ଭୁବନେଶ୍ଵର: ‘ଜୀ-ସାର୍ଥକ’ ଓଡ଼ିଶାର ଘରେ ଘରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଯାଇଛି। ଓଡ଼ିଆ ସଂସ୍କୃତି, ନିଚ୍ଛକ ପାରିବାରିକ ମୂଲ୍ୟବୋଧ ଏବଂ ସାମାଜିକ ବାସ୍ତବତାକୁ ନେଇ ନିର୍ମିତ ଉନ୍ନତମାନର ଧାରାବାହିକଗୁଡ଼ିକ ହିଁ ଏହି ଚ୍ୟାନେଲକୁ ଦର୍ଶକଙ୍କ ହୃଦୟରେ ବସାଇଛି। ଦର୍ଶକଙ୍କ ସହ ଏହି ଅତୁଟ ସମ୍ପର୍କ ଏବଂ ଭଲପାଇବାକୁ ଆହୁରି ମଜବୁତ କରିବା ପାଇଁ ଜୀ-ସାର୍ଥକ ଆଣିଛି ଏକ ନୂଆ ମେଗା କଣ୍ଟେଷ୍ଟ “ଜୀ ସାର୍ଥକ ଦେଖନ୍ତୁ ଲଗାତାର ଜିତନ୍ତୁ କାର”।
ଆସନ୍ତା ମାର୍ଚ୍ଚ ୩୦ ତାରିଖରୁ ମେ ୩୦ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଚାଲିବ। ସୋମବାରରୁ ଶନିବାର ସନ୍ଧ୍ୟା ୭ଟାରୁ ରାତି ୯:୩୦ ପର୍ଯ୍ୟନ୍ତ ପ୍ରସାରିତ ହେଉଥିବା ଧାରାବାହିକ ଗୁଡ଼ିକରେ କିଛି ସହଜ ପ୍ରଶ୍ନ ପଚରାଯିବ। ସେହି ପ୍ରଶ୍ନର ସଠିକ ଉତ୍ତର ମିସ୍-କଲ୍ ମାଧ୍ୟମରେ ଦେଇ ଦର୍ଶକମାନେ ଏଥିରେ ଅଂଶଗ୍ରହଣ କରିପାରିବେ।
ଏହି ମେଗା କଣ୍ଟେଷ୍ଟରେ ୫୪୦ ଜଣ ବିଜେତାଙ୍କୁ ୨୯୯ ଟଙ୍କାର ମୋବାଇଲ୍ ରିଚାର୍ଜ ଏବଂ ୨୭ ଜଣ ସାପ୍ତାହିକ ବିଜେତାଙ୍କୁ ୧୦ ଗ୍ରାମ୍ ରୂପା ମୁଦ୍ରା ପ୍ରଦାନ କରାଯିବ। ସବୁଠାରୁ ବଡ଼ ଆକର୍ଷଣ ହେଉଛି, ସମ୍ପୂର୍ଣ୍ଣ ପ୍ରତିଯୋଗିତା ସମୟରେ ସର୍ବାଧିକ ସଠିକ୍ ଉତ୍ତର ଦେଇଥିବା ଜଣେ ମେଗା ବିଜେତାଙ୍କୁ ମିଳିବ ଏକ ଚମତ୍କାର କାର୍।
ଏହି ଅଭିନବ ପ୍ରୟାସ ସମ୍ପର୍କରେ ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ରାହୁଲ ରାଓ କହିଛନ୍ତି ଯେ, “ଓଡ଼ିଶାବାସୀଙ୍କ ନିରନ୍ତର ସମର୍ଥନ ଏବଂ ଆଦର ପାଇଁ ଆମେ ଚିରକୃତଜ୍ଞ। ‘ଜୀ ସାର୍ଥକ ଦେଖନ୍ତୁ ଲଗାତାର ଜିତନ୍ତୁ କାର’ ମେଗା କଣ୍ଟେଷ୍ଟ ହେଉଛି ଆମ ଦର୍ଶକଙ୍କୁ ସେମାନଙ୍କ ନିଷ୍ଠାପର ଭଲପାଇବା ପାଇଁ ଧନ୍ୟବାଦ ଅର୍ପଣ କରିବାର ଏକ ପ୍ରୟାସ। ଏହା ମାଧ୍ୟମରେ ସେମାନଙ୍କ ପ୍ରତିଦିନର ମନୋରଞ୍ଜନ ଆହୁରି ରୋମାଞ୍ଚକର ହେବ ବୋଲି ଆମର ଆଶା।”


