Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟବ୍ୟାପୀ ଆରମ୍ଭ ହେଲା ସଡ଼କ ସୁରକ୍ଷାକୁ ନେଇ ସ୍ୱତନ୍ତ୍ର ଅଭିଯାନ
ଆଜିର ଖବର

ରାଜ୍ୟବ୍ୟାପୀ ଆରମ୍ଭ ହେଲା ସଡ଼କ ସୁରକ୍ଷାକୁ ନେଇ ସ୍ୱତନ୍ତ୍ର ଅଭିଯାନ

March 22, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
Bibhuti Bhusan Jena
Odisha Launches Statewide Road Safety Drive

ଭୁବନେଶ୍ଵର: କଟକରୁ କୋରାପୁଟ, ବାଲେଶ୍ୱରରୁ ବରଗଡ଼। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟବ୍ୟାପୀ ଆରମ୍ଭ ହୋଇଛି ସଡ଼କ ସୁରକ୍ଷାକୁ ନେଇ ସ୍ୱତନ୍ତ୍ର ଅଭିଯାନ। ପ୍ରଥମ ଦିନରେ ସନ୍ଧ୍ୟା ୫ଟା ସୁଦ୍ଧା ମୋଟର ଯାନ ଆଇନ ଉଲ୍ଲଙ୍ଘନ ଯୋଗୁଁ ଉଲ୍ଳଂଘନକାରୀଙ୍କ ବିରୋଧରେ ଜାରି ହୋଇଛି ୧୭ ହଜାର ୮୩୧ ଟି ଇ-ଚାଲାଣ। ଏହିଁ ଚାଲାଣ ବାବଦରେ ୯ କୋଟି ୫୭ ଲକ୍ଷ ୫୯ହଜାର ୫୦୪ ଟଙ୍କାର ଜରିମାନା ଲାଗୁ କରାଯାଇଛି।

କେବଳ ଏତିକି ନୁହେଁ ସଡ଼କ ସୁରକ୍ଷା ନିୟମର ଗୁରୁତର ଉଲ୍ଲଙ୍ଘନ ଯୋଗୁଁ ୬୪ଟି ଗାଡ଼ିକୁ ଅଟକ ରଖାଯାଇଛି। ପ୍ରତିଦିନ ଉଭୟ ସକାଳେ ଓ ସନ୍ଧ୍ୟାରେ ଏଭଳି ଏନଫୋର୍ସମେଣ୍ଟ ଜାରି ରହିବ ବୋଲି ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମାର୍ଚ୍ଚ ୩୧ ଯାଏଁ ଏହି ସ୍ୱତନ୍ତ୍ର ଅଭିଯାନ ଚାଲିବ। ତେବେ କେବଳ ଏନଫୋର୍ସମେଣ୍ଟ ନୁହେଁ ଏହି ସମୟ ମଧ୍ୟରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ମଧ୍ୟ ହାତକୁ ନେଇଛନ୍ତି ଆରଟିଓମାନେ। ପ୍ରଥମ ଦିନରେ ବିଭିନ୍ନ ସ୍ଥାନରେ ଗାଡ଼ି ଚାଳକମାନଙ୍କ ସହ ସଡ଼କ ସୁରକ୍ଷାର ବିଭିନ୍ନ ଦିଗ ବିଷୟରେ ଆଲୋଚନା କରାଯାଇଛି। ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରି ଜନସାଧାରଣଙ୍କୁ ସଡ଼କ ସୁରକ୍ଷା ନିୟମ ପାଳନର ଆବଶ୍ୟକତା ସମ୍ପର୍କରେ ବୁଝାଯାଇଛି।

ସଡ଼କ ଦୁର୍ଘଟଣା ଓ ତଦଜନିତ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ଏହି ଅଭିଯାନ ଅଧୀନରେ ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀ (RTO) ଏବଂ ଅତିରିକ୍ତ RTO ମାନେ ଏଥିପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରିଛନ୍ତି।

