Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶା ଓମେନ୍ ଇନ୍ ମିଡିଆର ବୃତ୍ତିଗତ ଦାୟିତ୍ୱ ଓ ବ୍ୟକ୍ତିଗତ ସୁଖର ସନ୍ତୁଳନ ଉପରେ ଆଲୋଚନା
ଆଜିର ଖବର

ଓଡ଼ିଶା ଓମେନ୍ ଇନ୍ ମିଡିଆର ବୃତ୍ତିଗତ ଦାୟିତ୍ୱ ଓ ବ୍ୟକ୍ତିଗତ ସୁଖର ସନ୍ତୁଳନ ଉପରେ ଆଲୋଚନା

March 16, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଡ଼ିଶା ଓମେନ୍ ଇନ୍ ମିଡିଆର ବୃତ୍ତିଗତ ଦାୟିତ୍ୱ ଓ ବ୍ୟକ୍ତିଗତ ସୁଖର ସନ୍ତୁଳନ ଉପରେ ଆଲୋଚନା
ଓଡ଼ିଶା ଓମେନ୍ ଇନ୍ ମିଡିଆର ବୃତ୍ତିଗତ ଦାୟିତ୍ୱ ଓ ବ୍ୟକ୍ତିଗତ ସୁଖର ସନ୍ତୁଳନ ଉପରେ ଆଲୋଚନା

ଭୁବନେଶ୍ୱର: ଓଡ଼ିଶାର ଗଣମାଧ୍ୟମ ଏବଂ ତତସମ୍ପର୍କିତ କ୍ଷେତ୍ରରେ କାର୍ଯ୍ୟରତ ମହିଳା ପେଶାଜୀବୀମାନଙ୍କର ମଞ୍ଚ ଓଡ଼ିଶା ଓମେନ୍ ଇନ୍ ମିଡିଆ (OWM) ର ୩ୟ ପ୍ରତିଷ୍ଠା ଦିବସ ରବିବାର ପାଳିତ ହୋଇଯାଇଛି। ଏହି ଅବସରରେ ସାମିଲ ହୋଇଥିବା ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ଅତିଥିମାନେ ସୁଖୀ ଜୀବନ ଲାଭ କରିବାର ଉପାୟ ବିଷୟରେ ସେମାନଙ୍କ ମତାମତ ରଖିଥିଲେ ଏବଂ ବୃତ୍ତିଗତ ଦାୟିତ୍ୱ ସହ ବ୍ୟକ୍ତିଗତ ସୁସ୍ଥତା ମଧ୍ୟରେ ସନ୍ତୁଳନ ରଖିବା ପାଇଁ ଆତ୍ମଯତ୍ନ (Self-care)ର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।

ବରିଷ୍ଠ ସାମ୍ବାଦିକ ପାମେଲା ଫିଲିପୋଜ୍ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ। କୌଣସି କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ପାଇଁ ସ୍ୱୀକୃତି ଓ ପ୍ରଶଂସା କେତେ ଗୁରୁତ୍ୱପୂର୍ଣ୍ଣ ତାହାର ବିଶ୍ଳେଷଣ କରି ସେ ନ୍ୟୁଜରୁମରେ ତାଙ୍କର ଦଶକ ଦୀର୍ଘ ଅନୁଭବ କଥା କହିଥିଲେ। “ସେତେବେଳେ ମହିଳାମାନଙ୍କ ପାଇଁ ସୁବିଧା କମ୍ ଥିଲେ ମଧ୍ୟ ଆମର କାର୍ଯ୍ୟପରିବେଶ ସହଯୋଗମୂଳକ ଥିଲା। ଏଠାରେ ମହିଳା ସାମ୍ବାଦିକମାନଙ୍କର ଶକ୍ତିଶାଳୀ ନେଟୱର୍କ ଦେଖି ମୁଁ ଖୁସି। ସେମାନେ ପରସ୍ପର ସହ ଦୃଢ଼ ଭାବରେ ବାନ୍ଧି ହୋଇ ରହୁଛନ୍ତି। OWM ବହୁତ ପ୍ରଭାଵଶାଳୀ ଏବଂ ଏହା ମୋତେ ଆନନ୍ଦିତ କରିଛି,” ବୋଲି ସେ କହିଥିଲେ।

