ରାଜ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତି ପାଇଲେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢୀ । ସ୍ବେଚ୍ଛାକୃତ ଅବସର ନେଲେ ଆଦିତ୍ୟ ପାଢୀ । ଆସନ୍ତା ଫେବୃଆରୀରେ ନିଜ ପଦବୀରୁ ଇସ୍ତଫା ନେଇଥା‘ନ୍ତେ । ନୂଆ ନିଯୁକ୍ତିକୁ ରାଜ୍ୟପାଳ ଗଣେଶୀ ଲାଲ୍ଙ୍କ ଅନୁମୋଦନ ଦେଇଛନ୍ତି । ଆଦିତ୍ୟ ପ୍ରସାଦ ପାଢ଼ୀ ରାଜ୍ୟ ନିର୍ବାଚନ କମିଶନର ହେବା ନେଇ ଆଜି ଵିଧିଵଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ୧୯୮୩ ଵ୍ୟାଚ୍ର ପ୍ରଶାସନିକ ଅଧିକାରୀ ହେଉଛନ୍ତି ଆଦିତ୍ୟ ପ୍ରସାଦ ପାଢ଼ୀ । ତେବେ ଆଦିତ୍ୟଙ୍କ ପରେ ମୁଖ୍ୟ ଶାସନ ସଚିବ କିଏ ହେବେ, ତା’କୁ ନେଇ ଲାଗିରହିଛି ଚର୍ଚ୍ଚା । ତେବେ ମିଳିଥିବା ସୂଚନା ବର୍ତ୍ତମାନର ଉନ୍ନୟନ କମିଶନର ଓ ଗୃହ ବିଭାଗର ଅତିରିକ୍ତ ଦାୟିତ୍ୱରେ ଥିବା ଅସୀତ ତ୍ରିପାଠୀ ମୁଖ୍ୟ ଶାସନ ସଚିବ ଦୌଡ଼ରେ ଆଗରେ ରହିଛନ୍ତି । ସେହିପରି ଏହି ପଦବୀ ପାଇ ଜଙ୍ଗଲ ଓ ପରିବେଶ ବିଭାଗର ସଚିବ ଥିବା ସୁରେଶ ମହାପାତ୍ର ଏବଂ ଗଣଶିକ୍ଷା ବିଭାଗର ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ନାମ ମଧ୍ୟ ମୁଖ୍ୟ ଶାସନ ସଚିବ ହେବା ନେଇ ଚର୍ଚ୍ଚାରେ ରହିଛି ।
Tags: