Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ଯୁବପିଢ଼ିଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ- ‘ଷ୍ଟ୍ରୋକ୍‌କୁ ଜାଣନ୍ତୁ, ଜୀବନ ବଞ୍ଚାନ୍ତୁ’
ଆଜିର ଖବର

ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ଯୁବପିଢ଼ିଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ- ‘ଷ୍ଟ୍ରୋକ୍‌କୁ ଜାଣନ୍ତୁ, ଜୀବନ ବଞ୍ଚାନ୍ତୁ’

April 7, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ଯୁବପିଢ଼ିଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ- ‘ଷ୍ଟ୍ରୋକ୍‌କୁ ଜାଣନ୍ତୁ, ଜୀବନ ବଞ୍ଚାନ୍ତୁ’
ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ଯୁବପିଢ଼ିଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ- ‘ଷ୍ଟ୍ରୋକ୍‌କୁ ଜାଣନ୍ତୁ, ଜୀବନ ବଞ୍ଚାନ୍ତୁ’

ଭୁବନେଶ୍ୱର/କଟକ: ସାରା ବିଶ୍ୱରେ ଏକ ବଡ଼ ଜନସ୍ୱାସ୍ଥ୍ୟ ସମସ୍ୟା ହୋଇଛି ‘ବ୍ରେନ୍ ଷ୍ଟ୍ରୋକ୍’ ବା ‘ମସ୍ତିଷ୍କାଘାତ’। ଏ ବିଷୟରେ ଯୁବପିଢ଼ିଙ୍କ ଭିତରେ ସଚେତନତା ସୃଷ୍ଟି କରିବା ଲାଗି କଟକ ଜିଲ୍ଲା ଅଡ଼ସପୁରସ୍ଥିତ ଉଦୟନାଥ ସ୍ୱୟଂଶାସିତ ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟଠାରେ ‘ଷ୍ଟ୍ରୋକ୍‌କୁ ଜାଣନ୍ତୁ, ଜୀବନ ବଞ୍ଚାନ୍ତୁ’ ଶୀର୍ଷକରେ ଏକ ବିଶେଷ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ମଙ୍ଗଳବାର ଦିନ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ଏବଂ ଶିକ୍ଷାବିତ୍ ଯୋଗଦେଇ ଷ୍ଟ୍ରୋକର ମୁକାବିଲା କରିବା ବିଷୟରେ ଯୁବପିଢ଼ିଙ୍କୁ ପରାମର୍ଶ ଦେଇଥିଲେ।

ମହାବିଦ୍ୟାଳୟର ସହଭାଗିତାରେ ଆଇଏଫଆଇ ଫାଉଣ୍ଡେସନ, ସ୍ୱାସ୍ଥ୍ୟପ୍ଲସ୍ ନେଟୱର୍କ ଏବଂ ଓଡ଼ିଶାଲାଇଭ୍ ପକ୍ଷରୁ ଏହି ଜନସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ବିଭିନ୍ନ ବିଭାଗର ଶତାଧିକ ଛାତ୍ରଛାତ୍ରୀଙ୍କ ସହ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମରେ ଉଦୟନାଥ ସ୍ଵୟଂଶାସିତ ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ଲୁଲୁମିନା ଦାଶ ସମସ୍ତଙ୍କୁ ସ୍ୱାଗତ କରିବା ସହ ଏହି ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ।

ଏହି ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ବିଶିଷ୍ଟ ସ୍ନାୟୁରୋଗ ବିଶେଷଜ୍ଞ ଡାକ୍ତର ମାୟା ଗନ୍ତାୟତ ଯୋଗଦେଇ ଷ୍ଟ୍ରୋକ୍ ମୁକାବିଲାର ବିଭିନ୍ନ ଦିଗ ବିଷୟରେ କହିଥିଲେ।

