ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଚନ୍ଦକାଠାରେ ସାଂସଦ ନିଶୁଳ୍କ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଗ୍ରାମବାସୀମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ସେମାନଙ୍କୁ ଆବଶ୍ୟକ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି। ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହି ସାଂସଦ ନିଶୁଳ୍କ ସ୍ବାସ୍ଥ୍ୟ ଶିବିରକୁ ଉଦ୍ଘାଟନ କରିଛନ୍ତି। ଗ୍ରାମାଞ୍ଚଳର ଲୋକମାନେ ଘର ନିକଟରେ ମାଗଣାରେ ସ୍ୱାସ୍ଥ୍ୟ ସେବା ପାଇବା ପାଇଁ ପ୍ରତିମାସ ତୃତୀୟ ରବିବାର ଦିନ ଏହି ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯିବାର ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି।
ଏହି ସ୍ବାସ୍ଥ୍ୟ ଶିବିରରେ ଚର୍ମରୋଗ, ଶିଶୁ ରୋଗ, ସ୍ତ୍ରୀ ରୋଗ, ଦନ୍ତ, ଚକ୍ଷୁ ରୋଗର ଚିକିତ୍ସା କରାଯାଇଛି। ପ୍ରାୟ ପାଞ୍ଚ ଶହ ରୁ ଅଧିକ ଲୋକଙ୍କୁ ଚିକିତ୍ସା କରାଯାଇ ମାଗଣା ଔଷଧ ଯୋଗାଇ ଦିଆଯାଇଛି। ଏହି ଶିବିର ଏମ୍ସ ଓ କ୍ୟାପିଟାଲ ହସ୍ପିଟାଲର ସହଯୋଗରେ ଅନୁଷ୍ଠିତ ହୋଇଛି।


