Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶାରେ କେତୋଟି ଆକାଶବାଣୀ କେନ୍ଦ୍ର କାର୍ଯ୍ୟ କରୁଛି?: ସଂସଦରେ ଉତ୍ତର ଦେଲେ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ
ଆଜିର ଖବର

ଓଡ଼ିଶାରେ କେତୋଟି ଆକାଶବାଣୀ କେନ୍ଦ୍ର କାର୍ଯ୍ୟ କରୁଛି?: ସଂସଦରେ ଉତ୍ତର ଦେଲେ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ

March 13, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସୂଚନା ଏବଂ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ
ଓଡ଼ିଶାରେ କେତୋଟି ଆକାଶବାଣୀ କେନ୍ଦ୍ର କାର୍ଯ୍ୟ କରୁଛି?: ସଂସଦରେ ଉତ୍ତର ଦେଲେ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ

ନୂଆଦିଲ୍ଲୀ: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପ୍ରସାର ଭାରତୀ ଓଡ଼ିଶାରେ ବ୍ୟାପକ ରେଡିଓ ଏବଂ ଟେଲିଭିଜନ ପ୍ରସାରଣ ସେବା ଜାରି ରଖିଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଏଲ. ମୁରୁଗନ ଆଜି ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି, ଓଡ଼ିଶାରେ ଆକାଶବାଣୀର ୨୮ଟି ପ୍ରସାରଣ କେନ୍ଦ୍ର କାର୍ଯ୍ୟକ୍ଷମ ରହିଛି। ଏଥିମଧ୍ୟରୁ ୧୨ଟି କେନ୍ଦ୍ର ଆକାଂକ୍ଷୀ ଜିଲ୍ଲାଗୁଡ଼ିକରେ ଅବସ୍ଥିତ। ଡିଡି ଓଡ଼ିଆ ହେଉଛି ଓଡ଼ିଶା ପାଇଁ ଏକ ୨୪ ଘଣ୍ଟିଆ ସମର୍ପିତ ଟିଭି ଚ୍ୟାନେଲ। ଦୂରଦର୍ଶନ ଡିଡି ଫ୍ରି ଡିଶ୍ ମାଧ୍ୟମରେ ଫ୍ରି-ଟୁ-ଏୟାର ଡାଇରେକ୍ଟ-ଟୁ-ହୋମ୍ (ଡିଟିଏଚ) ସେବା ପ୍ରଦାନ କରିଥାଏ। ଏହାର ସିଗନାଲ ଓଡ଼ିଶାର ଆକାଂକ୍ଷୀ ଜିଲ୍ଲାଗୁଡ଼ିକ ସମେତ ଦେଶର ଯେକୌଣସି ସ୍ଥାନରେ ମିଳିପାରିବ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।

କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ର ମନ୍ତ୍ରୀ ଆହୁରି କହିଛନ୍ତି, ଦେଶରେ ଦୂରଦର୍ଶନ ଏବଂ ଆକାଶବାଣୀର ପ୍ରସାରଣ ଭିତ୍ତିଭୂମିର ଉନ୍ନତିକରଣ ଓ ଆଧୁନିକୀକରଣ ଲାଗି ବ୍ରଡକାଷ୍ଟିଂ ଇନଫ୍ରାଷ୍ଟ୍ରକ୍ଚର ଏଣ୍ଡ ନେଟୱର୍କ ଡେଭଲପମେଣ୍ଟ (ବିଆଇଏନଡି) ନାମକ କେନ୍ଦ୍ରୀୟ କ୍ଷେତ୍ର ଯୋଜନା କାର୍ଯ୍ୟକାରୀ କରାଯାଇଛି। ଏହି ଯୋଜନା ଓଡ଼ିଶାର ଆକାଂକ୍ଷୀ ଜିଲ୍ଲା ସମେତ ସାରା ଦେଶରେ କାର୍ଯ୍ୟକାରୀ ହେଉଛି। ବିଆଇଏନଡି ଯୋଜନାରେ ଓଡ଼ିଶାରେ ମୋଟ୍‌ ୬ଟି ଏଫଏମ୍‌ ଟ୍ରାନ୍ସମିଟର ସ୍ଥାପନକୁ ମଞ୍ଜୁରି ମିଳିଛି। ଏଥିମଧ୍ୟରୁ ଗୋଟିଏ ଆକାଂକ୍ଷୀ ଜିଲ୍ଲା କଳାହାଣ୍ଡି ପାଇଁ ମଞ୍ଜୁର କରାଯାଇଛି।

