ହାଇକୋର୍ଟଙ୍କ ନିର୍ଦ୍ଦେଶ ଅବମାନନା : ଝାରସୁଗୁଡା ଜିଲ୍ଲାପାଳ ନିଲମ୍ବିତ

Published: Aug 14, 2019, 11:33 am IST

ଝାରସୁଗୁଡାର ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନଙ୍କୁ ଆଜି ନିଲମ୍ବନ କରାଯାଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅବମାନନା କାରଣରୁ ଏହି ନିଲମ୍ବନ କରାଯାଇଥିବା ଜଣାପଡିଛି। ଏକ ଅବକାରୀ ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର କରିଥିଲେ ଜିଲ୍ଲାପାଳ। ଜଷ୍ଟିସ୍‌ କେ ଏସ୍‌ ଜାଭେରୀ ଏବଂ କେ ଆର ମହାପାତ୍ରଙ୍କ ଖଣ୍ଡପୀଠ ଏହି ନିଲମ୍ବନ ଆଦେଶ ଶୁଣାଇଥିଲେ। ପରବର୍ତ୍ତୀ ଶୁଣାଣି ଅଗଷ୍ଟ 27 ତାରିଖରେ ରହିଥିବା ବେଳେ ଉପ ଜିଲ୍ଳାପାଳ ପ୍ରଦୀପ ସାହୁଙ୍କୁ ଦାୟିତ୍ବ ଗ୍ରହଣ ପାଇଁ ନିର୍ଦ୍ଦେଶ ପ୍ରଦାନ କରାଯାଇଛି।

Related posts