Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଡିଜିଟାଲ ଶାସନକୁ ନୂତନ ଗତି: ‘ବିକଶିତ ପଞ୍ଚାୟତ’ ହ୍ୱାଟସ୍ଆପ୍ ବଟ୍ ଓ ଇ-ମଡ୍ୟୁଲ୍ ଉନ୍ମୋଚନ
ଆଜିର ଖବର

ଡିଜିଟାଲ ଶାସନକୁ ନୂତନ ଗତି: ‘ବିକଶିତ ପଞ୍ଚାୟତ’ ହ୍ୱାଟସ୍ଆପ୍ ବଟ୍ ଓ ଇ-ମଡ୍ୟୁଲ୍ ଉନ୍ମୋଚନ

April 8, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଡିଜିଟାଲ ଶାସନକୁ ନୂତନ ଗତି: ‘ବିକଶିତ ପଞ୍ଚାୟତ’ ହ୍ୱାଟସ୍ଆପ୍ ବଟ୍ ଓ ଇ-ମଡ୍ୟୁଲ୍ ଉନ୍ମୋଚନ
ଡିଜିଟାଲ ଶାସନକୁ ନୂତନ ଗତି: ‘ବିକଶିତ ପଞ୍ଚାୟତ’ ହ୍ୱାଟସ୍ଆପ୍ ବଟ୍ ଓ ଇ-ମଡ୍ୟୁଲ୍ ଉନ୍ମୋଚନ

ଭୁବନେଶ୍ଵର: ଦେଶବ୍ୟାପୀ ପାଳନ କରାଯାଉଥିବା ସାଧନା ସପ୍ତାହ (୨-୮ ଏପ୍ରିଲ, ୨୦୨୬) ଅଧିନରେ ଭୁବନେଶ୍ବର କୃଷିଭବନଠାରେ ‘ତୃଣମୂଳ ଶାସନ ପାଇଁ ଦକ୍ଷତା ବିକାଶର ପୁନଃକଳ୍ପନା’ ଶୀର୍ଷକରେ ଏକ ଉଚ୍ଚସ୍ତରୀୟ କର୍ମଶାଳା ଆୟୋଜିତ ହୋଇଯାଇଛି। କ୍ୟାପାସିଟି ବିଲଡିଂ କମିଶନ (ସିବିସି), କର୍ମଚାରୀ ଚୟନ ଓ ପ୍ରଶିକ୍ଷଣ ବିଭାଗ, କର୍ମଯୋଗୀ ଭାରତ ଏବଂ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏହି କର୍ମଶାଳାରେ ବରିଷ୍ଠ ନୀତିନିର୍ମାତା, ସରକାରୀ ଅଧିକାରୀ, ରାଜ୍ୟ ଗ୍ରାମୀଣ ବିକାଶ ପ୍ରତିଷ୍ଠାନ (ଏସଆଇଆରଡି), ନାଗରିକ ସମାଜ ସଂଗଠନ, ପଞ୍ଚାୟତିରାଜ ସଂସ୍ଥାର ପ୍ରତିନିଧିମାନେ ଯୋଗଦେଇ ନିୟମିତ ଶିକ୍ଷଣ, ନବସୃଜନ ଓ ପ୍ରଯୁକ୍ତି ଭିତ୍ତିକ କ୍ଷମତା ବିକାଶ ମାଧ୍ୟମରେ ତୃଣମୂଳ ସ୍ତରର ଶାସନକୁ ସୁଦୃଢ କରିବା ଉପରେ ଆଲୋଚନା କରିଥିଲେ। ଏସବୁ ଆଲୋଚନା ସାଧନା ସପ୍ତାହର ବିଷୟ ‘ପ୍ରଯୁକ୍ତି, ପରମ୍ପରା ଓ ଦୃଶ୍ୟମାନ ଫଳାଫଳ’ ସହ ମେଳ ଖାଉଥିଲା, ଯାହାର ଲକ୍ଷ୍ୟ ହେଉଛି ସଶକ୍ତ ଓ ଭବିଷ୍ୟତ ଲାଗି ପ୍ରସ୍ତୁତ ତୃଣମୂଳ ସ୍ତରର ଅନୁଷ୍ଠାନ ନିର୍ମାଣ।