ଏହି ଅଭିଯାନ ସମୟରେ ସଡ଼କ ଦୁର୍ଘଟଣାର ପ୍ରମୁଖ କାରଣ ଗୁଡ଼ିକ ରୋକିବା ଉପରେ ପ୍ରାଧାନ୍ୟ ଦିଆଯାଇଛି। ଯେପରିକି ଦ୍ରୁତଗତି, ମଦ୍ୟପାନ କରି ଡ୍ରାଇଭିଂ କରିବା, ବିନା ହେଲମେଟରେ ବାଇକ୍ ଚଳାଇବା, ଭୁଲ୍ ଦିଗରେ ଗାଡ଼ି ଚଳାଇବା, ଅବୈଧ ପାର୍କିଂ, ଗାଡ଼ି ଚଳାଇବା ବେଳେ ମୋବାଇଲ୍ ବ୍ୟବହାର ଏବଂ ଓଭରଲୋଡିଂ ଭଳି ନିୟମ ଉଲ୍ଲଙ୍ଘନ ପରି ମୋଟର ଯାନ ନିୟମ ଉଲ୍ଲଂଘନକରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

ଏଥିପାଇଁ ଦୁର୍ଘଟଣାପ୍ରବଣ ସ୍ଥାନ, ଜାତୀୟ ଓ ରାଜ୍ୟ ରାଜପଥ, ଖଣି ଓ ଶିଳ୍ପାଞ୍ଚଳ, ସହର ଓ ଗାଁର ମୁଖ୍ୟ ରାସ୍ତା, ପ୍ରମୁଖ ଛକ, ବଜାର ଅଞ୍ଚଳ ଏବଂ ବସ୍ ଷ୍ଟାଣ୍ଡ ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ଏନଫୋର୍ସମେଣ୍ଟ ଅଧିକ କରାଯାଉଛି। ଏହା ସହିତ ଖଣି ଏବଂ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଟିପ୍ପର, ଡମ୍ପର, ହାଇୱା ଏବଂ ଅନ୍ୟାନ୍ୟ ଭାରୀ ଯାନଗୁଡ଼ିକର ଡ୍ରାଇଭିଂ ଲାଇସେନ୍ସ, ଓଭରଲୋଡିଂ ଏବଂ ଅନ୍ୟାନ୍ୟ ଆଇନଗତ ନିୟମର ଅନୁପାଳନ ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଇଛି । ଏହି ଅଭିଯାନକୁ ପ୍ରଭାବଶାଳୀ ଭାବେ କାର୍ଯ୍ୟକାରୀ କରିବା ପାଇଁ ପରିବହନ ବିଭାଗ ସହ ଜିଲ୍ଲା ପ୍ରଶାସନ ଓ ପୋଲିସ ସାମିଲ ହୋଇ ମିଳିତ ଭାବେ ଏନଫୋର୍ସମେଣ୍ଟ କରାଯାଉଛି।

ଏନଫୋର୍ସମେଣ୍ଟ ସହିତ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଛି। ହେଲମେଟ୍, ସିଟବେଲ୍ଟ ସଚେତନତା, ଦ୍ରୁତଗତିର ଭୟାବହତା ଇତ୍ୟାଦି ସଂପର୍କରେ ସଡ଼କ ବ୍ୟବହାରକାରୀଙ୍କୁ ବୁଝାଯାଇଥିଲା।

ଭୁବନେଶ୍ୱରରେ ଦୂରଗାମୀ ବସ୍ ଚାଳକ ଓ କର୍ମଚାରୀଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସେହିଭଳି ଯାଜପୁରରେ ପରିବେଶ ସୁରକ୍ଷା ପାଇଁ ଯାନବାହନ ପ୍ରଦୂଷଣ ରୋକିବାକୁ ଏକ ଗୋଷ୍ଠୀ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଢେଙ୍କାନାଳରେ ନିୟମ ଉଲ୍ଲଙ୍ଘନକାରୀଙ୍କୁ ଚକୋଲେଟ୍, ଫୁଲ ଦେଇ ସଚେତନ କରାଯାଇଥିଲା। ଏହା ବ୍ୟତୀତ ରାଜ୍ୟର ବିଭିନ୍ନ ସ୍ଥାନରେ ଜନସାଧାରଙ୍କ ସହ ସଡ଼କ ସୁରକ୍ଷା ଆଲୋଚନା କାର୍ଯ୍ୟକ୍ରମ କରାଯାଇଛି।

ଏହସହ ରକ୍ତଦାନ ଶିବିର, ଚକ୍ଷୁ ପରୀକ୍ଷା ଶିବିର, ଚାଳକ ଓ ଯାତ୍ରୀଙ୍କ ପାଇଁ ସଡ଼କ ସୁରକ୍ଷା ପରାମର୍ଶ କାର୍ଯ୍ୟକ୍ରମ, ଗାଡ଼ି ମାଲିକ ସଂଘ ଓ ପରିବହନ ୟୁନିଅନ ସହିତ ଆଲୋଚନା ଏବଂ ଶିକ୍ଷାନୁଷ୍ଠାନ ତଥା ସାର୍ବଜନୀନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ପାଇଁ ନିଷ୍ପତ୍ତି ହୋଇଛି।