ସେ ମହିଳାମାନଙ୍କୁ ସାମ୍ବାଦିକତାରେ ଉତ୍ସାହ ସହ କାମ କରିବାକୁ ପ୍ରେରଣା ଦେଇ କହିଥିଲେ, “ଯୋଗାଯୋଗ ମାଧ୍ୟମରେ ଜୀବିକା ଅର୍ଜନ କରିବା ନିଶ୍ଚୟ ଭାବରେ ଏକ ନିଆରା ଅନୁଭବ।”

ବେଦାନ୍ତ ଏଲୁମିନିଅମର CSR ମୁଖ୍ୟ ହରମିତ ସେହରା ସମ୍ମାନୀତ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ସୁଖ ଏକ ପସନ୍ଦ ଓ ମାନସିକତା । “ଆମେ ନିଜେ ଆମ ନିୟମ ନିଜେ ଲେଖିପାରୁ,” ବୋଲି ସେ କହିଥିଲେ।

ସେ ଆହୁରି କହିଥିଲେ ଯେ, “ପେଶାଦାର ଜୀବନରେ ମହିଳାମାନେ ପରସ୍ପର ସହ କାନ୍ଧରେ କାନ୍ଧ ମିଲାଇ କାମ କଲେ ଏବଂ ପରସ୍ପରକୁ ସଶକ୍ତ କଲେ ତାହାରେ ସେମାନେ ଅଧିକ ଉନ୍ନତି କରନ୍ତି। ଅନେକ ମହିଳା ନିଜ ସାମର୍ଥ୍ୟ ବା ଶକ୍ତି କୁ ବୁଝିପାରୁନାହାନ୍ତି। ନମ୍ରତାକୁ ଗ୍ରହଣ କରନ୍ତୁ, କିନ୍ତୁ ତାହା ସହିତ ଆତ୍ମବିଶ୍ୱାସ ସଂଯୁକ୍ତ ରଖନ୍ତୁ। ଶୃଙ୍ଖଳା ଆପଣଙ୍କ ପାଖରେ ଅଛି, ଏବେ ସେଥିରେ ନିୟମିତତା ଯୋଡ଼ନ୍ତୁ। ଏବଂ ସବୁଠାରୁ ବଡ କଥା ହେଉଛି ବିଶ୍ୱାସର ସହ ଆଗକୁ ବଢ଼ିବାର ସାହସ ରଖନ୍ତୁ।”

ଏହି ଅବସରରେ ପ୍ରଥମ OWM ଲାଇଫଟାଇମ୍ ଏଚିଭମେଣ୍ଟ ଆୱାର୍ଡରେ ସମ୍ମାନିତ ହୋଇଥିବା ବରିଷ୍ଠ ସାମ୍ବାଦିକା ଶାନ୍ତି ମିଶ୍ର ଡେସ୍କ କାମର ଚାହିଦା ବିଷୟରେ କହିଥିଲେ, ଯେଉଁଥି ପାଇଁ ସଦା ମାନସିକ ପ୍ରସ୍ତୁତି ଆବଶ୍ୟକ ବୋଲି କହିଥିଲେ । “ସାମ୍ବାଦିକମାନେ ସହକର୍ମୀ ଓ ପାଠକମାନଙ୍କର ପ୍ରଶଂସା ଓ ସ୍ୱୀକୃତିରୁ ବହୁତ ଆନନ୍ଦ ପାଆନ୍ତି। ବହୁ ସମସ୍ୟା ସମ୍ମୁଖୀନ ହୋଇ ଏବଂ ସେଗୁଡ଼ିକୁ ଅତିକ୍ରମ କରି ଆଜି ସେମାନେ ଏ ସୋପାନରେ ପହଂଚିପାରିଛନ୍ତି ,” ବୋଲି ସେ କହିଥିଲେ।