ଏହି ଅବସରରେ ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ କହିଥିଲେ ଯେ ଭାରତୀୟ ଗଣତନ୍ତ୍ରର ସାମର୍ଥ୍ୟ ତାହାର ତୃଣମୂଳ ସ୍ତରର ଅନୁଷ୍ଠାନଗୁଡ଼ିକରେ ରହିଛି। ବିକଶିତ ଭାରତ ଲକ୍ଷ୍ଯ ହାସଲ ପାଇଁ ଆମକୁ ପଂଚାୟତିରାଜ ସଂସ୍ଥାଗୁଡ଼ିକ ଲାଗି ଦୃଢ ଓ ଗତିଶୀଳ କ୍ଷମତା ବିକାଶ ଢାଞ୍ଚା ନିର୍ମାଣ କରିବାକୁ ହେବ। ପାରମ୍ପରିକ ତାଲିମ ମଡେଲରୁ ଉପରକୁ ଉଠି ଏକ ନିରନ୍ତର ଶିକ୍ଷଣ, ଅଣଶିକ୍ଷଣ ଏବଂ ପୁନଃଶିକ୍ଷଣ ପ୍ରକ୍ରିୟା ଗ୍ରହଣ କରିବା ଉପରେ ସେ ଗୁରୁତ୍ବ ଦେଇଥିଲେ, ଯାହାକି ମାନବ-କୈନ୍ଦ୍ରିକ ଓ ବ୍ୟବସ୍ଥାମୂଳକ ପରିବର୍ତ୍ତନ ଉପରେ ପର୍ଯ୍ୟବେଶିତ ହୋଇଥିବ। ସେ ଡିଜିଟାଲ୍ ସଶକ୍ତୀକରଣ, ଉତ୍ତରଦାୟିତ୍ବ ଏବଂ ସଂବେଦନଶୀଳତା ପାଇଁ ଆଚରଣଗତ ପରିବର୍ତ୍ତନ, ଏବଂ ଡାଟା-ଚାଳିତ ଯୋଜନା ଏବଂ ଗ୍ରାମ ପଞ୍ଚାୟତ ବିକାଶ ଯୋଜନା (ଜିପିଡିପି)ର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ସହିତ ଆଞ୍ଚଳିକ ଭାଷାରେ ସ୍ଥାନୀୟ ଶିକ୍ଷାର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ।

କାପାସିଟି ବିଲଡିଂ କମିଶନର ସଦସ୍ୟ (ଏଚଆର) ଡଃ ଆର. ବାଲାସୁବ୍ରମଣ୍ୟମ ‘ମିଶନ କର୍ମଯୋଗୀ’ର ପରିବର୍ତ୍ତନକାରୀ ପରିକଳ୍ପନା ଉପରେ ଆଲୋକପାତ କରିବା ସହ ଏକ ଦକ୍ଷତା-ପରିଚାଳିତ ଢାଞ୍ଚା ମାଧ୍ୟମରେ ନିୟମ-ଆଧାରିତ ଶାସନରୁ ଭୂମିକା-ଆଧାରିତ ଶାସନକୁ ପରିବର୍ତ୍ତନ ଉପରେ ଗୁରୁତ୍ୱ ଦେଇଥିଲେ।  ବିଶେଷକରି ବିକଶିତ ଭାରତର ସ୍ବପ୍ନ ସାକାର ଲାଗି ନାଗରିକ-କୈନ୍ଦ୍ରିକ ଶାସନ ବ୍ୟବସ୍ଥା ନିର୍ମାଣର ଗୁରୁତ୍ବ ଉପରେ ସେ ଆଲୋକପାତ କରିଥିଲେ। ଏହି କର୍ମଶାଳାରେ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟର ଯୁଗ୍ମ ସଚିବ ରାଜେଶ କୁମାର ସିଂ ଯୋଗ ଦେଇଥିଲେ।

ଏହି କର୍ମଶାଳାରେ ‘ବିକଶିତ ପଞ୍ଚାୟତ କର୍ମଯୋଗୀ’ କାର୍ଯ୍ୟକ୍ରମ ଉପରେ ବିଶେଷ ଗୁରୁତ୍ବ ଦିଆଯାଇଥିଲା। ଏହା ମିସନ କର୍ମଯୋଗୀ ଅଧିନରେ ଏକ ପ୍ରମୁଖ ସଂସ୍କାରମୂଳରକ ପଦକ୍ଷେପ ଯାହାର ଲକ୍ଷ୍ୟ ହେଉଛି ପ୍ରଭାବୀ ଶାସନ ଲାଗି ପଞ୍ଚାୟତିରାଜ ପ୍ରତିନିଧିମାନଙ୍କୁ ଦକ୍ଷତା, ଡିଜିଟାଲ ଉପକରଣ ଓ ଜ୍ଞାନ ପ୍ରଦାନ। ଏହି ପ୍ରୟାସଟି “ପ୍ରଶାସନ ଗାଁଓ କୀ ଔର୍” ଆଭିମୁଖ୍ୟ ସହ ମେଳ ଖାଉଥିବା ଆଇଗଟ କର୍ମଯୋଗୀ ପ୍ଲାଟଫର୍ମ, ଏଆଇ-ଚାଳିତ ପରାମର୍ଶଦାତା ଉପକରଣ, ମୋବାଇଲ୍-ସକ୍ଷମ ଶିକ୍ଷା ଏବଂ ବାସ୍ତବ-ସମୟ ସମସ୍ୟା ସମାଧାନ ପ୍ରଣାଳୀ ମାଧ୍ୟମରେ ଢାଞ୍ଚାଗତ ଶିକ୍ଷାକୁ ସମନ୍ୱିତ କରିଥାଏ।

