ନରସିଂହପୁର: ୨୦୧୬ ନରସିଂହପୁର ଥାନା ହାଜତ ମୃତ୍ୟୁ ଘଟଣାରେ ୬ଜଣ ଅବସରପ୍ରାପ୍ତ ପୋଲିସ୍ କର୍ମଚାରୀ ଗିରଫ ହୋଇଛନ୍ତି । ୨୦୧୬ରେ ଘରୋଇ କଳିକୁ ନେଇ ସରୋଜ ସେନାପତି ହାଜତକୁ ଆଣିଥିଲେ । ଏଠାରେ ସନ୍ଦେହଜନକ ଭାବରେ ସରୋଜଙ୍କ ମୃତ୍ୟୁ ହେବା ଫଳରେ ପୋଲିସ୍ ଉପରକୁ ଆଙ୍ଗୁଳି ଉଠିଥିଲା । ଘଟଣାକୁ ଗମ୍ଭୀରତା ସହ ନେଇ ନିଜ ଆଡ଼ୁ ମାମଲା ରୁଜୁ କରିଥିଲା ଜାତୀୟ ମାନବାଧିକାର କମିଶନ । ଏହି ଘଟଣାରେ ଅବସରପ୍ରାପ୍ତ ପୋଲିସ୍ ଏଏସ୍ଆଇ ଭଗବାନ ସାହୁ, ହାବିଲ୍ଦାର ପ୍ରମୋଦ ପାତ୍ର ଓ ୪ଜଣ ହୋମଗାର୍ଡ଼ଙ୍କୁ ଗିରଫ କରାଯାଇଛି ।