ଡକ୍ଟର ଏଲ. ମୁରୁଗନଙ୍କ ସୂଚନା ମୁତାବକ, ପ୍ରସାର ଭାରତୀ ୨୦୨୪ରେ ନିଜର ଓଟିଟି ପ୍ଲାଟଫର୍ମ “ୱେଭ୍ସ”ର ମଧ୍ୟ ଶୁଭାରମ୍ଭ କରିଥିଲା। ଏହା ଏକ ବହୁମୁଖୀ ଡିଜିଟାଲ ଷ୍ଟ୍ରିମିଂ ଏଗ୍ରିଗେଟର ପ୍ଲାଟଫର୍ମ ଯାହା ଇନଫୋଟେନମେଣ୍ଟ କାର୍ଯ୍ୟକ୍ରମ ପ୍ରସାରଣ କରିଥାଏ। ଏହା ସୂଚନା, ଶିକ୍ଷା ଏବଂ ସଂସ୍କୃତିର ବାର୍ତ୍ତାକୁ ସମସ୍ତଙ୍କ ପାଇଁ ସହଜରେ ଉପଲବ୍ଧ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଦୂରଦର୍ଶନ ଏବଂ ଆକାଶବାଣୀ ନେଟୱର୍କର ବିଭିନ୍ନ ଚ୍ୟାନେଲଗୁଡ଼ିକ ମଧ୍ୟ ୱେଭ୍ସ ସହ ଯୋଡ଼ି ହୋଇଛି। ଏହାବ୍ୟତୀତ, ଶ୍ରୋତାମାନେ ମୋବାଇଲ୍ ଫୋନରେ ‘‘ନ୍ୟୁଜ୍‌ ଅନ୍‌ ଏଆଇଆର’’ ଆପ୍ ମାଧ୍ୟମରେ ୨୬୦ରୁ ଅଧିକ ଆକାଶବାଣୀ ଚ୍ୟାନେଲ ମଧ୍ୟ ଶୁଣିପାରିବେ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।

ଆକାଂକ୍ଷୀ ଜିଲ୍ଲା ଆକାଶବାଣୀ କେନ୍ଦ୍ର ଓଡିଶା କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଏଲ. ମୁରୁଗନ ସଂସଦ
Share. Facebook Twitter LinkedIn Email WhatsApp Copy Link

Related Posts

ରବିନ୍ଦ୍ର ଜେନାଙ୍କୁ ନେଇ ବାଲେଶ୍ବର ରାଜନୀତି ତାତିଲା, ବିଜେପି ଛାଡିଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ

March 13, 2026

ଭାରତର ଦୀର୍ଘକାଳୀନ ଇନ୍ଧନ ରଣନୀତି: ସାମ୍ପ୍ରତିକ ସଂକଟ ମୁକାବିଲାରେ ହୋଇଛି ସହାୟକ

March 13, 2026

ଭୁବନେଶ୍ବରରେ ଆସୋଚାମ୍ ଇଣ୍ଡିଆ ମାଇନ୍ସ ଆଣ୍ଡ ମିନେରାଲ୍ସ କନକ୍ଲେଭ୍ ୨୦୨୬ ଆରମ୍ଭ

March 13, 2026

ପାକିସ୍ତାନୀ ସ୍ପିନରଙ୍କୁ ଦଳରେ ସାମିଲ କଲା ସନରାଇଜର୍ସ: କଡା ବିରୋଧ କଲେ ଅନିରୁଦ୍ଧାଚାର୍ଯ୍ୟ

March 13, 2026
Latest News

ଓଡ଼ିଶାରେ କେତୋଟି ଆକାଶବାଣୀ କେନ୍ଦ୍ର କାର୍ଯ୍ୟ କରୁଛି?: ସଂସଦରେ ଉତ୍ତର ଦେଲେ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ

March 13, 2026

ରବିନ୍ଦ୍ର ଜେନାଙ୍କୁ ନେଇ ବାଲେଶ୍ବର ରାଜନୀତି ତାତିଲା, ବିଜେପି ଛାଡିଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ

March 13, 2026

ଭାରତର ଦୀର୍ଘକାଳୀନ ଇନ୍ଧନ ରଣନୀତି: ସାମ୍ପ୍ରତିକ ସଂକଟ ମୁକାବିଲାରେ ହୋଇଛି ସହାୟକ

March 13, 2026

ଭୁବନେଶ୍ବରରେ ଆସୋଚାମ୍ ଇଣ୍ଡିଆ ମାଇନ୍ସ ଆଣ୍ଡ ମିନେରାଲ୍ସ କନକ୍ଲେଭ୍ ୨୦୨୬ ଆରମ୍ଭ

March 13, 2026

ପାକିସ୍ତାନୀ ସ୍ପିନରଙ୍କୁ ଦଳରେ ସାମିଲ କଲା ସନରାଇଜର୍ସ: କଡା ବିରୋଧ କଲେ ଅନିରୁଦ୍ଧାଚାର୍ଯ୍ୟ

March 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.