Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସିମଲାସ୍ଥିତ କେନ୍ଦ୍ରୀୟ ଆଳୁ ଗବେଷଣା ପ୍ରତିଷ୍ଠାନ ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ
ଆଜିର ଖବର

ସିମଲାସ୍ଥିତ କେନ୍ଦ୍ରୀୟ ଆଳୁ ଗବେଷଣା ପ୍ରତିଷ୍ଠାନ ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

March 24, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସିମଲାସ୍ଥିତ କେନ୍ଦ୍ରୀୟ ଆଳୁ ଗବେଷଣା ପ୍ରତିଷ୍ଠାନ ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ
ସିମଲାସ୍ଥିତ କେନ୍ଦ୍ରୀୟ ଆଳୁ ଗବେଷଣା ପ୍ରତିଷ୍ଠାନ ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

ଭୁବନେଶ୍ୱର: ପିଆଇବି, ଭୁବନେଶ୍ୱର ଆନୁକୂଲ୍ୟରେ ହିମାଚଳ ପ୍ରଦେଶ ଗସ୍ତରେ ଥିବା ଓଡ଼ିଶାର ଏକ ଗଣମାଧ୍ୟମ ପ୍ରତିନିଧି ଦଳ ସିମଲାସ୍ଥିତ ଆଇସିଏଆର-କେନ୍ଦ୍ରୀୟ ଆଳୁ ଗବେଷଣା ପ୍ରତିଷ୍ଠାନ (ସିପିଆରଆଇ) ପରିଦର୍ଶନ କରିଛନ୍ତି। ଏହି ପ୍ରତିନିଧି ଦଳ ଆଳୁ ଚାଷରେ ଚାଲିଥିବା ଗବେଷଣା ଏବଂ ନବସୃଜନକୁ ବୁଝିବା ପାଇଁ ବୈଜ୍ଞାନିକମାନଙ୍କ ସହ ଆଲୋଚନା କରିଛନ୍ତି।

ଆଇସିଏଆର- ସିପିଆରଆଇର ନିର୍ଦ୍ଦେଶକ ଡକ୍ଟର ବ୍ରଜେଶ ସିଂହ ପ୍ରତିନିଧି ଦଳକୁ ସ୍ୱାଗତ କରିଥିଲେ। ଏହି ଅବସରରେ ସେ ଭାରତରେ ଆଳୁ ଗବେଷଣା ପାଇଁ ଜାତୀୟ କେନ୍ଦ୍ର ଭାବରେ ପ୍ରତିଷ୍ଠାନର ଭୂମିକା ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ, ପ୍ରାୟ ୪୦୦ ବର୍ଷ ପୂର୍ବେ ପ୍ରଚଳିତ ଆଳୁ ଆଜି ଦେଶର ଖାଦ୍ୟ ଓ ପୋଷଣ ସୁରକ୍ଷାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଛି। ୧୯୪୯ ମସିହାରେ ପ୍ରତିଷ୍ଠିତ ଏବଂ ୧୯୫୬ ମସିହାରେ ସିମଲାକୁ ସ୍ଥାନାନ୍ତରିତ ହୋଇଥିବା ଏହି ପ୍ରତିଷ୍ଠାନ ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର) ଅଧୀନରେ କାର୍ଯ୍ୟ କରେ ଏବଂ ଏହା ବିଭିନ୍ନ କୃଷିଭିତ୍ତିକ-ଜଳବାୟୁ କ୍ଷେତ୍ରର ଛଅଟି ଆଞ୍ଚଳିକ ଷ୍ଟେସନ ଦ୍ୱାରା ସମର୍ଥିତ। ସେ ଆହୁରି କହିଥିଲେ, ପ୍ରତିଷ୍ଠାନ ୭୦ ରୁ ଅଧିକ ଉନ୍ନତ କିସମ ବିକଶିତ କରିଛି ଏବଂ ଗୁଣାତ୍ମକ ବିହନ ଉତ୍ପାଦନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଭାରତ ବର୍ତ୍ତମାନ ଆଳୁ ଉତ୍ପାଦନରେ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି।

ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ଉପରେ ଆଲୋକପାତ କରି ଡକ୍ଟର ସିଂହ କହିଛନ୍ତି ଯେ, ଡ୍ରୋନ୍, ଏଆଇ ଏବଂ ବାୟୋଟେକ୍ନୋଲୋଜିକୁ ଆଧୁନିକ ଆଳୁ ଗବେଷଣା ଏବଂ ଫସଲ ପରିଚାଳନାରେ ସମନ୍ୱିତ କରାଯାଉଛି। ଫସଲ ଉନ୍ନତି, ବିହନ ପ୍ରଯୁକ୍ତି, ଜର୍ମପ୍ଲାଜମ୍ ସଂରକ୍ଷଣ ଏବଂ ଚାଷ ଆଧାରିତ ପ୍ରଯୁକ୍ତିବିଦ୍ୟାର ବିକାଶ କ୍ଷେତ୍ରରେ ପ୍ରତିଷ୍ଠାନର କାର୍ଯ୍ୟ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ। ସେ ଏହି ଅବସରରେ କହିଥିଲେ, ଓଡ଼ିଶାରେ ଆଳୁ ଚାଷ ସହିତ ଜଡିତ ଏକ ପ୍ରମୁଖ ସମସ୍ୟା ହେଉଛି ଜୀବାଣୁ ପ୍ରଭାବିତ ମାଟି। ଏହା ବିହନ ଉତ୍ପାଦନକୁ ଗୁରୁତର ଭାବରେ ପ୍ରଭାବିତ କରୁଛି। ସିପିଆରଆଇ ଏହି ସମସ୍ୟାର ସମାଧାନ ଖୋଜିବା ପାଇଁ ସକ୍ରିୟ ଭାବରେ କାର୍ଯ୍ୟ କରୁଥିବା ସେ ସୂଚନା ଦେଇଥିଲେ।

ବିଭିନ୍ନ ବିଭାଗର ମୁଖ୍ୟମାନେ ସେମାନଙ୍କର କାର୍ଯ୍ୟକଳାପ ସମ୍ପର୍କରେ ସୂଚନା ଦେଇଥିଲେ। ସାମାଜିକ ବିଜ୍ଞାନ ବିଭାଗ ଚାଷୀମାନଙ୍କୁ ଉନ୍ନତ କିସମ ଏବଂ ପ୍ରଯୁକ୍ତିବିଦ୍ୟା ପ୍ରସାରଣ ଉପରେ ଗୁରୁତ୍ୱ ଦେଉଛି। ଅନ୍ୟପଟେ ଉଦ୍ଭିଦ ସୁରକ୍ଷା ବିଭାଗ ଝାଉଁଳା ରୋଗ ପାଇଁ ଇଣ୍ଡୋ-ବ୍ଲାଇଟକାଷ୍ଟ ପୂର୍ବାନୁମାନ ଆପ୍ ସମେତ ରୋଗ ପରିଚାଳନା ରଣନୀତି ଉପରେ ଆଲୋକପାତ କରିଥିଲା। ବୈଜ୍ଞାନିକମାନେ କ୍ଷେତ୍ର-ନିର୍ଦ୍ଦିଷ୍ଟ କିସମ, ଫସଲ ଉତ୍ପାଦନ ପଦ୍ଧତି ଏବଂ ମୂଲ୍ୟ ବୃଦ୍ଧି ପାଇଁ ଅମଳ ପରବର୍ତ୍ତୀ ପ୍ରକ୍ରିୟାକରଣର ବିକାଶ ବିଷୟରେ ମଧ୍ୟ ଆଲୋଚନା କରିଥିଲେ।

ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ ପ୍ରତିଷ୍ଠାନର କାର୍ଯ୍ୟକଳାପ ସମ୍ପର୍କରେ ପ୍ରତ୍ୟକ୍ଷ ଅନୁଭୂତି ହାସଲ କରିବା ପାଇଁ ପ୍ରୟୋଗଶାଳା ଓ ଗବେଷଣା କେନ୍ଦ୍ର ମଧ୍ୟ ପରିଦର୍ଶନ କରିଥିଲେ। ପ୍ରତିଷ୍ଠାନରେ ବରିଷ୍ଠ ବୈଜ୍ଞାନିକ ଡକ୍ଟର ଜଗଦେବ ଶର୍ମା, ଡକ୍ଟର ସଞ୍ଜୀବ ଶର୍ମା, ଡକ୍ଟର ଆଲୋକ କୁମାର, ଡକ୍ଟର ବିନୋଦ କୁମାର, ଡକ୍ଟର ସୋମ ଦତ୍ତ ପ୍ରମୁଖ ଏହି ପରିଦର୍ଶନ ସମୟରେ ପ୍ରତିନିଧି ଦଳର ମାର୍ଗଦର୍ଶନ କରିଥିଲେ।

