ଭାରତୀୟ ବାୟୁସେନାର ଓ୍ବିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କୁ ସ୍ବାଧୀନତା ଦିବସ ଅବସରରେ ବୀର ଚକ୍ର ସମ୍ମାନରେ ସମ୍ମାନିତ କରାଯିବ। ଏହା ଭାରତର ତୃତୀୟ ସମ୍ମାନ ଜନକ ମେଡାଲ। ବାଲାକୋଟ ଏୟାର ଷ୍ଟ୍ରାଇକ୍ର ଗୋଟିଏ ଦିନ ପରେ ଅଭିନନ୍ଦନ ପାକିସ୍ତାନ ସମ୍ମୁଖରେ ପ୍ରଦର୍ଶନ କରିଥିବା ନିଜର ବୀରତ୍ୱ ପାଇଁ ଏହି ସମ୍ମାନ ପାଇବେ। ଅଭିନନ୍ଦନ ୨୭ ଫେବୃଆରୀରେ ମିଗ-୨୧ ବାଇସନ୍ରେ ପାକିସ୍ତାନର ଏଫ୍-୧୬ ବିମାନକୁ ପିଛା କରିବା ସହିତ ଏକ ବିମାନକୁ ଧ୍ୱସ୍ତବିଧ୍ୱସ୍ତ କରିଥିଲେ ପାକିସ୍ତାନ ମାଟିରେ । ସେହିପରି ଆଇଏଏଫ୍ର ସ୍କ୍ପାଡନ୍ ଲିଡର୍ ମିଣ୍ଟି ଅଗ୍ରଓ୍ବାଲ୍ଙ୍କୁ ଯୁଦ୍ଧ ସେବା ପଦକରେ ସମ୍ମାନିତ କରାଯିବ ।