ଆଜି ଖୋଲାଯିବ ହୀରାକୁଦ ଡ୍ୟାମ୍ର 16 ଟି ଗେଟ୍ । ମହାନଦୀର ଜଳସ୍ତର କ୍ରମାଗତ ଭାବେ ବଢ଼ୁଥିବାରୁ ପୂର୍ବାହ୍ନ 11.30 ପରେ ଗେଟ୍ ଖୋଲିବା ଆରମ୍ଭ ହେବ ବୋଲି ଜଣାଇଛନ୍ତି ଡ୍ୟାମ୍ କର୍ତ୍ତୃପକ୍ଷ। ଏଥିଯୋଗୁ ମହାନଦୀ ତଳ ମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଆଶଙ୍କା କରାଯାଉଛି । ଗତ କାଲି ହୀରାକୁଦ ଡ୍ୟାମ୍ର ଗୋଟିଏ ଗେଟ୍ ଖୋଲାଯାଇଥିଲା । ଗତ କାଲି ପୂର୍ବାହ୍ନ 11.30 ରେ 7 ନମ୍ବର ଗେଟ୍ ଖୋଲାଯାଇଥିବା ବେଳେ ଅପରାହ୍ନ 2ଟାରେ ଏହାକୁ ବନ୍ଦ କରି ଦିଆଯାଇଥିଲା। ହେଲେ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ବଢୁଥିବାରୁ ପର୍ଯ୍ୟାୟ କ୍ରମେ ଆଜି 16ଟି ଗେଟ୍ ଖୋଲାଯାଇ ମହାନଦୀକୁ ବନ୍ୟାଜଳ ଛଡ଼ାଯିବ। ହୀରାକୁଦ କଣ୍ଟ୍ରୋଲ୍ ରୁମ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇ ଗତକାଲି ରାତି ସୁଦ୍ଧା 612.23 ଫୁଟ୍ରେ ପହଞ୍ଚିଛି । ଜଳଭଣ୍ଡାରକୁ 2 ଲକ୍ଷ 57 ହଜାର 659 କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ମାତ୍ର 14639 କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ତେଣୁ ଜଳପତ୍ତନ ବଢ଼ି ଚାଲିଥିବାରୁ ଅଧିକ ଗେଟ୍ ଖୋଲାଯିବାର ଆଶଙ୍କା ସୃଷ୍ଟି ହୋଇଛି ।
ଆଜି ଖୋଲାଯିବ ହୀରାକୁଦ ଡ୍ୟାମ୍ର 16ଟି ଗେଟ୍
Published:
Aug 15, 2019, 11:13 am IST
Tags: