Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦୁଇ ସାପ୍ତାହିକ ଏକ୍ସପ୍ରେସ୍ ଟ୍ରେନ ପ୍ରଚଳନ
ଆଜିର ଖବର

ଦୁଇ ସାପ୍ତାହିକ ଏକ୍ସପ୍ରେସ୍ ଟ୍ରେନ ପ୍ରଚଳନ

March 28, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
train
ଦୁଇ ସାପ୍ତାହିକ ଏକ୍ସପ୍ରେସ୍ ଟ୍ରେନ ପ୍ରଚଳନ

ଭୁବନେଶ୍ୱର: ଦୂରଗାମୀ ରେଳ ସଂଯୋଗୀକରଣ ବୃଦ୍ଧି ଏବଂ ଯାତ୍ରୀମାନଙ୍କୁ ଉନ୍ନତ ଯାତ୍ରା ସୁବିଧା ପ୍ରଦାନ କରିବ ଦୁଇଟି ସାପ୍ତାହିକ ଏକ୍ସପ୍ରେସ୍ ଟ୍ରେନ୍।

ଟ୍ରେନ୍ ନମ୍ବର ୧୮୦୬୩ ସାନ୍ତ୍ରାଗାଛି-ୟାଲାହାଙ୍କା ଏସି ଏକ୍ସପ୍ରେସ୍ ୨ ଏପ୍ରିଲ ୨୦୨୬ ରୁ ପ୍ରତି ଗୁରୁବାର ଦିନ ୧୨:୫୦ ରେ ସାନ୍ତ୍ରାଗାଛିରୁ ଛାଡ଼ିବ ଏବଂ ଶନିବାର ଦିନ ରାତି ୧୨ :୨୦ ରେ ୟାଲାହାଙ୍କାରେ ପହଞ୍ଚିବ।

ଫେରିବା ଦିଗରେ, ଟ୍ରେନ ନମ୍ବର ୧୮୦୬୪ ୟାଲାହାଙ୍କା – ସାନ୍ତ୍ରାଗାଛି ଏସି ଏକ୍ସପ୍ରେସ ୪ ଏପ୍ରିଲ ୨୦୨୬ ଠାରୁ ପ୍ରତି ଶନିବାର ୟାଲାହାଙ୍କାରୁ ଭୋର ୦୪:୫୦ ରେ ଛାଡିବ ଏବଂ ରବିବାର ସନ୍ଧ୍ୟା ୫ ଟାରେ ସାନ୍ତ୍ରାଗାଛିରେ ପହଞ୍ଚିବ।

ଯାତ୍ରା ସମୟରେ, ଟ୍ରେନଟି ପୂର୍ବ ତଟ ରେଳପଥ କ୍ଷେତ୍ରାଧିକାର ଅନ୍ତର୍ଗତ ପ୍ରମୁଖ ଷ୍ଟେସନଗୁଡ଼ିକ ଦେଇ ଯିବ, ଯଥା ଭଦ୍ରକ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ୍, ବ୍ରହ୍ମପୁର, ପଲାସା, ଶ୍ରୀକାକୁଲମ୍ ରୋଡ୍, ବିଜୟନଗରମ୍, କୋଟ୍ଟାଭାଲସା, ପେଣ୍ଡୁର୍ଟି ଏବଂ ଦୁଭାଡା ଇତ୍ୟାଦି।

ଟ୍ରେନ ନମ୍ବର ୧୮୦୪୧ ଶାଲିମାର–ଏମଜିଆର ଚେନ୍ନାଇ ଏକ୍ସପ୍ରେସ୍ ୬ ଏପ୍ରିଲ ୨୦୨୬ ଠାରୁ ପ୍ରତି ସୋମବାର ଅପରାହ୍ନ ୨:୪୫ ରେ ଶାଲିମାରରୁ ଛାଡିବ ଏବଂ ମଙ୍ଗଳବାର ସନ୍ଧ୍ୟା ୬:୪୫ ରେ ଏମଜିଆର ଚେନ୍ନାଇରେ ପହଞ୍ଚିବ।

