Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ
ଆଜିର ଖବର

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Voter List
Assistant teacher suspended for negligence of work

ଭୁବନେଶ୍ଵର: ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ଜଣେ ସହକାରୀ ଶିକ୍ଷକଙ୍କୁ ନିଲମ୍ବନ କରାଯାଇଛି। ଗଜପତି ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଆଦେଶ ଅନୁଯାୟୀ, ପାରଳାଖେମୁଣ୍ଡି ବିଧାନସଭା ମଣ୍ଡଳୀ-୧୩୭ କାଶିନଗର ବ୍ଲକ ପୋଲିଂ ଷ୍ଟେସନ୍ ସଂଖ୍ୟା ୧୧୦–ସିଦ୍ଧାମଡଙ୍ଗ ଅଧିନ ବୁଥ୍ ସ୍ତରୀୟ ଅଧିକାରୀ ରାମାନୁଜ ଦାସଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି।

ସୂଚନା ଅନୁଯାୟୀ, ରାମାନୁଜ ଦାସଙ୍କୁ ପାରଳାଖେମୁଣ୍ଡି ବିଧାନସଭା ମଣ୍ଡଳୀ ନଂ ୧୩୭ ର ବୁଥ୍ ନଂ ୧୧୦ ପାଇଁ ବୁଥ୍ ସ୍ତରୀୟ ଅଧିକାରୀ (ବିଏଲଓ) ଭାବେ ନିଯୁକ୍ତ କରାଯାଇଥିଲା। ସେ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) କାର୍ଯ୍ୟରେ ନିୟୋଜିତ ଥିଲେ, ଯାହା ଭୋଟର ତାଲିକାର ସଠିକତା ଓ ସତ୍ୟନିଷ୍ଠା ନିଶ୍ଚିତ କରିବାରେ ଗୁରୁତ୍ୱପୂର୍ଣ୍ଣ। ତେବେ ଅଭିଯୋଗ ଅନୁଯାୟୀ, ସେ କୌଣସି ବୈଧ କାରଣ ବା ପୂର୍ବ ଅନୁମତି ବିନା ଦାୟିତ୍ୱରେ ଅନୁପସ୍ଥିତ ରହିବା ସହିତ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ସମ୍ପର୍କିତ କାର୍ଯ୍ୟ ନିଷ୍ଠାର ସହ ନିର୍ବାହ କରିବାରେ ବିଫଳ ହୋଇଥିଲେ ଯାହା କର୍ତ୍ତବ୍ୟ ପାଳନ କରିବାରେ ଗୁରୁତର ଅବହେଳା ଓ କର୍ତ୍ତବ୍ୟଚ୍ୟୁତି ଭାବେ ଗଣାଯାଇଛି।

ଗଜପତି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ,ଆଇଏଏସ, ଜନପ୍ରତିନିଧିତ୍ୱ ଆଇନ, ୧୯୫୦ ଧାରା ୩୨(୧) ଆଧାରରେ ଏହି ନିଲମ୍ବନ ଆଦେଶ ଜାରି କରିଛନ୍ତି। ନିଲମ୍ବନ ସମୟରେ ଶ୍ରୀ ଦାସ କୌଣସି ପୂର୍ବ ଅନୁମତି ବିନା ତାଙ୍କ ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ ଏବଂ ନିୟମାନୁସାରେ ଭତ୍ତା ପାଇବେ ବୋଲି ଆଦେଶରେ ଉଲ୍ଲେଖ ରହିଛି।

Assistant teacher suspended negligence of work ଗଜପତି ଜିଲ୍ଲା ନିର୍ବାଚନ ଅଧିକାରୀ
Share. Facebook Twitter LinkedIn Email WhatsApp Copy Link

Related Posts

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026

୩୯୮.୩୬ କୋଟିର ଅପ୍ଟିକାଲ ଫାଇବର କେବୁଲ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

April 5, 2026

ପୁଣେସ୍ଥିତ ଏଫଟିଆଇଆଇ ଏବଂ ଦୂରଦର୍ଶନ କେନ୍ଦ୍ର ପରିଦର୍ଶନ କଲେ ଚଞ୍ଚଲ କୁମାର 

April 5, 2026

ରାଜ୍ୟ କ୍ୟାବିନେଟର ବଡ ନିଷ୍ପତି, ମେଡିକାଲ ଇଂଜିନିୟରିଂ ନାମଲେଖାରେ ପଛୁଆ ବର୍ଗକୁ ମିଳିବ ସଂରକ୍ଷଣ

April 5, 2026
Latest News

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026

୩୯୮.୩୬ କୋଟିର ଅପ୍ଟିକାଲ ଫାଇବର କେବୁଲ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

April 5, 2026

ପୁଣେସ୍ଥିତ ଏଫଟିଆଇଆଇ ଏବଂ ଦୂରଦର୍ଶନ କେନ୍ଦ୍ର ପରିଦର୍ଶନ କଲେ ଚଞ୍ଚଲ କୁମାର 

April 5, 2026

ରାଜ୍ୟ କ୍ୟାବିନେଟର ବଡ ନିଷ୍ପତି, ମେଡିକାଲ ଇଂଜିନିୟରିଂ ନାମଲେଖାରେ ପଛୁଆ ବର୍ଗକୁ ମିଳିବ ସଂରକ୍ଷଣ

April 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.