‘‘ଆଜିର ଯୁବପିଢ଼ି ହେଉଛନ୍ତି ପରିବର୍ତ୍ତନର ମୁଖ୍ୟ ସୂତ୍ରଧର। ତେଣୁ, ଷ୍ଟ୍ରୋକ୍ ଭଳି ଜଟିଳ ସମସ୍ୟାର ମୁକାବିଲା ପାଇଁ ସେମାନଙ୍କୁ ପ୍ରଥମେ ସଚେତନ ହେବା ଜରୁରୀ। ସେମାନେ ସଚେତନ ହେଲେ ହିଁ ପରିବାର, ସମାଜ ଓ ରାଷ୍ଟ୍ରରେ ସଚେତନତାର ବାର୍ତ୍ତା ପ୍ରସାରିତ ହୋଇପାରିବ’’, କହିଛନ୍ତି ଡାକ୍ତର ମାୟା ଗନ୍ତାୟତ।

“ଆଇଏଫଆଇ ଫାଉଣ୍ଡେସନ ‘ୱାର୍ଲ୍ଡ ଷ୍ଟ୍ରୋକ୍ ଅର୍ଗାନାଇଜେସନ’ର ସଦସ୍ୟ ରହିଛି। ଫାଉଣ୍ଡେସନ ପକ୍ଷରୁ ଗତ ତିନିବର୍ଷ ଧରି ଷ୍ଟ୍ରୋକ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କୁ ଷ୍ଟ୍ରୋକ ବିଷୟରେ ସଚେତନ କରିବା ଲାଗି ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଯୁବପିଢ଼ି ଷ୍ଟ୍ରୋକର ଲକ୍ଷଣକୁ ଚିହ୍ନି ଠିକଣା ସମୟରେ ଉଚିତ ପଦକ୍ଷେପ ନେଇପାରିଲେ ଆଗାମୀ ଦିନରେ ସେମାନେ ବାସ୍ତବରେ ଷ୍ଟ୍ରୋକ ଯୋଦ୍ଧା ହୋଇପାରିବେ,” କହିଛନ୍ତି ‘ଷ୍ଟ୍ରୋକ୍-ମୁକ୍ତ ଜୀବନ ଅଭିଯାନ’ର ଅଧ୍ୟକ୍ଷ ନୀଳାମ୍ବର ରଥ।

ଷ୍ଟ୍ରୋକ୍ ବିଷୟରେ ବ୍ୟାପକ ସଚେତନତା ସୃଷ୍ଟି ପାଇଁ ଆଇଏଫଆଇ ଫାଉଣ୍ଡେସନ ପକ୍ଷରୁ ଚଳିତବର୍ଷ ଏପ୍ରିଲ ୭, ବିଶ୍ୱ ସ୍ୱାସ୍ଥ୍ୟ ଦିବସରୁ ଅକ୍ଟୋବର ୨୯ ବିଶ୍ୱ ଷ୍ଟ୍ରୋକ୍ ଦିବସ ପର୍ଯ୍ୟନ୍ତ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଜାରି ରହିବ।

ଏହି ଅବସରରେ ‘ଷ୍ଟ୍ରୋକ୍‌ମୁକ୍ତ ଜୀବନ’ ଶୀର୍ଷକରେ ଏକ ସୂଚନା ପୁସ୍ତିକା ଓ ପୋଷ୍ଟର ଲୋର୍କାପଣ କରାଯାଇଥିଲା। ଏହାସହ ବ୍ରେନ ଷ୍ଟ୍ରୋକର କାରଣ, ଲକ୍ଷଣ, ଚିକିତ୍ସା ଏବଂ ଷ୍ଟ୍ରୋକ ପରବର୍ତ୍ତୀ ଅବସ୍ଥାରେ ରୋଗୀଙ୍କ ସେବା ଯତ୍ନ ଉପରେ ଆଧାରିତ ଏକ ସ୍ୱତନ୍ତ୍ର ଭିଡିଓ ପ୍ରଦର୍ଶନ କରାଯାଇଥିଲା। ସେହିପରି ଉପସ୍ଥିତ ସମସ୍ତ ଅତିଥି, ଛାତ୍ରଛାତ୍ରୀ ଷ୍ଟ୍ରୋକ୍ ସଚେତନତା ଉପରେ ଶପଥ ଗ୍ରହଣ କରିଥିଲେ।

କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ମୁଖ୍ୟ ପ୍ରଶାସନିକ ଅଧିକାରୀ ଡକ୍ଟର ହିରଣ୍ମୟୀ ମିଶ୍ର, ଏନଏସଏସ ୟୁନିଟର ପ୍ରୋଗ୍ରାମ ଅଫିସର ହରିହର ସାହୁ, ଆଇକ୍ୟୁଏସିର ସଂଯୋଜକ ସୁଜାତା ମିଶ୍ର ଏବଂ ଆଇଏଫଆଇ ଫାଉଣ୍ଡେସନର ସହ-ଅଧ୍ୟକ୍ଷା ପ୍ରଣତି ପରିଡ଼ା ପ୍ରମୁଖ ଯୋଗଦେଇଥିଲେ।

ମହାବିଦ୍ୟାଳୟ ପକ୍ଷରୁ ଅଧ୍ୟାପିକା ଡକ୍ଟର ହିମାନୀ ପାଣି ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ଆଇଏଫଆଇ ଫାଉଣ୍ଡେସନ ପକ୍ଷରୁ ପ୍ରିୟଙ୍କା ସୂଚରିତା କାର୍ଯ୍ୟକ୍ରମ ସଂଚାଳନ କରିଥିଲେ।

ଏହି ଅଭିଯାନରେ ଉଦୟନାଥ ସ୍ଵୟଂଶାସିତ ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟ ଏକାଡେମିକ ପାର୍ଟନର୍ ରହିଥିବା ବେଳେ ଉତ୍କଳ ଚାମ୍ବର ଅଫ୍ କମର୍ସ ଏବଂ ଟାଇ ଭୁବନେଶ୍ୱର ଇଣ୍ଡଷ୍ଟ୍ରୀ ପାର୍ଟନର୍ସ ଭାବେ ଯୋଡ଼ି ହୋଇଥିଲେ।

ବିଶ୍ୱ ସ୍ୱାସ୍ଥ୍ୟ ଦିବସ ମସ୍ତିଷ୍କାଘାତ ଯୁବପିଢ଼ିଙ୍କ ପାଇଁ ସଚେତନତା
Share. Facebook Twitter LinkedIn Email WhatsApp Copy Link

Related Posts

ଅକ୍ଷୟ ତୃତୀୟା ନୀତି ନିର୍ଘଣ୍ଟ ଚୂଡ଼ାନ୍ତ

April 7, 2026

ହାଜତ ମୃତ୍ୟୁ : ୬ ଅବସରପ୍ରାପ୍ତ ପୋଲିସ୍ ଗିରଫ

April 7, 2026

ଇଗ୍ନୋର ୩୯ତମ ସମାବର୍ତ୍ତନ ଉତ୍ସବ: ଭୁବନେଶ୍ୱର ଆଞ୍ଚଳିକ କେନ୍ଦ୍ରରେ ୭ ହଜାରରୁ ଅଧିକ ଶିକ୍ଷାର୍ଥୀ ସମ୍ମାନିତ

April 7, 2026

ଡିଏଭି ପୋଖରୀପୁଟରେ ଓଡ଼ିଆ ପକ୍ଷ ଦିବସ

April 7, 2026
Latest News

ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ଯୁବପିଢ଼ିଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ- ‘ଷ୍ଟ୍ରୋକ୍‌କୁ ଜାଣନ୍ତୁ, ଜୀବନ ବଞ୍ଚାନ୍ତୁ’

April 7, 2026

ଅକ୍ଷୟ ତୃତୀୟା ନୀତି ନିର୍ଘଣ୍ଟ ଚୂଡ଼ାନ୍ତ

April 7, 2026

ହାଜତ ମୃତ୍ୟୁ : ୬ ଅବସରପ୍ରାପ୍ତ ପୋଲିସ୍ ଗିରଫ

April 7, 2026

ଇଗ୍ନୋର ୩୯ତମ ସମାବର୍ତ୍ତନ ଉତ୍ସବ: ଭୁବନେଶ୍ୱର ଆଞ୍ଚଳିକ କେନ୍ଦ୍ରରେ ୭ ହଜାରରୁ ଅଧିକ ଶିକ୍ଷାର୍ଥୀ ସମ୍ମାନିତ

April 7, 2026

ଡିଏଭି ପୋଖରୀପୁଟରେ ଓଡ଼ିଆ ପକ୍ଷ ଦିବସ

April 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.