Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୭୩ ତମ ସ୍ୱାଧୀନତା ଦିବସ ଓ ରକ୍ଷା ବନ୍ଧନର ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି
ଆଜିର ଖବର

୭୩ ତମ ସ୍ୱାଧୀନତା ଦିବସ ଓ ରକ୍ଷା ବନ୍ଧନର ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

August 15, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦେଶର ଜନତାଙ୍କୁ ସ୍ୱାଧୀନତା ଦିବସ ଓ ରକ୍ଷାବନ୍ଧନର ଅଭିନନନ୍ଦନ ଜଣାଇଛନ୍ତି । ମୋଦି ନିଜର ଟୁଇଟର ଆକାଉଣ୍ଟରେ ଦେଶର କୋଟି କୋଟି ଜନତାଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ୭୩ତମ ସ୍ୱାଧୀନତା ଦିବସ ସମାରୋହ ଅବସରରେ ଆଜି ଲାଲକିଲ୍ଲାରେ ତ୍ରିରଙ୍ଗା ଉଡାଇବେ । ଏଥି ସହିତ ମୋଦି ଏଠାରୁ ଦେଶର ଜନତାକୁ ସମ୍ବୋଧିତ କରିବେ । ଲାଲକିଲ୍ଲାରୁ ମୋଦି ୬ଷ୍ଠ ଥର ପାଇଁ ଗୁରୁବାର ସମ୍ବୋଧିତ କରୁଛନ୍ତି । ଏହି ଅବସରରେ ମୋଦିଙ୍କ ସହିତ ଭାରତୀୟ ବାୟୁସେନାର ୩ ଜଣ ମହିଳା ଅଧିକାରୀ ଉପସ୍ଥିତ ରହିବେ । ଫ୍ଲାଇଙ୍ଗ ଅଫିସର ପ୍ରୀତମ ସାଙ୍ଗୱାନ ମୋଦିଙ୍କୁ ଜାତୀୟ ପତାକା ଉଡାଇବାରେ ସାହାଯ୍ୟ କରିବେ । ଫ୍ଲାଇଟ ଲେଫ୍ଟନାଣ୍ଟ ଜ୍ୟୋତି ଯାଦବ ଓ ପ୍ଲାଇଟ ଲେଫ୍ଟନାଣ୍ଟ ମାନସୀ ଗେଦା ମୋଦିଙ୍କ ଉଭୟ ପାଶ୍ୱର୍ରେ ମୁତୟନ ରହିବେ । ସୂଚନାଯୋଗ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ୬ ଥର, ରାଜୀବ ଗାନ୍ଧୀ ଓ ପିଭି ନରସିଂହା ରାଓ ୫-୫ ଥର, ମୋରାରଜୀ ଦେସାଇ ୨ ଥର ଓ ଚୌଧୁରୀ ଚରଣ ସିଂହ, ବିଶ୍ୱନାଥ ପ୍ରତାପ ସିଂହ ଓ ଏଚଡି ଦେବେଗୌଡ଼ା ଥରଟିଏ ଲେଖାଏଁ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ଜାତୀୟ ପତାକା ଉଡାଇଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ପଞ୍ଚମ ଟି-୨୦ରେ ହାର୍ଦ୍ଦିକ-ତିଲକଙ୍କ ବିସ୍ଫୋରଣ: ଦକ୍ଷିଣ ଆଫ୍ରିକାକୁ ହରାଇ ୩-୧ ରେ ସିରିଜ ଜିତିଲା ଭାରତ

December 19, 2025

ପିସି, ପିଏନଡିଟି ଜିଲ୍ଲାସ୍ତରୀୟ ପରାମର୍ଶଦାତା ମଣ୍ଡଳୀ ବୈଠକ

December 19, 2025

ଓଡିଶା ଖାଦ୍ୟ ମହୋତ୍ସବ: ଭୁବନେଶ୍ବରରେ ପ୍ରଦର୍ଶିତ ହେବ ବିଭିନ୍ନ ଜିଲ୍ଲାର ପ୍ରସିଦ୍ଧ ଖାଦ୍ୟ ପଦାର୍ଥ

December 19, 2025

ଆଦିବାସୀ ବିକାଶକୁ ତ୍ୱରାନ୍ୱିତ କରିବାକୁ ଜୁଏଲ୍ ଓରାମଙ୍କ ନେତୃତ୍ୱରେ ଆଦିବାସୀ ସାଂସଦମାନଙ୍କ ଏକତା

December 19, 2025
Latest News

ପଞ୍ଚମ ଟି-୨୦ରେ ହାର୍ଦ୍ଦିକ-ତିଲକଙ୍କ ବିସ୍ଫୋରଣ: ଦକ୍ଷିଣ ଆଫ୍ରିକାକୁ ହରାଇ ୩-୧ ରେ ସିରିଜ ଜିତିଲା ଭାରତ

December 19, 2025

ପିସି, ପିଏନଡିଟି ଜିଲ୍ଲାସ୍ତରୀୟ ପରାମର୍ଶଦାତା ମଣ୍ଡଳୀ ବୈଠକ

December 19, 2025

ଓଡିଶା ଖାଦ୍ୟ ମହୋତ୍ସବ: ଭୁବନେଶ୍ବରରେ ପ୍ରଦର୍ଶିତ ହେବ ବିଭିନ୍ନ ଜିଲ୍ଲାର ପ୍ରସିଦ୍ଧ ଖାଦ୍ୟ ପଦାର୍ଥ

December 19, 2025

ଆଦିବାସୀ ବିକାଶକୁ ତ୍ୱରାନ୍ୱିତ କରିବାକୁ ଜୁଏଲ୍ ଓରାମଙ୍କ ନେତୃତ୍ୱରେ ଆଦିବାସୀ ସାଂସଦମାନଙ୍କ ଏକତା

December 19, 2025

‘ବନ୍ଦର ସୁରକ୍ଷା ବ୍ୟୁରୋ’ ଗଠନ ସମ୍ପର୍କରେ ଅମିତ ଶାହଙ୍କ ସମୀକ୍ଷା ବୈଠକ

December 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.