ଏହା ପରେ ବହୁପ୍ରତୀକ୍ଷିତ ପୁରସ୍କାର ବିତରଣ ଅନୁଷ୍ଠିତ ହେବା ସହ ଓ OWMର ବାର୍ଷିକ ପତ୍ରିକା ‘ଆରୋହୀ’ର ଉନ୍ମୋଚନ କରାଯାଇଥିଲା। ଓଡ଼ିଶା ରିପୋର୍ଟରର ସ୍ୱାତି ଜେନା ଏବଂ ଓଡ଼ିଆ ଦୈନିକ ସମ୍ବାଦର ଗାର୍ଗୀ ସତପଥୀଙ୍କୁ ୨୦୨୬ ମସିହାର OWM ଏକ୍ସେଲେନ୍ସ ଆୱାର୍ଡ ରେ ସମ୍ମାନିତ କରାଯାଇଥିଲା।

ଉଦଯାପନୀ ଅଧିବେଶନରେ ଇନ୍ଷ୍ଟିଟ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଏଣ୍ଡ ସମ୍ ହସ୍ପିଟାଲ୍ର ଅତିରିକ୍ତ ମେଡିକାଲ୍ ସୁପରିଣ୍ଟେଣ୍ଡେଣ୍ଟ ଡା. ତପସୀ ପତିଙ୍କ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ. ଏହି ଅଧିବେଶନରେ ମହିଳାମାନଙ୍କର ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ, ଆରାମର ଗୁରୁତ୍ୱ ଏବଂ ସମୟ ସମୟରେ ସୋସିଆଲ୍ ମିଡିଆରୁ

ବିରତି ନେବାର ଲାଭ ବିଷୟରେ ଆଲୋଚନା କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୦୦ ଜଣ ମହିଳା ସାମ୍ବାଦିକ ଏବଂ ଲୋକସମ୍ପର୍କ ପେଶାଜୀବୀ ଉପସ୍ଥିତ ଥିଲେ.

ଓଡ଼ିଶା ଉମେନ୍ ଇନ୍ ମିଡିଆ ବୃତ୍ତିଗତ ଦାୟିତ୍ୱ ବ୍ୟକ୍ତିଗତ ସୁଖ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ଲଳିତ କଳା ଏକାଡେମୀର ୬୬ତମ ପ୍ରତିଷ୍ଠା ଦିବସ ପାଳିତ

March 16, 2026

ସାଂସଦ ନିଶୁଳ୍କ ସ୍ବାସ୍ଥ୍ୟ ଶିବିରକୁ ଉଦ୍ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ

March 16, 2026

ପୋଲିସ ଡିଜି ଙ୍କ ଉପସ୍ଥିତିରେ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କଲେ ୧୧ ମାଓବାଦୀ

March 16, 2026

ଆଜି ୧୬ ତାରିଖ ସୋମବାରରେ ସାତୋଟି ରାଶିର ବ୍ୟକ୍ତିମାନେ ସ୍ବାସ୍ଥ୍ୟ ପ୍ରତି ରୁହନ୍ତୁ ସାବଧାନ

March 16, 2026
Latest News

ଓଡ଼ିଶା ଓମେନ୍ ଇନ୍ ମିଡିଆର ବୃତ୍ତିଗତ ଦାୟିତ୍ୱ ଓ ବ୍ୟକ୍ତିଗତ ସୁଖର ସନ୍ତୁଳନ ଉପରେ ଆଲୋଚନା

March 16, 2026

ମମତା ବାନାର୍ଜୀ ବିଜୟର ହ୍ୟାଟ୍ରିକ୍ ମାରିବେ, ନା ପ୍ରଥମ ଥର ପାଇଁ ପଦ୍ମ ଫୁଟିବ?: ଜାଣନ୍ତୁ ସର୍ଭେ

March 16, 2026

ଓଡ଼ିଶା ଲଳିତ କଳା ଏକାଡେମୀର ୬୬ତମ ପ୍ରତିଷ୍ଠା ଦିବସ ପାଳିତ

March 16, 2026

ସାଂସଦ ନିଶୁଳ୍କ ସ୍ବାସ୍ଥ୍ୟ ଶିବିରକୁ ଉଦ୍ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ

March 16, 2026

ପୋଲିସ ଡିଜି ଙ୍କ ଉପସ୍ଥିତିରେ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କଲେ ୧୧ ମାଓବାଦୀ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.