟରେ ହେଲା ନିଷ୍ପତ୍ତି

March 11, 2026
Latest News

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026

ପ୍ରକାଶ ପାଇଲା ୨୦୨୬ ଆଇପିଏଲ ର କାର୍ଯ୍ୟସୂଚୀ: ପ୍ରଥମ ଦିନରେ RCB ବିରୋଧରେ ଖେଳିବ ଏହି ଦଳ

March 11, 2026

ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ବଡ଼ ଘୋଷଣା: ୮୧ ଦିନ ପାଇଁ କରିବେ ଉତ୍ତର ପ୍ରଦେଶ ପରିକ୍ରମା

March 11, 2026

କଂଗ୍ରେସକୁ ବାହୁଡ଼ିଲେ ନିମାପଡାର ବରିଷ୍ଠ ନେତା ସତ୍ୟବ୍ରତ ପାତ୍ର

March 11, 2026

ପଦ୍ମ ଧରିଲେ ରବୀନ୍ଦ୍ର ଜେନା: ଗତକାଲି ବିଜେଡ଼ି ରୁ ଦେଇଥିଲେ ଇସ୍ତଫା

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.