Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟ ବନ୍ୟପ୍ରାଣୀ ପରିଷଦର ସ୍ଥାୟୀ କମିଟି ବୈଠକ ଅନୁଷ୍ଠିତ
ଆଜିର ଖବର

ରାଜ୍ୟ ବନ୍ୟପ୍ରାଣୀ ପରିଷଦର ସ୍ଥାୟୀ କମିଟି ବୈଠକ ଅନୁଷ୍ଠିତ

March 21, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Minister Ganesh Ram Singh khuntia chairs Odisha Wildlife Committee meeting
Minister Ganesh Ram Singh khuntia chairs Odisha Wildlife Committee meeting

ଭୁବନେଶ୍ଵର: ରାଜ୍ୟରେ ବନ୍ୟପ୍ରାଣୀଙ୍କ ସଂରକ୍ଷଣ ଏବଂ ଏହି କ୍ଷେତ୍ରରେ ଉପୁଜିଥିବା ବିଭିନ୍ନ ସମସ୍ୟାର ସମୟୋପଯୋଗୀ ସମାଧାନ ପାଇଁ ରାଜ୍ୟ ବନ୍ୟପ୍ରାଣୀ ପରିଷଦର ସ୍ଥାୟୀ କମିଟିର ୧୨ତମ ବୈଠକ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର କନଫରେନ୍ସ ହଲ୍ଠାରେ ଅନୁଷ୍ଠିତ ହୋଇଯାଇଛି। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଏବଂ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆଙ୍କ ଅଧ୍ୟକ୍ଷତାରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ସମ୍ପନ୍ନ ହୋଇଛି। ବନ୍ୟଜନ୍ତୁ ସଂଶୋଧନ ଅଧିନିୟମ (ସୁରକ୍ଷା) ୨୦୨୨ର ଧାରା-୬ (A) ଅନୁଯାୟୀ ଗଠିତ ଏହି କମିଟି ବନ୍ୟପ୍ରାଣୀଙ୍କ ସମୃଦ୍ଧି ଏବଂ ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ କାର୍ଯ୍ୟ କରୁଛି। ଏହି ବୈଠକରେ ସମୁଦାୟ ଛଅଟି ବିକାଶମୂଳକ ପ୍ରସ୍ତାବ କମିଟି ସମ୍ମୁଖରେ ଉପସ୍ଥାପିତ ହୋଇଥିଲା। ସେଥିମଧ୍ୟରୁ ତିନିଟି ପ୍ରସ୍ତାବ ଅନୁଗୁଳ ଏବଂ ମୟୂରଭଞ୍ଜ ଜିଲ୍ଲାରେ ପ୍ରସ୍ତାବିତ ମୁଖ୍ୟ ଜଳସେଚନ ପ୍ରକଳ୍ପ ସହିତ ଜଡ଼ିତ ଥିଲା।

ଏହି ଜଳସେଚନ ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ସ୍ଥାନୀୟ ଚାଷୀମାନେ ନିଶ୍ଚିତ ଜଳସେଚନ ସୁବିଧା ପାଇବା ସହ ଏହା ଗ୍ରାମୀଣ ଅଞ୍ଚଳର ସାମାଜିକ ଓ ଆର୍ଥିକ ବିକାଶରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ। ଏହାସହ ସାତକୋଶିଆ, ଶିମିଳିପାଳ ଏବଂ ଚନ୍ଦକା-ଡମପଡ଼ା ବନ୍ୟପ୍ରାଣୀ ଅଭୟାରଣ୍ୟ ଭିତରେ ଓ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ରହୁଥିବା ଗ୍ରାମବାସୀଙ୍କୁ ସୁରକ୍ଷିତ ପାନୀୟ ଜଳ ଯୋଗାଇବା ପାଇଁ ଅନ୍ୟ ତିନିଟି ପାନୀୟ ଜଳ ପ୍ରକଳ୍ପ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।