ଫେରିବା ଦିଗରେ, ଟ୍ରେନ ନମ୍ବର ୧୮୦୪୨ ଏମଜିଆର ଚେନ୍ନାଇ-ଶାଲିମାର ଏକ୍ସପ୍ରେସ୍ ୭ ଏପ୍ରିଲ ୨୦୨୬ ଠାରୁ ପ୍ରତି ମଙ୍ଗଳବାର ସନ୍ଧ୍ୟା ୬:୪୫ ରେ ଏମଜିଆର ଚେନ୍ନାଇରୁ ଛାଡିବ ଏବଂ ଗୁରୁବାର ଭୋର ୪:୦୦ ରେ ଶାଲିମାରରେ ପହଞ୍ଚିବ।

ଯାତ୍ରା ସମୟରେ, ଟ୍ରେନଟି ପୂର୍ବ ତଟ ରେଳବାଇ କ୍ଷେତ୍ରାଧିକାର ଅନ୍ତର୍ଗତ ଅନେକ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ଦେଇ ଗତି କରିବ, ଯେପରିକି ଭଦ୍ରକ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ୍, ବ୍ରହ୍ମପୁର, ବିଜୟନଗରମ୍ ଏବଂ ଦୁଭାଡା ଇତ୍ୟାଦି।

ଏହି ନୂତନ ସେବାଗୁଡ଼ିକ ପଶ୍ଚିମବଙ୍ଗ, ଓଡ଼ିଶା, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ ଏବଂ ତାମିଲନାଡ଼ୁ ମଧ୍ୟରେ ଯୋଗାଯୋଗରେ ଉଲ୍ଲେଖନୀୟ ଉନ୍ନତି ଆଣିବ, ଯାତ୍ରୀମାନଙ୍କୁ ଉନ୍ନତ ଯାତ୍ରା ବିକଳ୍ପ ଏବଂ ଅଧିକ ସୁବିଧା ପ୍ରଦାନ କରିବ।

ସାପ୍ତାହିକ ଏକ୍ସପ୍ରେସ୍ ଟ୍ରେନ
Share. Facebook Twitter LinkedIn Email WhatsApp Copy Link

Related Posts

ସର୍ବଭାରତୀୟ ପୋଲିସ ସୁଟିଂ ପ୍ରତିଯୋଗିତା: ଓଡ଼ିଶା ପୋଲିସକୁ ବଡ଼ ସଫଳତା

March 28, 2026

ପଞ୍ଜାବରେ କେତେ ଦିନ ପାଇଁ ମହଜୁଦ ଅଛି ପେଟ୍ରୋଲ-ଡିଜେଲ?: ଜଣାଇଲେ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ

March 28, 2026

ବିଜେପିର ମିଶ୍ରଣ ପର୍ବ: ଯୋଗଦେଲେ ନାଏବ ସରପଞ୍ଚଙ୍କ ସମେତ ବିଜେଡ଼ି ଓ କଂଗ୍ରେସ କର୍ମୀ

March 28, 2026

ଅତିରିକ୍ତ ୩ ଦିନ ପାଇଁ ଖୋଲିବ ସୈନିକ ସ୍କୁଲ୍‌ ନାମଲେଖା କାଉନସେଲିଂ ପୋର୍ଟାଲ

March 28, 2026
Latest News

ଦୁଇ ସାପ୍ତାହିକ ଏକ୍ସପ୍ରେସ୍ ଟ୍ରେନ ପ୍ରଚଳନ

March 28, 2026

ସର୍ବଭାରତୀୟ ପୋଲିସ ସୁଟିଂ ପ୍ରତିଯୋଗିତା: ଓଡ଼ିଶା ପୋଲିସକୁ ବଡ଼ ସଫଳତା

March 28, 2026

ପଞ୍ଜାବରେ କେତେ ଦିନ ପାଇଁ ମହଜୁଦ ଅଛି ପେଟ୍ରୋଲ-ଡିଜେଲ?: ଜଣାଇଲେ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ

March 28, 2026

ବିଜେପିର ମିଶ୍ରଣ ପର୍ବ: ଯୋଗଦେଲେ ନାଏବ ସରପଞ୍ଚଙ୍କ ସମେତ ବିଜେଡ଼ି ଓ କଂଗ୍ରେସ କର୍ମୀ

March 28, 2026

ଅତିରିକ୍ତ ୩ ଦିନ ପାଇଁ ଖୋଲିବ ସୈନିକ ସ୍କୁଲ୍‌ ନାମଲେଖା କାଉନସେଲିଂ ପୋର୍ଟାଲ

March 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.