ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ କାର୍ଯ୍ୟାଳୟରେ ବ୍ଲକ ପ୍ରଶାସନ ତରଫରୁ ବିଭିନ୍ନ ଯୋଜନାରେ ମଧୁବାବୁ ପେନସନ, ଦିବ୍ୟାଙ୍ଗ ପ୍ରମାଣ ପତ୍ର, ଜାତୀୟ ପରିବାର ମଙ୍ଗଳ ଯୋଜନା ଓ ଦିବ୍ୟାଙ୍ଗ ମାନଙ୍କ ପାଇଁ ବିଭିନ୍ନ ସହାୟକ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ବ୍ଲକ ଅଧ୍ୟକ୍ଷା ସ୍ୱରୂପାରାଣୀ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଡ଼ିଓ ଆକାଶ ରଞ୍ଜନ ସାହୁ, ଅତିରିକ୍ତ ବିଡ଼ିଓ ବିଦ୍ୟାଧର ରାଉତରାୟ, ସାମାଜିକ ସୁରକ୍ଷା ଅଧିକାରୀ ଉଦିତ ଶେଖର ସାହୁ ପ୍ରମୁଖ ଯୋଗ ଦେଇ ଥିଲେ।
ନାକଟିଦେଉଳ ବ୍ଲକର ୧୪ ପଂଚାୟତରୁ ୧୩୦ ଜଣଙ୍କୁ ଦିବ୍ୟାଙ୍ଗ ସର୍ଟିଫିକେଟ, ୬ ଜଣଙ୍କୁ ଏନଏଫବିଏସ ଏବଂ ୧୮ ଜଣଙ୍କୁ ବିଧବା ଭତ୍ତା ବଣ୍ଟନ କରାଯାଇଥିଲା।