ଓଡ଼ିଶାରେ ଏହି ପଦକ୍ଷେପକୁ କୋରାପୁଟ ଓ ମୟୁରଭଞ୍ଜର କେତେକ ଗ୍ରାମ ପଞ୍ଚାୟତରେ ପାଇଲଟ୍‌ ପ୍ରକଳ୍ପଭାବେ କାର୍ଯ୍ୟକାରୀ କରାଯାଉଛି। ଏଥିରୁ ମିଳିଥିବା ପ୍ରାରମ୍ଭିକ ଫଳାଫଳ ଦର୍ଶାଉଛି ଯେ ପଞ୍ଚାୟତିରାଜ ପ୍ରତିନିଧମାନଙ୍କ କ୍ଷମତା ବିକାଶ ହେବା ସହ  ଡିଜିଟାଲ ଶିକ୍ଷଣ ପ୍ଲାଟଫର୍ମର ଉପଯୋଗ, ବାସ୍ତବ-ସମୟ ପରାମର୍ଶ ସହାୟତା ଓ ଶାସନ ପଦ୍ଧତିରେ ଜନସମୁଦାୟଙ୍କ ଅଧିକ ଅଂଶଗ୍ରହଣ ହେଉଛି।

ଏହି କର୍ମଶାଳାରେ ପଞ୍ଚାୟତିରାଜ କର୍ମୀଙ୍କ ଲାଗି ଏଆଇ ପରିଚାଳିତ ହ୍ବାଟ୍ସଆପ୍‌ ଚାଟ୍‌ବଟ୍ ଓ ବିକଶିତ ପଞ୍ଚାୟତ ପଦକ୍ଷେପ ଅଧିନରେ ଏକ ଢାଞ୍ଚାଗତ ଇ-ଶିକ୍ଷଣ ପାଠ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଏହି ଅବସରରେ ତୃଣମୂଳ ସ୍ତରର ପ୍ରଶାସନ ଉପରେ ଆଲୋଚନା ଓ କେତେକ ଅଭିନବ ଡିଜିଟାଲ ଉପକରଣର ପ୍ରଦର୍ଶନ ହୋଇଥିଲା।

‘ବିକଶିତ ପଞ୍ଚାୟତ’ ଇ-ମଡ୍ୟୁଲ୍ ଉନ୍ମୋଚନ ଡିଜିଟାଲ ଶାସନ ଦକ୍ଷତା ବିକାଶ କର୍ମଶାଳା ଭୁବନେଶ୍ୱର ହ୍ୱାଟସ୍ଆପ୍ ବଟ୍
Share. Facebook Twitter LinkedIn Email WhatsApp Copy Link

Related Posts

ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୬ ପାଇଁ ୭୫ ଦିନିଆ କାଉଣ୍ଟଡାଉନ୍ ଆରମ୍ଭ

April 8, 2026

ସ୍ତ୍ରୀକୁ ହତ୍ୟା ପରେ ଅଭିଯୁକ୍ତ ସ୍ୱାମୀର ଆତ୍ମହତ୍ୟା

April 8, 2026

ଆଜି ଏପ୍ରିଲ ୮ ତାରିଖ ବୁଧବାରରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ନିରାଶର ଭାବ

April 8, 2026

ଜମି ପାଇଁ ହାଣିଲେ : ପରିବାରର ୬ ଆହତ

April 7, 2026
Latest News

ଡିଜିଟାଲ ଶାସନକୁ ନୂତନ ଗତି: ‘ବିକଶିତ ପଞ୍ଚାୟତ’ ହ୍ୱାଟସ୍ଆପ୍ ବଟ୍ ଓ ଇ-ମଡ୍ୟୁଲ୍ ଉନ୍ମୋଚନ

April 8, 2026

ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୬ ପାଇଁ ୭୫ ଦିନିଆ କାଉଣ୍ଟଡାଉନ୍ ଆରମ୍ଭ

April 8, 2026

ପଶ୍ଚିମ ଏସିଆରେ ସାମ୍ପ୍ରତିକ ବିକାଶ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

April 8, 2026

ସ୍ତ୍ରୀକୁ ହତ୍ୟା ପରେ ଅଭିଯୁକ୍ତ ସ୍ୱାମୀର ଆତ୍ମହତ୍ୟା

April 8, 2026

ଆଜି ଏପ୍ରିଲ ୮ ତାରିଖ ବୁଧବାରରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ନିରାଶର ଭାବ

April 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.