ଭାରତ ଓ ଚୀନ୍‌କୁ ଡବ୍ଲ୍ୟୁଟିଓରୁ ସୁବିଧା ଉଠାଇବାକୁ ଦେବୁ ନାହିଁ : ଡୋନାଲ୍ଡ ଟ୍ରମ୍ପ୍‌

Published: Aug 14, 2019, 5:57 pm IST

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭାରତ ଓ ଚୀନ୍‌ ପ୍ରତି କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି । ଭାରତ ଓ ଚୀନ୍‌ ଏବେ ବିକାଶଶୀଳ ରାଷ୍ଟ୍ର ନୁହଁନ୍ତି ବରଂ ବିକଶିତ ରାଷ୍ଟ୍ର । କିନ୍ତୁ ସେମାନେ ବିଶ୍ବ ବ୍ୟବସାୟ ସଂଗଠନ (ଡବ୍ଲୁଟିଓ) ଟ୍ୟାଗ୍‌ ପାଇ ବହୁ ସୁବିଧା ହାସଲ କରୁଛନ୍ତି । ଏହି ଟ୍ୟାଗ୍‌ ପାଇଥିବା ଦେଶ ନିଜ ଇଚ୍ଛା ଅନୁସାରେ ସୀମା ଶୁଳ୍କ ଓ ଅନ୍ୟାନ୍ୟ ଟିକ୍ସ ବିଦେଶ ରାଷ୍ଟ୍ରର ସାମଗ୍ରୀ ଓ ଦ୍ରବ୍ୟ ଉପରେ ଲଗାଇ ପାରିବେ ।   ଟ୍ରମ୍ପ୍‌ ଦାବି କରି କହିଛନ୍ତି ଯେ, ସେ ଏବେ ଏହାକୁ ଆଗକୁ ହେବାକୁ ଦେବେନି ଏବଂ ଏହି ଟ୍ୟାଗ୍‌ ହଟାଯିବ ବୋଲି କହିଛନ୍ତି ।  ଟ୍ରମ୍ପ୍‌ ଆମେରିକାର ଉତ୍ପାଦ ଉପରେ ଅଧିକ ହାର ଶୁକ୍ଳ ଲାଗୁ କରିବା ନେଇ ଅନେକ ଥର ଭାରତକୁ ସମାଲୋଚନା କରିଛନ୍ତି । ସେହିପରି ବର୍ତ୍ତମାନ ଚୀନ ଓ ଆମେରିକା ମଧ୍ୟରେ ‘ଟ୍ରେଡ୍‌ ଓ୍ବାର’ ତୀବ୍ର ହେବାରେ ଲାଗିଛି। ଟ୍ରମ୍ପ ପ୍ରଶାସନ ଚାଇନା ସାମଗ୍ରୀ ଉପରେ ସୀମା ଶୁଳ୍କ ବୃଦ୍ଧି କରିଥିବା ବେଳେ ବେଜିଂ ମଧ୍ୟ ଆମେରିକାର ସାମଗ୍ରୀ ଉପରେ ସମାନ ନୀତି ଅବଲମ୍ବନ କରିଛି।

Related posts