ବରିଷ୍ଠ ସାମ୍ବାଦିକମାନଙ୍କୁ ନେଇ ଏହି ପ୍ରତିନିଧି ଦଳ ସହିତ ପିଆଇବି ଭୁବନେଶ୍ୱରର ଉପନିର୍ଦ୍ଦେଶକ ମନୋଜ କୁମାର ଜାଲି, ଗଣମାଧ୍ୟମ ଓ ଯୋଗାଯୋଗ ଅଧିକାରୀ ସ୍ୱାଧୀନ ଶକ୍ତି ପ୍ରସାଦ, ପିଆଇବି ସିମଲାର ସହାୟକ ନିର୍ଦ୍ଦେଶକ ସଞ୍ଜୀବ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।

ଆଳୁ ଗବେଷଣା ପ୍ରତିଷ୍ଠାନ ଓଡିଶା ଗଣମାଧ୍ୟମ ପ୍ରତିନିଧି ଡକ୍ଟର ବ୍ରଜେଶ ସିଂହ ସିପିଆରଆଇ ସିମଲା
Share. Facebook Twitter LinkedIn Email WhatsApp Copy Link

Related Posts

ମୋଦୀ କେବଳ ଜଣେ ବ୍ୟକ୍ତି ନୁହଁନ୍ତି ବରଂ ଏକ ବିଚାରଧାରା ଓ ଅନୁଷ୍ଠାନ: କେନ୍ଦ୍ର କୃଷି ମନ୍ତ୍ରୀ ଚୌହାନ

March 24, 2026

ନାଲକୋ କର୍ମଚାରୀଙ୍କ ସମ୍ପର୍କରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

March 24, 2026

ମଧ୍ୟପ୍ରାଚ୍ୟ ସଙ୍କଟ ଉପରେ ସର୍ବଦଳୀୟ ବୈଠକରେ ଯୋଗଦେବେ ନାହିଁ ରାହୁଲ ଗାନ୍ଧୀ: କହିଲେ କାରଣ

March 24, 2026

ଆଇପିଏଲର ସବୁଠାରୁ ମହଙ୍ଗା ଦଳ ହେଲା ରାଜସ୍ଥାନ ରୟାଲ୍ସ ଦଳ: ୧୫୨୮୬ କୋଟିରେ ହେଲା ବିକ୍ରି

March 24, 2026
Latest News

ସିମଲାସ୍ଥିତ କେନ୍ଦ୍ରୀୟ ଆଳୁ ଗବେଷଣା ପ୍ରତିଷ୍ଠାନ ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

March 24, 2026

ମୋଦୀ କେବଳ ଜଣେ ବ୍ୟକ୍ତି ନୁହଁନ୍ତି ବରଂ ଏକ ବିଚାରଧାରା ଓ ଅନୁଷ୍ଠାନ: କେନ୍ଦ୍ର କୃଷି ମନ୍ତ୍ରୀ ଚୌହାନ

March 24, 2026

ନାଲକୋ କର୍ମଚାରୀଙ୍କ ସମ୍ପର୍କରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

March 24, 2026

ମଧ୍ୟପ୍ରାଚ୍ୟ ସଙ୍କଟ ଉପରେ ସର୍ବଦଳୀୟ ବୈଠକରେ ଯୋଗଦେବେ ନାହିଁ ରାହୁଲ ଗାନ୍ଧୀ: କହିଲେ କାରଣ

March 24, 2026

ଆଇପିଏଲର ସବୁଠାରୁ ମହଙ୍ଗା ଦଳ ହେଲା ରାଜସ୍ଥାନ ରୟାଲ୍ସ ଦଳ: ୧୫୨୮୬ କୋଟିରେ ହେଲା ବିକ୍ରି

March 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.