ସଡ଼କ ସୁରକ୍ଷାକୁ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଦେଇଥିବା ଆହ୍ୱାନ- ସୁରକ୍ଷିତ ଭାବରେ ଘରକୁ ଫେରନ୍ତୁ ବା କମ୍ ହୋମ୍ ସେଫ୍ ଆଧାରରେ ଏହି ଅଭିଯାନ କରାଯାଇଛି। ଏହି ଅବସରରେ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ସମସ୍ତ ସଡ଼କ ବ୍ୟବହାରକାରୀଙ୍କୁ ଟ୍ରାଫିକ ନିୟମ ପାଳନ କରିବାକୁ ଏବଂ ସମସ୍ତଙ୍କ ପାଇଁ ସଡ଼କକୁ ସୁରକ୍ଷିତ କରିବାରେ ସହଯୋଗ କରିବାକୁ ନିବେଦନ କରାଯାଇଛି। ସଡ଼କ ସୁରକ୍ଷା ଅଭିଯାନ ଏହ ସାମୂହିକ ଦାୟିତ୍ୱ। ଏହା ଜୀବନ ରକ୍ଷାର ଏକ ମହତ ଅଭିଯାନ। ତେଣୁ ନିୟମ ପାଳନ କରି ସୁରକ୍ଷିତ ଭାବରେ ଘରକୁ ଫେରିବାକୁ ସମସ୍ତେ ସହଯୋଗ କରିବାକୁ ଅନୁରୋଧ କରାଯାଇଛି।

Odisha Road Safety Drive ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା
Share. Facebook Twitter LinkedIn Email WhatsApp Copy Link

Related Posts

ମାଲକାନଗିରିରେ ଦକ୍ଷିଣ ଓଡ଼ିଶାର ପ୍ରଥମ ଜଳକ୍ରୀଡ଼ା ସୁବିଧା ଉଦଘାଟନ

March 22, 2026

ସଂସଦୀୟ କ୍ଷେତ୍ରର ବିକାଶ କାର୍ଯ୍ୟର ସମୀକ୍ଷା କଲେ ଭୁବନେଶ୍ବର ସାଂସଦ ଅପରାଜିତା

March 22, 2026

ଖୁବଶୀଘ୍ର ସ୍ଥାପନ ହେବ ଚିନି କଳ: ନୟାଗଡ଼ରେ ପହଞ୍ଚିଲା କେନ୍ଦ୍ରୀୟ ଟିମ୍

March 22, 2026

ଆଜି ମାର୍ଚ୍ଚ ୨୩ ତାରିଖ ରବିବାରରେ ଏହି ରାଶିଗୁଡିକ ମଧ୍ୟାହ୍ନରେ ପାଇବେ ଖୁସି ଖବର

March 22, 2026
Latest News

ରାଜ୍ୟବ୍ୟାପୀ ଆରମ୍ଭ ହେଲା ସଡ଼କ ସୁରକ୍ଷାକୁ ନେଇ ସ୍ୱତନ୍ତ୍ର ଅଭିଯାନ

March 22, 2026

ମାଲକାନଗିରିରେ ଦକ୍ଷିଣ ଓଡ଼ିଶାର ପ୍ରଥମ ଜଳକ୍ରୀଡ଼ା ସୁବିଧା ଉଦଘାଟନ

March 22, 2026

ପଶ୍ଚିମ ଏସିଆର ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ସମ୍ପର୍କରେ କେନ୍ଦ୍ର ସରକାର ନେଲେ ଏହି ସବୁ ପଦକ୍ଷେପ: ଜାଣନ୍ତୁ

March 22, 2026

ସଂସଦୀୟ କ୍ଷେତ୍ରର ବିକାଶ କାର୍ଯ୍ୟର ସମୀକ୍ଷା କଲେ ଭୁବନେଶ୍ବର ସାଂସଦ ଅପରାଜିତା

March 22, 2026

ଖୁବଶୀଘ୍ର ସ୍ଥାପନ ହେବ ଚିନି କଳ: ନୟାଗଡ଼ରେ ପହଞ୍ଚିଲା କେନ୍ଦ୍ରୀୟ ଟିମ୍

March 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.