ପୁରୀ : ଛତିଶା ନିଯୋଗ ବୈଠକରେ ଚନ୍ଦନ ଯାତ୍ରା ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇଛି । ଦିନ ଅପରାହ୍ନ ୩ଟାରେ ଦ୍ୱାଦଶ ଯାତ୍ର ଓ ନକ୍ଷତ୍ର ବନ୍ଦାପନା, ଅପରାହ୍ନ ୩ଟା ୩୦ରେ ଦିଅଁ ବିଜେ । ଅପରାହ୍ନ ୪ଟାରେ ରଥ ଆଜ୍ଞାମାଳ ବିଜେ ଓ ରାତି ୧୦ଟାରେ ଚନ୍ଦନ ଠାକୁର ବାହୁଡ଼ା ବିଜେ ହେବା ନେଇ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି ।
ଆସନ୍ତା ୨୦ ତାରିଖରେ ଅକ୍ଷୟ ତୃତୀୟା ଅବସରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ସହିତ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହେବ । ଚନ୍ଦନ ଯାତ୍ରା ସହିତ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ କିଭଳି ସୁରୁଖୁରୁରେ ଅନୁଷ୍ଠିତ ହେବ, ସେନେଇ ଏହି ବୈଠକରେ ଆଲୋଚନା କରାଯାଇଥିଲା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ଜିଲ୍ଲାପାଳ, ଏସପି, ବିଭିନ୍ନ ନିଯୋଗର ସେବାୟତ ଉପସ୍ଥିତ ରହିଥିଲେ ।


