ଜଳ ସଂକଟ ପାଇଁ ୧୫୦ ପିଲାଙ୍କ କେଶ କାଟିଲେ ବିଦ୍ୟାଳୟ ଅଧ୍ୟକ୍ଷ

Published: Aug 14, 2019, 1:01 pm IST

ତେଲେଙ୍ଗାନାର ମେଡକର ଏକ ଆଦିବାସୀ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଛି । ଏହି ବିଦ୍ୟାଳୟର ୧୫୦ ଛାତ୍ରୀଙ୍କ କେଶ କାଟିବା ଘଟଣା ସାମ୍ନାକୁ ଆସିଛି । ଆଦିବାସୀ ବିଦ୍ୟାଳୟର ହଷ୍ଟେଲରେ ପାଣିର ଘୋର ଅଭାବ ପାଇଁ ଛାତ୍ରୀଙ୍କର କେଶ କଟାଯାଇଥିବାର ଅଭିଯୋଗ ହୋଇଛି । ଏହି ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷ ଅରୁଣା ଜବରଦସ୍ତି ୧୫୦ଜଣ ଛାତ୍ରୀଙ୍କ କେଶ କାଟିଛନ୍ତି ବୋଲି ଅଭିଯୋଗ ହୋଇଛି । ଏହାପରେ ଏହି ବିଦ୍ୟାଳୟର ଅଧ୍ୟକ୍ଷଙ୍କ ପ୍ରତି ବିରୋଧ ପ୍ରଦର୍ଶନ କରାଯାଇଛି । ତେବେ ଏହି ଅଭିଯୋଗ ଉପରେ ଅଧ୍ୟକ୍ଷ ଜଣକ ଖାରଜ କରିବା ସହିତ ସଫାସୁତୁରା ପାଇଁ କେଶ କାଟିଥିବାର କହିଛନ୍ତି । କିଛି ଛାତ୍ରୀଙ୍କ ମୁଣ୍ଡରେ ଉକୁଣି ତଥା ଚର୍ମ ସଂକ୍ରମଣ ହୋଇଥିବାରୁ ଏଭଳି କରିଛନ୍ତି ବୋଲି ଅଧ୍ୟକ୍ଷ ଜଣକ କହିଛନ୍ତ । ଏହି ଘଟଣାକୁ ନେଇ  ଅଭିଭାବକଙ୍କ ଅଭିଯୋଗ ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଘଟଣାର ଯାଞ୍ଚ୍‌ ପାଇଁ ଏକ କମିଟି ଗଠନ କରାଯାଇଛି।

Related posts