ଭୁବନେଶ୍ୱର : ଦିନକୁ ଦିନ ବଢି ଚାଲିଛି ଗଞ୍ଜେଇ ଚୋରାଚାଲାଣ । ଫଳ ପେଟିରେ ଗଞ୍ଜେଇ ଚୋରାଚାଲାଣ ବେଳେ ଦୁଇଜଣଙ୍କୁ ଗିରଫ କରିଛି ଭୁବନେଶ୍ୱର ଏନ୍ସିବି ଟିମ୍ । କୋରାପୁଟ କାକ୍କିରିଗୁମ୍ମାରୁ ଭୁବନଶ୍ୱେର ଏନ୍ସିବି ଟିମ୍ ଚଢାଉ କରି ଦୁଇଜଣଙ୍କୁ ଗିରଫ କରିଛି । କୋରାପୁଟରୁ କୋଲକତା ଗଞ୍ଜେଇ ଚାଲାଣ ବେଳେ ପୋଲିସ୍ ଚଢାଉ କରି ଅପରାଧୀଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଏହି ଚଢାଉରେ ୬ କ୍ୱିଣ୍ଟାଲ୍ ଗଞ୍ଜେଇ ସହିତ ବୋଲୋର ଓ ଭ୍ୟାନ୍କୁ ମଧ୍ୟ ଜବତ କରିଛି ପୋଲିସ୍ ।


