ନୂଆଦିଲ୍ଲୀ: ଭାରତରେ ଆଜି ସୁନା ମୂଲ୍ୟ ସାମାନ୍ୟ ହ୍ରାସ ପାଉଛି। ୨୪ କ୍ୟାରେଟରୁ ୧୮ କ୍ୟାରେଟ ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ମୂଲ୍ୟ ହ୍ରାସ ପାଇଛି। ଆଜି ସୁନା ମୂଲ୍ୟ ପ୍ରତି ୧୦ ଗ୍ରାମ ୧,୪୮,୦୮୦ ଟଙ୍କା, ଯାହା ଗତକାଲି ରବିବାର ଦିନ ୧,୪୮,୦୯୦ ଥିଲା। ଏହା ୧୦ଟଙ୍କାର ସାମାନ୍ୟ ହ୍ରାସ ଘଟିଛି। ସେହିପରି, ୨୨ କ୍ୟାରେଟ ସୁନା ମୂଲ୍ୟ ପ୍ରତି ୧୦ ଗ୍ରାମ ୧,୩୫,୭୪୦ ଟଙ୍କା, ଯାହା ଗତକାଲି ୧୩୫,୭୫୦ ଟଙ୍କା ଥିଲା।
ରୂପାର ମୂଲ୍ୟ:
ଭାରତରେ ଆଜି ମୂଲ୍ୟ ଗତକାଲି ତୁଳନାରେ ପ୍ରତି କିଲୋଗ୍ରାମ ୨,୨୧୦ ଟଙ୍କା ହ୍ରାସ ପାଇଛି। ଗତକାଲି ରୂପାର ମୂଲ୍ୟ ୨,୫୧,୦୯୦ ଟଙ୍କା ଥିଲା। ଆଜି ମୂଲ୍ୟ ୨,୪୮,୮୮୦ ଟଙ୍କା।


