Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଉରୀରେ ଅନୁପ୍ରବେଶ ଯୋଜନା ପଣ୍ଡ କଲା ଭାରତୀୟ ସେନା
ଆଜିର ଖବର

ଉରୀରେ ଅନୁପ୍ରବେଶ ଯୋଜନା ପଣ୍ଡ କଲା ଭାରତୀୟ ସେନା

August 15, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
army kills terrorist
army kills terrorist
ଜାମ୍ମୁ-କାଶ୍ମୀରକୁ ସ୍ଵତନ୍ତ୍ର ମାନ୍ୟତା ଦେଉଥିବା ଧାରା ୩୭୦ର ଅଧିକାଂଶ ପ୍ରାବଧାନକୁ ହଟାଯିବା ଭାରତର ବଡ଼ ନିଷ୍ପତ୍ତି ପରେ ପାକିସ୍ତାନ ହତାଶ ହୋଇ ପଡ଼ିଛି । ସବୁ ମୋର୍ଚ୍ଚାରେ ବିଫଳ ହେବା ପରେ ପାକିସ୍ତାନ ଏବେ ଆତଙ୍କବାଦୀଙ୍କୁ ସୀମାରେ ଅନୁପ୍ରବେଶ କରାଇ ଜାମ୍ମୁ-କାଶ୍ମୀରରେ ହିଂସା ଭିଆଇବାକୁ ଉଦ୍ୟମ ଚଳାଇଛି । ମାତ୍ର ଭାରତୀୟ ସୁରକ୍ଷାବଳଙ୍କ ସତର୍କତା ଯୋଗୁଁ ପାକିସ୍ତାନର ଏହି ହୀନ ଚକ୍ରାନ୍ତ ସଫଳ ହୋଇ ପାରିନାହିଁ । ସେନା ସୂତ୍ର ମୁତାବକ ପାକିସ୍ତାନୀ ସେନା ଦ୍ଵାରା ମଙ୍ଗଳବାର ରାତିରେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବାର ବଡ଼ ଚକ୍ରାନ୍ତକୁ ପଣ୍ଡ କରିଛନ୍ତି । ସୂତ୍ର ମୁତାବକ ମଙ୍ଗଳବାର ରାତିରେ ଜାମ୍ମୁ-କାଶ୍ମୀରର ଉରି ସେକ୍ଟରରେ ଆତଙ୍କବାଦୀ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଥିଲେ। ସେମାନଙ୍କୁ ଅନୁପ୍ରବେଶ କରାଇବା ପାଇଁ ପାକିସ୍ତାନୀ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରି ବିପୁଳ ପରିମାଣରେ ଗୁଳିବର୍ଷଣ କରିଥିଲେ । କୁହାଯାଉଛି ଯେ, ପାକିସ୍ତାନୀ ସେନା ଆତଙ୍କବାଦୀଙ୍କ ଏକ ଗୋଷ୍ଠୀକୁ ଭାରତୀୟ ସୀମାରେ ଅନୁପ୍ରବେଶ କରାଇବାକୁ ଉଦ୍ୟମ କରିଥିଲା। ଯଦ୍ଵାରା ଜାମ୍ମୁ-କାଶ୍ମୀରରେ ହମଲା କରି ପାରିବେ ଏବଂ ହିଂସା ଭିଆଇ ପାରିବେ । ମାତ୍ର ଭାରତୀୟ ସେନାଙ୍କ ମୁହଁତୋଡ଼ ଜବାବରେ ପାକିସ୍ତାନର ହୀନ ଉଦ୍ଦେଶ୍ୟ ସଫଳ ହୋଇ ପାରିନାହିଁ । ଉଲ୍ଲେଖଯୋଗ୍ୟ, ଭାରତୀୟ ସେନା ହାଇ ଆଲର୍ଟରେ ରହିଛି ଏବଂ ପାକିସ୍ତାନର ଯେ କୌଣସି ପ୍ରକାରର ଦୁଃସାହାସର ମୁକାବିଲା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ସ୍ଵାଧୀନତା ଦିବସ ସମାରୋହ ପୂର୍ବରୁ ସେନା ଓ ବିଏସଏଫ, ଭାରତ-ପାକିସ୍ତାନ ସୀମାରେ ସୁରକ୍ଷାକୁ କଡ଼ା କଡ଼ି କରିଛି । ଜାମ୍ମୁ କ୍ଷେତ୍ରରେ ଅଧିକାଂଶ ଜିଲ୍ଲାରେ ପୋଲିସ ପୂରା ସତର୍କ ରହିଛି ଏବଂ ଜାମ୍ମୁ ସହରରେ ପେଟ୍ରୋଲିଂ ବଢାଇ ଦେଇଛି। ଧାରା ୩୭୦ ପ୍ରତ୍ୟାହାର ପରେ ଏବଂ ଜାମ୍ମୁ-କାଶ୍ମୀର ଦୁଇଟି କେନ୍ଦ୍ର ଶାସିତ ରାଜ୍ୟରେ ବିଭକ୍ତ ହେବା ପରେ ରାଜ୍ୟରେ ପ୍ରଥମ ଥର ସ୍ଵାଧୀନତା ଦିବସ ପାଳନ ହେଉଛି।
Share. Facebook Twitter LinkedIn Email WhatsApp Copy Link

Related Posts

ଫେବୃୟାରୀ ୨ ରୁ ରାଷ୍ଟ୍ରପତିଙ୍କ ୬ ଦିନିଆ ଓଡ଼ିଶା ଗସ୍ତ

January 23, 2026

ଶ୍ରେଷ୍ଠ ସରକାରୀ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଭାବେ ସମ୍ମାନିତ ହେଲା ଏମ୍ସ ଭୁବନେଶ୍ୱର

January 23, 2026

ପୂର୍ବତଟ ରେଳପଥର ପଣ୍ୟ ପରିବହନ ଆୟରେ ଦ୍ରୁତତମ ରେକର୍ଡ ଅଭିବୃଦ୍ଧି ହାସଲ

January 23, 2026

୩୨୫ କୋଟିର କ୍ଷତି!: ICC ସହିତ ମୁହାଁମୁହିଁ ହେବା ବାଂଲାଦେଶ କ୍ରିକେଟ୍ ବୋର୍ଡକୁ ପଡ଼ିବ ମହଙ୍ଗା?

January 23, 2026
Latest News

Mukteswar Dance Festival: ଆରମ୍ଭ ହେଲା ମୁକ୍ତେଶ୍ଵର ନୃତ୍ୟ ଉତ୍ସବ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

January 23, 2026

ଫେବୃୟାରୀ ୨ ରୁ ରାଷ୍ଟ୍ରପତିଙ୍କ ୬ ଦିନିଆ ଓଡ଼ିଶା ଗସ୍ତ

January 23, 2026

ଶ୍ରେଷ୍ଠ ସରକାରୀ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଭାବେ ସମ୍ମାନିତ ହେଲା ଏମ୍ସ ଭୁବନେଶ୍ୱର

January 23, 2026

ପୂର୍ବତଟ ରେଳପଥର ପଣ୍ୟ ପରିବହନ ଆୟରେ ଦ୍ରୁତତମ ରେକର୍ଡ ଅଭିବୃଦ୍ଧି ହାସଲ

January 23, 2026

୩୨୫ କୋଟିର କ୍ଷତି!: ICC ସହିତ ମୁହାଁମୁହିଁ ହେବା ବାଂଲାଦେଶ କ୍ରିକେଟ୍ ବୋର୍ଡକୁ ପଡ଼ିବ ମହଙ୍ଗା?

January 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.