ବୈଠକ ଶେଷରେ, ବିସ୍ତୃତ ପର୍ଯ୍ୟାଲୋଚନା ପରେ କମିଟି ସମସ୍ତ ୬ଟି ଉନ୍ନୟନମୂଳକ ପ୍ରକଳ୍ପକୁ ସୁପାରିଶ କରିଛି। ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ବନ୍ୟପ୍ରାଣୀ ପରିଷଦର ଅଧ୍ୟକ୍ଷଙ୍କ ଅନୁମୋଦନ କ୍ରମେ ଏହି ପ୍ରସ୍ତାବଗୁଡ଼ିକୁ କେନ୍ଦ୍ର ସରକାରଙ୍କ କେନ୍ଦ୍ରୀୟ ବନ୍ୟପ୍ରାଣୀ ପରିଷଦ ନିକଟକୁ ଚୂଡ଼ାନ୍ତ ମଞ୍ଜୁରୀ ପାଇଁ ପ୍ରେରଣ କରାଯିବ। ଏହି ପଦକ୍ଷେପ ଦ୍ୱାରା ରାଜ୍ୟର ଜଙ୍ଗଲ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ସହିତ ସ୍ଥାନୀୟ ଜନସାଧାରଣଙ୍କ ମୌଳିକ ଆବଶ୍ୟକତା ପୂରଣ ହୋଇପାରିବ।

ଏହି ବୈଠକରେ ବିଧାୟକ (ଭଟଲି) ଇରାଶିଷ ଆଚାର୍ଯ୍ୟ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ପ୍ରମୁଖ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମା, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ବନ ବାହିନୀ ମୁଖ୍ୟ ଡକ୍ଟର କେ. ମୁରୁଗେସନ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ଏବଂ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ପ୍ରେମ କୁମାର ଝାଙ୍କ ସମେତ ପରିଷଦର ଅନ୍ୟାନ୍ୟ କମିଟି ସଦସ୍ୟମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ଗଣେଶ ରାମ ସିଂ ଖୁଣ୍ଟିଆ ରାଜ୍ୟ ବନ୍ୟପ୍ରାଣୀ ପରିଷଦ ସ୍ଥାୟୀ କମିଟି ବୈଠକ
Share. Facebook Twitter LinkedIn Email WhatsApp Copy Link

Related Posts

ଅଗ୍ନି ସୁରକ୍ଷା ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

March 21, 2026

ମହାପ୍ରଭୁ ଲିଙ୍ଗରାଜଙ୍କ ରଥଯାତ୍ରାର ସୁପରିଚାଳନା ନିମନ୍ତେ ସମନ୍ୱୟ ବୈଠକ

March 21, 2026

‘‘ବିକାଶ ଓ ଭାରତୀୟ ଜ୍ଞାନପ୍ରଣାଳୀ ଉପରେ ପୁନର୍ବିଚାର: ଏକ ସମାଜ ଶାସ୍ତ୍ରୀୟ ପ୍ରତିଫଳନ’’ ଶୀର୍ଷକ ଅର୍ନ୍ତଜାତୀୟ ସମ୍ମିଳନୀ

March 21, 2026

ଆଜି ମାର୍ଚ୍ଚ ୨୧ ଶନିବାରରେ ଏହି ରାଶିର ଭାଗ୍ୟରେ ଯାହା ଘଟିବ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

March 21, 2026
Latest News

ରାଜ୍ୟ ବନ୍ୟପ୍ରାଣୀ ପରିଷଦର ସ୍ଥାୟୀ କମିଟି ବୈଠକ ଅନୁଷ୍ଠିତ

March 21, 2026

ଅଗ୍ନି ସୁରକ୍ଷା ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

March 21, 2026

ମହାପ୍ରଭୁ ଲିଙ୍ଗରାଜଙ୍କ ରଥଯାତ୍ରାର ସୁପରିଚାଳନା ନିମନ୍ତେ ସମନ୍ୱୟ ବୈଠକ

March 21, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ବିକାଶ ଉପରେ ଆନ୍ତଃ-ମନ୍ତ୍ରାଳୟ ସାମ୍ବାଦିକ ସମ୍ମିଳନୀ

March 21, 2026

କୃଷି କ୍ଷେତ୍ରର ସମୀକ୍ଷା: ଫସଲ କ୍ଷତି ଓ ବୀମା ଦାବି ଉପରେ ଶିବରାଜ ସିଂହ ଚୌହାନଙ୍କ ଗୁରୁତ୍ୱ

March 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.